ରାସ୍ତାରେ ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, କହିଲେ- ମୁଁ କ'ଣ ରାଜା?

ଗୌହାଟି: ରାଗିଗଲେ ଆସାମ ମୁଖ୍ୟମନ୍ତ୍ରୀ। ନିଜ କାର୍‌ ଭିତରୁ ଓହ୍ଲାଇ ଆସିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ରାସ୍ତା ଉପରେ ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ, ଆଉ ପଚାରିଲେ ମୁଁ କ’ଣ ରାଜା ନା ମାହାରାଜା? ପ୍ରକୃତରେ ହିମନ୍ତ ବିଶ୍ୱ ଶର୍ମାଙ୍କ କାର୍‌କେଡ ପାଇଁ ଜିଲ୍ଲାପାଳ ନିରାପଦ ଯାତାୟତ ଯୋଗାଇବା ଲାଗି ଟ୍ରାଫିକ୍‌ ଅଟକାଇଥିଲେ। ଫଳରେ ସେଠାରେ ପ୍ରବଳ ଗାଡିଗୁଡିକର ଭିଡ ଜମି ଯାଇଥିଲା। ଏହାଦେଖି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ତାଙ୍କୁ କଡା […]

Assam CM

Assam CM

Madhupriya Mistry
  • Published: Sunday, 16 January 2022
  • Updated: 16 January 2022, 11:38 AM IST

Sports

Latest News

ଗୌହାଟି: ରାଗିଗଲେ ଆସାମ ମୁଖ୍ୟମନ୍ତ୍ରୀ। ନିଜ କାର୍‌ ଭିତରୁ ଓହ୍ଲାଇ ଆସିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ରାସ୍ତା ଉପରେ ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ, ଆଉ ପଚାରିଲେ ମୁଁ କ'ଣ ରାଜା ନା ମାହାରାଜା?

ପ୍ରକୃତରେ ହିମନ୍ତ ବିଶ୍ୱ ଶର୍ମାଙ୍କ କାର୍‌କେଡ ପାଇଁ ଜିଲ୍ଲାପାଳ ନିରାପଦ ଯାତାୟତ ଯୋଗାଇବା ଲାଗି ଟ୍ରାଫିକ୍‌ ଅଟକାଇଥିଲେ। ଫଳରେ ସେଠାରେ ପ୍ରବଳ ଗାଡିଗୁଡିକର ଭିଡ ଜମି ଯାଇଥିଲା। ଏହାଦେଖି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ତାଙ୍କୁ କଡା ଭାଷାରେ ତାଗିଦ କରିଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଯାଉଥିବାବେଳେ ରାସ୍ତା ଉପରେ ଟ୍ରାଫିକ ଜାମ୍ ଦେଖନ୍ତି। ଏହା ଦେଖି ସେ ବିରକ୍ତ ହୁଅନ୍ତି। ଏହାପରେ ସେ ଜିଲ୍ଲାପାଳଙ୍କୁ ପଚାରୁଛନ୍ତି, 'ଡିସି ସାର୍‌ ଏ କି ଡ୍ରାମା? ଗାଡିଗୁଡିକୁ କାହିଁକି ଅଟକାଇଛ? କୌଣସି ରାଜା ମାହାରାଜା ଆସୁଛନ୍ତି କି? ଏଭଳି କରନ୍ତୁ ନାହିଁ। ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି। ଗାଡିଗୁଡିକୁ ଯିବାକୁ ଦିଅ।'

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମିଳିବା ପରେ ଟ୍ରାଫିକ ବ୍ୟବସ୍ଥା ସଙ୍ଗେ ସଙ୍ଗେ ସ୍ୱାଭାବିକ ହେଉଛି। ଆସାମର ନାଗାଓଁ ଜିଲ୍ଲାର ଗୁମୋଥା ଗାଁ ନିକଟସ୍ଥ ଜାତୀୟ ରାଜପଥ ୩୭ରେ ଏହି ଘଟଣା ଘଟିଥିଲା। ​​ଯେତେବେଳେ ଡେପୁଟି କମିଶନର (ଡିସି) ନିସର୍ଗା ହିବେରା ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିଲେ ସେତେବେଳେ ସେ ଭିଷଣ ଟ୍ରାଫିକ ଜାମ୍ ଦେଖି କାରକୁ ଅଟକାଇ ଏହାର କାରଣ ଜାଣିବାକୁ ଓହ୍ଲାଇଲେ। ଏହି ଘଟଣା ଭାଇରାଲ ହେବା ପରେ ଏବେ ଚାରିଆଡେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯାଉଛି।

https://twitter.com/ANI/status/1482361303104909314?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos