ବାୟୁସେନାରେ ଦୁଷ୍କର୍ମ ଝଡ଼, ମହିଳା ଅଧିକାରୀ ଆଣିଲେ ୨ ଫିଙ୍ଗର ଟେଷ୍ଟ ଅଭିଯୋଗ

ନୂଆଦିଲ୍ଲୀ: ବାୟୁସେନାରେ ଲାଗିଛି ଦୁଷ୍କର୍ମ ଭଳି କଳଙ୍କିତ ଦାଗ। ନିକଟରେ ବାୟୁସେନାର ଜଣେ ମହିଳା କର୍ମଚାରୀ ତାଙ୍କୁ କୋଏମ୍ବାଟୁର ସ୍ଥିତ ବାୟୁସେନାର ଇନଷ୍ଟିଚ୍ୟୁଟରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଥିଲେ। ଏଥିପାଇଁ ମହିଳା ଅଧିକାରୀଙ୍କ ସହକର୍ମୀଙ୍କୁ ଗିରଫ ମଧ୍ୟ କରାଯାଇଛି। ଏବେ ସେ ପୁଲିସ୍‌ ନିକଟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବଳପୂର୍ବକ ତାଙ୍କର ୨ ଫିଙ୍ଗର ଟେଷ୍ଟ କରାଯାଇଥିବା ସେ କହିଛନ୍ତି। ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି କି ନାହିଁ, ସେକଥା ଜାଣିବା ପାଇଁ ବେଳେବେଳେ ଡାକ୍ତରମାନେ […]

Stop-Rape

Hemant Lenka
  • Published: Thursday, 30 September 2021
  • , Updated: 30 September 2021, 04:07 PM IST

ନୂଆଦିଲ୍ଲୀ: ବାୟୁସେନାରେ ଲାଗିଛି ଦୁଷ୍କର୍ମ ଭଳି କଳଙ୍କିତ ଦାଗ। ନିକଟରେ ବାୟୁସେନାର ଜଣେ ମହିଳା କର୍ମଚାରୀ ତାଙ୍କୁ କୋଏମ୍ବାଟୁର ସ୍ଥିତ ବାୟୁସେନାର ଇନଷ୍ଟିଚ୍ୟୁଟରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଥିଲେ। ଏଥିପାଇଁ ମହିଳା ଅଧିକାରୀଙ୍କ ସହକର୍ମୀଙ୍କୁ ଗିରଫ ମଧ୍ୟ କରାଯାଇଛି। ଏବେ ସେ ପୁଲିସ୍‌ ନିକଟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବଳପୂର୍ବକ ତାଙ୍କର ୨ ଫିଙ୍ଗର ଟେଷ୍ଟ କରାଯାଇଥିବା ସେ କହିଛନ୍ତି।

ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି କି ନାହିଁ, ସେକଥା ଜାଣିବା ପାଇଁ ବେଳେବେଳେ ଡାକ୍ତରମାନେ ୨ ଫିଙ୍ଗର ଟେଷ୍ଟ କରିନ୍ତି। ଏହା ମହିଳାଙ୍କୁ ଅପମାନିତ କରୁଥିବାରୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ତଥାପି ବାୟୁସେନାର ମହିଳା ଅଧିକାରୀଙ୍କ ସହ ଡାକ୍ତରମାନେ ୨ ଫିଙ୍ଗର ଟେଷ୍ଟ କରିଥିବା ଅଭିଯୋଗ ହୋଇଛି।

ଦୁଷ୍କର୍ମ ଅଭିଯୋଗ ପରେ ତାଙ୍କୁ ବ୍ଲାକମେଲ କରି କେମିତି ହଇରାଣ କରାଯାଉଥିଲା ସେକଥା ପୀଡ଼ିତା ଜଣଙ୍କ ତାଙ୍କ ଏଫଆଇଆରରେ ଉଲ୍ଲେଖ କରିଛନ୍ତି। ଏଥିସହ କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ କାଣ୍ଡ କାରନାମା ସମ୍ପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି। ସେପ୍ଟେମ୍ବର ୨୬ରେ ଉକ୍ତ ମହିଳା ଅଧିକାରୀଙ୍କ ଅଭିଯୋଗକ୍ରମେ ଫ୍ଲାଇଟ ଲେଫ୍ଟନାଣ୍ଟ ଅମିତେଶ ହରମୁଖଙ୍କୁ କୋଏମ୍ବାଟୁରର ମହିଳା ପୁଲିସ ଗିରଫ କରିଥିଲା। ମହିଳା ଜଣଙ୍କ ଏଫଆଇଆର୍‌ରେ କହିଛନ୍ତି ଯେ ତାଙ୍କ ଠାରୁ ସବୁ କଥା ଅଧିକାରୀମାନେ ଶୁଣିଥିଲେ। ଏହାପରେ କିନ୍ତୁ ଏଫଆଇଆର ଲେଖିବା ବେଳେ ତାଙ୍କୁ ଅଧିକାରୀମାନେ ବିଭ୍ରାନ୍ତ କରିଥିଲେ।

ପୀଡ଼ିତା ଜଣଙ୍କ କହିଛନ୍ତି, ସେପ୍ଟେମ୍ବର ୧୦ରେ ସେ ଆଣ୍ଠୁ ଜନିତ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ପେନ କିଲର ଖାଇଥିଲେ। ରାତି ସମୟରେ ସେ କିଛି ସାଙ୍ଗଙ୍କ ସହ ପାର୍ଟି କରିଥିଲେ। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଗୋଟିଏ ଗ୍ଲାସ ମଦ ପିଇବାକୁ ଦେଇଥିଲେ। ଏହାକୁ ପିଇବା ପରେ ତାଙ୍କର ବାନ୍ତି ହୋଇଥିଲା ଓ ତାଙ୍କ ମୁଣ୍ଡ ମଧ୍ୟ ବୁଲାଇଥିଲା।

ଏହାପରେ ତାଙ୍କୁ ତାଙ୍କର ବନ୍ଧୁମାନେ ରୁମରେ ନେଇ ଶୁଆଇ ଦେଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ତାଙ୍କ ରୁମକୁ ଆସି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ମହିଳା ଅଧିକାରୀ ଜଣଙ୍କ ଏଥିରୁ ବର୍ତ୍ତିବାକୁ ଚେଷ୍ଟା କରିଥିଲେ ହେଁ ନିଶା ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା।

ଏହାର ପରଦିନ ମହିଳା ଜଣଙ୍କ ଅମିତେଶଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରିଥିଲେ। ଅମିତେଶ ଭୁଲ ମାଗିବା ସହ ଦଣ୍ଡ ସହିବାକୁ ରାଜିଥିବା କହିଥିଲେ। ପୀଡ଼ିତାଙ୍କ ବନ୍ଧୁ ରେକର୍ଡ କରିଥିବା ଭିଡିଓରେ ମଧ୍ୟ ଅମିତେଶ ନିଜର ଅପରାଧ ସ୍ୱୀକାର କରିଥିବା ପୀଡ଼ିତା ଜଣଙ୍କ ଏଫଆଇଆରରେ ଉଲ୍ଲେଖ କରିଛନ୍ତି।

ତେବେ ଘଟଣା ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇବା ପରେ ତାଙ୍କର ସମସ୍ୟା ବଢ଼ିଥିଲା। ଅଧିକାରୀମାନେ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଥିଲେ। ଏହାକୁ ଖାତିର ନ କରି ମହିଳା ଜଣଙ୍କ ଅଭିଯୋଗ କରିଥିଲେ। ଏହି ସମୟରେ ବାୟୁସେନାର ଡାକ୍ତରମାନେ ଅମିତେଶଙ୍କ ଭିଡିଓ ଦାବି କରିଥିଲେ। ଏଥିସହ ସେମାନେ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଛନ୍ତି କି ନାହିଁ, ସେକଥା ଜାଣିବା ପାଇଁ ୨ ଫିଙ୍ଗର ଟେଷ୍ଟ କରିଥିଲେ।

ଏହାକୁ ସହ୍ୟ କରି ନପାରି ପୀଡ଼ିତା ଜଣଙ୍କ ସବୁ ଅଭିଯୋଗ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ପୀଡ଼ିତା ଜଣେ ବରିଷ୍ଠ ଅଧିକାରୀଙ୍କୁ ଭେଟିବା ସମୟରେ ସେ ବରିକ୍ତ ପ୍ରକାଶ କରିଥିଲେ। ସେ ପୀଡ଼ିତାଙ୍କୁ କୌଣସି ପ୍ରକାରର ସହଯୋଗ କରି ନଥିଲେ ବୋଲି ଏଫଆଇଆର୍ରେ କହିଛନ୍ତି।

ବାୟୁସେନା ପକ୍ଷରୁ କୁହାଯାଇଛି ଯେ “ଆଇଏଏଫ ତଦନ୍ତରେ ପୁଲିସର ସହ ସହଯୋଗ କରୁଛି। ବାୟୁସେନା ନିଜେ ମଧ୍ୟ ଘଟଣାର ତଦନ୍ତ କରୁଛି। ଯେହେତୁ ଘଟଣା କୋର୍ଟରେ ରହିଛି, ତେଣୁ ଏ ବିଷୟରେ ଅଧିକ କିଛି କହିହେବନି।”

ଏବେ ଅଭିଯୁକ୍ତ ଅମିତେଶ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ପୁଲିସ୍‌ କୋର୍ଟରେ ପୀଡ଼ିତାଙ୍କ ବନ୍ଧୁ ରେକର୍ଡ କରିଥିବା ଭିଡିଓକୁ ମଧ୍ୟ ପ୍ରମାଣ ଆକାରରେ ଦାଖଲ କରାଯାଇଛି।

Related story