ସ୍ୱର୍ଗତଃ ପାରିକରଙ୍କ ପୁଅଙ୍କୁ ନିର୍ବାଚନରେ ସମର୍ଥନ କରିବାକୁ ଆହ୍ୱାନ ଦେଲା ଶିବସେନା

ପାଣାଜୀ: ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ସ୍ୱର୍ଗତଃ ମନୋହର ପାରିକରଙ୍କ ପୁଅଙ୍କୁ ନିର୍ବାଚନରେ ସମର୍ଥନ କରିବାକୁ ଆହ୍ୱାନ ଦେଇଛି ଶିବସେନା। ଶ୍ରୀ ପାରିକର ବିଜେପି ଭେଟରାନ ସହ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ। କିନ୍ତୁ ତାଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏବେ ଶିବସେନା ତାଙ୍କ ପୁଅ ଉତ୍ପଳ ପାରିକରଙ୍କୁ ଜିତାଇବାକୁ ଚାହୁଁଛି। ଏଥିପାଇଁ ଶିବସେନା ସବୁ ଅଣ ବିଜେପି ଦଳଗୁଡ଼ିକୁ ସହଯୋଗ ପାଇଁ କହିଛି। ଉତ୍ପଳ ଏବେ ବିଜେପି ଉପରେ ଖପ୍ପା ଅଛନ୍ତି। କାରଣ ଦଳ ପାଣାଜୀରୁ […]

BJP

Hemant Lenka
  • Published: Monday, 17 January 2022
  • , Updated: 17 January 2022, 04:35 PM IST

ପାଣାଜୀ: ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ସ୍ୱର୍ଗତଃ ମନୋହର ପାରିକରଙ୍କ ପୁଅଙ୍କୁ ନିର୍ବାଚନରେ ସମର୍ଥନ କରିବାକୁ ଆହ୍ୱାନ ଦେଇଛି ଶିବସେନା। ଶ୍ରୀ ପାରିକର ବିଜେପି ଭେଟରାନ ସହ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ। କିନ୍ତୁ ତାଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏବେ ଶିବସେନା ତାଙ୍କ ପୁଅ ଉତ୍ପଳ ପାରିକରଙ୍କୁ ଜିତାଇବାକୁ ଚାହୁଁଛି। ଏଥିପାଇଁ ଶିବସେନା ସବୁ ଅଣ ବିଜେପି ଦଳଗୁଡ଼ିକୁ ସହଯୋଗ ପାଇଁ କହିଛି।

ଉତ୍ପଳ ଏବେ ବିଜେପି ଉପରେ ଖପ୍ପା ଅଛନ୍ତି। କାରଣ ଦଳ ପାଣାଜୀରୁ ପୂର୍ବତନ ମନ୍ତ୍ରୀ ଆଟାନସିଓ ବାବୁଶ ମୋନେସେରାଟେଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି। ପାଣାଜୀରୁ ଶ୍ରୀ ପାରିକର ୨୫ ବର୍ଷ ହେଲା ଜିତି ଆସୁଥିଲେ। କିନ୍ତୁ ଏବେ ବିଜେପି ପାରିକରଙ୍କ ଅବର୍ତ୍ତମାନରେ ବିଜେପି ଆଟାନସିଓଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି। ତେଣୁ ଉତ୍ପଳ ଏହି ଆସନରୁ ସ୍ୱାଧୀନ ଭାବେ ଲଢ଼ିବାକୁ ଯୋଜନା କରୁଛି। ଏହା ଜଣାପଡ଼ିବା ପରେ ଶିବସେନା ତାଙ୍କୁ ସମର୍ଥନ କରିଛି।

ଦଳର ମୁଖପାତ୍ର ସଞ୍ଜୟ ରାଉତ ଟ୍ୱିଟ କରି କହିଛନ୍ତି, “ଯଦି ଉତ୍ପଳ ପାରିକର ସ୍ୱାଧୀନ ଭାବେ ପାଣାଜୀରୁ ନିର୍ବାଚନ ଲଢ଼ିବେ, ତା’ହେଲେ ତାଙ୍କୁ ସମସ୍ତ ଅଣବିଜେପି ଦଳ ସମର୍ଥନ କରନ୍ତୁ। କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ଗୋଆ ଫରୱାର୍ଡ ପାର୍ଟି ଉତ୍ପଳଙ୍କୁ ସମର୍ଥନ କରନ୍ତୁ ଓ ତାଙ୍କ ବିରୋଧରେ ପ୍ରାର୍ଥୀ ଦିଅନ୍ତୁ ନାହିଁ। ଏହା ମନୋହର ଭାଇଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।”


ଗତ ସପ୍ତାହରେ ଉତ୍ପଳ ବିଜେପିର ଗୋଆ ନେତୃବୃନ୍ଦଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଜଣେ ଅପରାଧିକ ରେକର୍ଡଧାରୀଙ୍କ ପାଖକୁ କେବେ ହେଲେ ତାଙ୍କ ବାପାଙ୍କ ଆସନ  ଯାଇପାରିବ ନାହିଁ ବୋଲି ସେ କହି ବିଦ୍ରୋହ ଘୋଷଣା କରିଥିଲେ।

Related story