ନୂଆଦିଲ୍ଲୀ: ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର। ସୁପ୍ରିମକୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ଆଜି ପୁଣି ଥରେ ଦୋହରାଇଛନ୍ତି। ହିନ୍ଦୁ ପର୍ସନାଲ ଲ' ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ। ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ବି ମିଳିବ ସମାନ ଅଧିକାର।
ପୈତୃକ ସମ୍ପତ୍ତି ଉପରେ ଝିଅର ରହିଛି ଜନ୍ମଗତ ଅଧିକାର। ଯଦି, ବାପାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିଲେ ବି ଏହି ନିୟମ କାର୍ଯ୍ୟକାରୀ ହେବ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍ ଅବଦ୍ଦୁଲ ନାଜିର ଓ ଜଷ୍ଟିସ୍ କ୍ରିଷ୍ଣା ମୂରାରୀଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ଝିଅଙ୍କୁ ପୈତୃକ ସମ୍ପତ୍ତି ଦେବାରେ କେହି ବି ଅବରୋଧ କରିପାରିବେନି।
ପୂର୍ବର ଏକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି କି, ପୈତୃକ ସମ୍ପତ୍ତି ଉପରେ ସମସ୍ତ ସନ୍ତାନଙ୍କ ସମାନ ଅଧିକାର ରହିଛି। ଯଦି, ଏହା ନମିଳେ ତେବେ ଝିଅମାନେ ଏଥିପ୍ରତି ଦାବି କରିପାରିବେ। ପୂର୍ବରୁ ୨୦୧୮ ମସିହାରେ ଏ ସଂକ୍ରାନ୍ତରେ ରାୟ ଶୁଣାଇ ଝିଅ ଓ ପୁଅକୁ ସମାନ ଅଧିକାର ମିଳିବ ବୋଲି କୋର୍ଟ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସ୍ୱାସ୍ଥ୍ୟରେ ଉନ୍ନତି ପରେ ମେଡିକାଲରୁ ଡିସଚାର୍ଜ ହେଲେ ଆଡଭାନୀ
ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତ ଡିସେମ୍ବର ୧୨ ତାରିଖରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୪ ଦିନର ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।
National
ମନମୋହନଙ୍କ ଶେଷକୃତ୍ୟ ଓ ସ୍ମାରକ ପାଇଁ ଉପଯୁକ୍ତ ସ୍ଥାନ ମାଗିଲା କଂଗ୍ରେସ
ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳୀ। ସ୍ମାରକ ହେଲାଭଳି ସ୍ଥାନରେ ଶେଷକୃତ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।
National
ଭଡ଼ା ଘରୁ ମିଳିଲା ସିମ୍ରନଙ୍କ ମୃତଦେହ
ସିମ୍ରନଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରଥମେ ତାଙ୍କର ଜଣେ ସାଙ୍ଗ ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ଡାକ୍ତରଖାନାକୁ ପଠାଇବା ସହିତ ଘଟଣାସ୍ଥଳରେ ଯାଞ୍ଚ କରିଛି।
Politics
ନିଜକୁ ଚାବୁକରେ ମାରିଲେ ଆନ୍ନାମଲାଇ, ଦେଖନ୍ତୁ ଭିଡିଓ
ଆନ୍ନା ୟୁନିଭର୍ସିଟି କ୍ୟାମ୍ପସରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କଲେ। ୪୮ ଦିନ ଉପବାସରେ ରହିବେ ଓ ଚପଲ ନପିନ୍ଧିବାକୁ କରିଛନ୍ତି ଘୋଷଣା।