ନୋଏଡା ସିଇଓଙ୍କ ଗିରଫ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୋଏଡା ସିଇଓ ଋତୁ ମାହେଶ୍ୱରୀଙ୍କ ବିରୋଧରେ ଆହ୍ଲାବାଦ ହାଇକୋର୍ଟ ଜାରି କରିଥିବା ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ଶ୍ରୀମତୀ ମାହେଶ୍ୱରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଏବେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ଶୁଣାଣିକୁ ଆସନ୍ତାକାଲି ଯାଏ ଘୁଞ୍ଚାଇ ଦେଇଛନ୍ତି। ମାହେଶ୍ୱରୀ ଜଣେ ଆଇଏଏସ୍ ଅଫିସର ହୋଇଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ମେ’ ୫ ତାରିଖରେ ଆହ୍ଲାବାଦ ହାଇକୋର୍ଟ […]

IAS

Hemant Lenka
  • Published: Tuesday, 10 May 2022
  • , Updated: 10 May 2022, 05:43 PM IST

ନୂଆଦିଲ୍ଲୀ: ନୋଏଡା ସିଇଓ ଋତୁ ମାହେଶ୍ୱରୀଙ୍କ ବିରୋଧରେ ଆହ୍ଲାବାଦ ହାଇକୋର୍ଟ ଜାରି କରିଥିବା ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ଶ୍ରୀମତୀ ମାହେଶ୍ୱରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଏବେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ଶୁଣାଣିକୁ ଆସନ୍ତାକାଲି ଯାଏ ଘୁଞ୍ଚାଇ ଦେଇଛନ୍ତି।

ମାହେଶ୍ୱରୀ ଜଣେ ଆଇଏଏସ୍ ଅଫିସର ହୋଇଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ମେ’ ୫ ତାରିଖରେ ଆହ୍ଲାବାଦ ହାଇକୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ମେ’ ୧୩ ସୁଦ୍ଧା ତାଙ୍କୁ ଗିରଫ କରିବାକୁ କୁହାଯାଇଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ହାଇକୋର୍ଟଙ୍କ ଗିରଫ ପରୱାନା ଉପରେ ରୋକ ଲଗାଇବାକୁ ଗତକାଲି ମନା କରି ଦେଇଥିଲେ।

ଆଜି ପୁଣିଥରେ ମାହେଶ୍ୱରୀଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ୱାରେଣ୍ଟ ଉପରେ ରୋକ ଲଗାଇବାକୁ ଯୁକ୍ତି ଉପସ୍ଥାପନ କରିଥିଲେ। ଶ୍ରୀ ରୋହତଗୀ କହିଥିଲେ ଯେ “ସେ ନୋଏଡାର ସିଇଓ ଓ ଜଣେ ଆଇଏଏସ୍‌ ଅଫିସର। ସେ ଆହ୍ଲାବାଦ ହାଇକୋର୍ଟରେ ମାତ୍ର ୩୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ। ଏହାକୁ ଆଧାର କରି ହାଇକୋର୍ଟ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି।” ଏହା ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ହାଇକୋର୍ଟଙ୍କ ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି।

ଗୋଟିଏ ଜମି ଅଧିଗ୍ରହଣ ମାମଲାର ଶୁଣାଣି ଆହ୍ଲାବାଦ ହାଇକୋର୍ଟରେ ହୋଇଥିଲା। ନୋଏଡା ପ୍ରଶାସନ କରିଥିବା ଜମି ଅଧିଗ୍ରହଣକୁ କୋର୍ଟ ଖାରଜ କରିବା ସହ ଆବେଦନକାରୀଙ୍କୁ କ୍ଷତିପୂରଣ ଦେବାକୁ କହିଥିଲେ। ହେଲେ ଏହାକୁ ନୋଏଡା ପ୍ରଶାସନ ବେଖାତିର କରିଥିଲା। ଏଥିପାଇଁ ଅଦାଲତ ଅବମାନନା ହୋଇଥିଲା ଓ ନୋଏଡା ସିଇଓଙ୍କୁ କୋର୍ଟରେ ହାଜର ପାଇଁ ସମନ କରାଯାଇଥିଲା।

ଗୁରୁବାର ଶୁଣାଣି ବେଳେ ସିଇଓ ମାହେଶ୍ୱରୀ କୋର୍ଟରେ ହାଜର ନ ହେବାରୁ ବିଚାରପତି କ୍ଷୁବ୍ଧ ହୋଇଥିଲେ। ସେ ଦିନ ୧୦ଟାରେ କୋର୍ଟରେ ହାଜର ହେବାକୁ ଥିବା ବେଳେ ତାଙ୍କ ଓକିଲ ୧୦.୩୦ରେ ମାହେଶ୍ୱରୀ ଦିଲ୍ଲୀରୁ ବିମାନ ଧରିଥିବା କୋର୍ଟଙ୍କୁ ଅବଗତ କରାଇଥିଲେ। ଏହା ଶୁଣି କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ୧୩ ତାରିଖ ଶୁଣାଣି ବେଳକୁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related story