ଡିସେମ୍ବର ୬କୁ ଘୁଞ୍ଚିଲା ସିଏଏ ଶୁଣାଣି  

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସିଏଏ ( ନାଗରିକତା ସଂଶୋଧନ ଆଇନ) ମାମଲାର ଶୁଣାଣି ଆସନ୍ତା ଡିସେମ୍ବର ୬ତାରିଖରେ ହେବ। ସୋମବାର ଏହା କହିଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ କୋର୍ଟ ୨ ଜଣ ନୋଡାଲ କାଉନସେଲଲଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଦୁଇ ଜଣ କାଉନସେଲ ସିଏଏ ବାବଦରେ ସମସ୍ତ ଦସ୍ତାବିଜ୍‌ ସଂଗ୍ରହ କରିବେ। ଏଥିସହ ସର୍ବୋଚ୍ଚ ନ୍ୟାଳୟ ମୁଖ୍ୟତ ଅସାମ ଏବଂ ତ୍ରିପୁରା ରାଜ୍ୟକୁ ଏ ବାବଦରେ ୨ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ କହିଛନ୍ତି।  ସିଏଏ […]

supreme-court

supreme-court

Tapas Behera
  • Published: Monday, 31 October 2022
  • Updated: 31 October 2022, 03:11 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସିଏଏ ( ନାଗରିକତା ସଂଶୋଧନ ଆଇନ) ମାମଲାର ଶୁଣାଣି ଆସନ୍ତା ଡିସେମ୍ବର ୬ତାରିଖରେ ହେବ। ସୋମବାର ଏହା କହିଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ କୋର୍ଟ ୨ ଜଣ ନୋଡାଲ କାଉନସେଲଲଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଦୁଇ ଜଣ କାଉନସେଲ ସିଏଏ ବାବଦରେ ସମସ୍ତ ଦସ୍ତାବିଜ୍‌ ସଂଗ୍ରହ କରିବେ। ଏଥିସହ ସର୍ବୋଚ୍ଚ ନ୍ୟାଳୟ ମୁଖ୍ୟତ ଅସାମ ଏବଂ ତ୍ରିପୁରା ରାଜ୍ୟକୁ ଏ ବାବଦରେ ୨ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ କହିଛନ୍ତି।  ସିଏଏ ନେଇ ଅଲ ଆସାମ ଷ୍ଟୁଡେଣ୍ଟ ୟୁନିଅନ୍‌ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଏସ ରବୀନ୍ଦ୍ର ଭଟ୍ଟ ଏବଂ ବେଲେ ଏମ ତ୍ରିଭେଦୀ ମାମଲାର ଆଜି ଶୁଣାଣି କରିଥିଲେ।

ଏହି ୩ ଜଣିଆ ବେଞ୍ଚ ଆଡଭୋକେଟ ପଲ୍ଲବୀ ପ୍ରତାପ, ଆଡଭୋକେଟ କାନୁ ଅଗ୍ରୱାଲଙ୍କୁ ନୋଡାଲ କାଉନସେଲ ଭାବେ ନିଯୁକ୍ତି ଦେଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପି ୟୁୟୁ ଲଳିତ ପୂର୍ବରୁ କହିଥିଲେ ଯେ ସିଏଏକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନକୁ ୩ ଜଣିଆ ଖଣ୍ଡପୀଠକୁ ପଠାଯିବ। ସିଏଏ ପ୍ରସଙ୍ଗରେ ମୁଖ୍ୟ ଆବେଦନ ଆଇୟୁଏମଏଲ ( ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍‌) ଦ୍ୱାରା ହୋଇଥିଲା।

ଜାନୁଆରି ୨୦୨୦ରେ ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଦେଇଥିଲେ ଯେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କୋର୍ଟ ସିଏଏ ଉପରେ ରହିତାଦେଶ ଲଗାଇ ପାରିବେ ନାହିଁ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ ଏବଂ ହାଇକୋର୍ଟ ଏହି ମାମଲାରେ ଶୁଣାଣି କରିବାପାଇଁ ବାରଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos