କରୋନା ପରେ ସ୍ୱାଇନ୍‌ ଫ୍ଲୁ ଆତଙ୍କ, ଏହି ସବୁ ରାଜ୍ୟରେ ହାଇ ଆଲର୍ଟ

ନଆଦିଲ୍ଲୀ: ପ୍ରଥମେ କରୋନା, ତା’ପରେ ମଙ୍କିପକ୍ସ। ଆଉ ଏବେ ସ୍ୱାଇନ୍‌ ଫ୍ଲୁ। ଦେଶରେ ଜାରି ରହିଛି ଗୋଟିଏ ପରେ ଗୋଟିଏ ମହାମାରୀର ଆତଙ୍କ। ଦେଶରେ ଲଗାତର ଭାବରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ମାମଲା। ଏହି କରୋନା ସହ ସ୍ୱାଇନ୍‌ ଫ୍ଲୁର ଆତଙ୍କ ମଧ୍ୟ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ରାଜ୍ୟରେ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ସ୍ୱାଇନ ଫ୍ଲୁ ମାମଲା ସାମ୍ନାକୁ ଆସିଛି। […]

swine-flu

swine-flu

Madhupriya Mistry
  • Published: Sunday, 24 July 2022
  • Updated: 24 July 2022, 11:36 AM IST

Sports

Latest News

ନଆଦିଲ୍ଲୀ: ପ୍ରଥମେ କରୋନା, ତା'ପରେ ମଙ୍କିପକ୍ସ। ଆଉ ଏବେ ସ୍ୱାଇନ୍‌ ଫ୍ଲୁ। ଦେଶରେ ଜାରି ରହିଛି ଗୋଟିଏ ପରେ ଗୋଟିଏ ମହାମାରୀର ଆତଙ୍କ। ଦେଶରେ ଲଗାତର ଭାବରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ମାମଲା। ଏହି କରୋନା ସହ ସ୍ୱାଇନ୍‌ ଫ୍ଲୁର ଆତଙ୍କ ମଧ୍ୟ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ରାଜ୍ୟରେ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ସ୍ୱାଇନ ଫ୍ଲୁ ମାମଲା ସାମ୍ନାକୁ ଆସିଛି। ଗତକାଲି ଉତ୍ତରପ୍ରଦେଶର ମୁରାଦାବାଦରେ ଜଣେ ବ୍ୟକ୍ତି ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହି କାରଣରୁ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି। ପୂରା ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ସାରା ଦେଶରେ ବଢ଼ି ଚାଲିଛି। କେବଳ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୧୪୨ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ଦେଶରେ ପ୍ରାୟ ୭ ଜଣ ପ୍ରାଣ ହରାଇ ସାରିଲେଣି। ସ୍ୱାଇନ୍‌ ଫ୍ଲୁ ଯୋଗୁ ମହାରାଷ୍ଟ୍ରର ସ୍ଥିତି ସବୁଠୁ ଅଧିକ ଖରାପ ରହିଛି। ଦେଶର ସବୁଠାରୁ ଅଧିକ ମାମଲାରେ ଏଠାରୁ ହିଁ ଚିହ୍ନଟ ହୋଇଛନ୍ତି। ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ୱାଇନ୍‌ ଫ୍ଲୁ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହା ଦୃଷ୍ଟିରେ ରଖି ଦିଲ୍ଲୀ, ମହାରାଷ୍ଟ୍ର ସମେତ ଉତ୍ତର ପ୍ରଦେଶରେର ହାଇ ଆଲର୍ଟ ଜାରି କରାଯାଇଛି।

ସ୍ୱାଇନ୍‌ ଫ୍ଲୁ ଲକ୍ଷଣ: H1N1 ଭୂତାଣୁ ଯୋଗୁ ସ୍ୱାଇନ୍‌ ଫ୍ଲୁ ସଂକ୍ରମହ ହୁଏ। ଏହା ବେଶ୍‌ ସଂକ୍ରାମକ। ଘୁଷୁରୀ ଠାରୁ ବ୍ୟାପୁଥିବା ଏହି ସଂକ୍ରମଣ ବେଶ୍‌ ଭୟାନକ ମଧ୍ୟ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ଜ୍ୱର, ଥଣ୍ଡା, ଥଣ୍ଡା, ଛିଙ୍କିବା, ଗଳା ଯନ୍ତ୍ରଣା, ଥକାପଣ, ନିଶ୍ୱାସ ନେବାରେ ଅସୁବିଧା ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ। ସଂକ୍ରମଣ ଗୁରୁତର ହେଲେ ନିମୋନିଆ ଏବଂ ଛାତିରେ ଯନ୍ତ୍ରଣା ହୋଇପାରେ। ତେଣୁ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ୪୮ ଘଣ୍ଟା ଭିତରେ ନିଜର ଚିକିତ୍ସା କରାଇବା ଉଚିତ। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଅନୁଯାୟୀ ଗତ ବର୍ଷ ଦିଲ୍ଲୀରେ ୯୨ ଟି ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ ଦିଲ୍ଲୀରୁ ଦୁଇଟି ସ୍ୱାଇନ୍ ଫ୍ଲୁ ମାମଲା ଚିହ୍ନଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos