ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ଦେହାନ୍ତ, ଘାଟିରେ ଇଣ୍ଟରନେଟ୍‌ ବନ୍ଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲି ଶାହା ଗିଲାନୀଙ୍କ ଦେହାନ୍ତ ହୋଇଛି। ୯୨ ବର୍ଷ ବୟସରେ ଶ୍ରୀନଗରଠାରେ ତାଙ୍କର ପରଲୋକ ହୋଇଛି।  ଦୀର୍ଘ ୩ ଦଶନ୍ଧି ଧରି ବିଚ୍ଛିନ୍ନତାବାଦୀ ନେତା ଭାବେ ରାଜନୀତିରେ ସେ ସକ୍ରିୟ ସଦସ୍ୟ ଥିଲେ। ହୁରିୟାତ ସଙ୍ଗଠନ ସହ ରାଜନୀତିରୁ କିଛି ବର୍ଷ ହେଲା ସନ୍ୟାସ ନେଇଥିଲେ। ୨୦୧୮ରେ ହୃଦଘାତ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା। ସେହିଦିନଠାରୁ ଅସୁସ୍ଥତା ଲାଗିରହିଥିଲା। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ […]

Syed Ali Shah Geelani

Madhupriya Mistry
  • Published: Thursday, 02 September 2021
  • , Updated: 02 September 2021, 08:26 AM IST

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲି ଶାହା ଗିଲାନୀଙ୍କ ଦେହାନ୍ତ ହୋଇଛି। ୯୨ ବର୍ଷ ବୟସରେ ଶ୍ରୀନଗରଠାରେ ତାଙ୍କର ପରଲୋକ ହୋଇଛି।  ଦୀର୍ଘ ୩ ଦଶନ୍ଧି ଧରି ବିଚ୍ଛିନ୍ନତାବାଦୀ ନେତା ଭାବେ ରାଜନୀତିରେ ସେ ସକ୍ରିୟ ସଦସ୍ୟ ଥିଲେ। ହୁରିୟାତ ସଙ୍ଗଠନ ସହ ରାଜନୀତିରୁ କିଛି ବର୍ଷ ହେଲା ସନ୍ୟାସ ନେଇଥିଲେ। ୨୦୧୮ରେ ହୃଦଘାତ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା। ସେହିଦିନଠାରୁ ଅସୁସ୍ଥତା ଲାଗିରହିଥିଲା।

ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପି଼ଡିପି ନେତା ମେହବୁବା ମୁଫତି ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି।  ଗତକାଲି ଗିଲାନୀଙ୍କ ପରଲୋକ ହେବା ପରେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏମିତିକି ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ହୁରିୟାତର କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।

ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜମ୍ମୁ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନରେ ଗିଲାନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତକାଲି ତାଙ୍କ ମୃତ୍ୟୁ ପରେ ମସଜିଦରେ ଲାଉଡସ୍ପିକର ଜରିଆରେ ତାଙ୍କ ସମର୍ଥନର ନାରା ଦିଆଯାଇଥିଲା ଏବଂ କଶ୍ମୀରବାସୀଙ୍କୁ ତାଙ୍କ ମୃତ୍ୟୁ ସୂଚନା ଦିଆଯାଇଥିଲା। ସେ ହୁରିୟାତ ସଙ୍ଗଠନର ପ୍ରତିଷ୍ଠାତା ସଦସ୍ୟ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଏଥିରୁ ଦୂରେଇ ଯାଇଥିଲେ। ୨୦୦୦ ମସିହାରେ ଆରମ୍ଭରେ ସେ ତେହେରିକ୍-ଇ-ହୁରିୟାତ ଗଠନ କରିଥିଲେ। ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗରେ ଅନେକ ମାମଲା ବିଚାରାଧୀନ ଅଛି। ୨୦୦୨ରେ ଗିଲାନୀଙ୍କ ବାସଭବନରେ ଇଡି ଚଢ଼ାଉ କରିଥିଲା। ଏହି ସମୟରେ ତାଙ୍କ ଘରୁ ବିପୁଳ ପରିବାର ବିଦେଶୀ ମୁଦ୍ରା ଜବତ ହୋଇଥିଲା।

Related story