ଟେଲରଙ୍କୁ ମୁଣ୍ଡ କାଟି ହତ୍ୟା ଘଟଣା: ତଦନ୍ତ କରିବ ଏନଆଇଏ, ମାସକ ପାଇଁ ଭିଡ଼ ମନା

ଉଦୟପୁର: ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କୁ ତାଙ୍କ ଦୋକାନ ଭିତରେ ମୁଣ୍ଡ କାଟି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଆକ୍ରମଣକାରୀମାନେ ଟେଲର କହ୍ନୈୟା ଲାଲଙ୍କୁ ହତ୍ୟା କରିବା ପରେ ଭିଡିଓ ଜାରି କରିଛନ୍ତି। ଏଥିରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିବା ସହ ଏହା ପଛର କାରଣ ସମ୍ପର୍କରେ ଖୁଲାସା କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଏବେ ଏହି ଲୋମହର୍ଷଣକାରୀ ଘଟଣାକୁ ଆତଙ୍କବାଦ […]

Udaipur

Hemant Lenka
  • Published: Tuesday, 28 June 2022
  • , Updated: 28 June 2022, 09:49 PM IST

ଉଦୟପୁର: ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କୁ ତାଙ୍କ ଦୋକାନ ଭିତରେ ମୁଣ୍ଡ କାଟି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଆକ୍ରମଣକାରୀମାନେ ଟେଲର କହ୍ନୈୟା ଲାଲଙ୍କୁ ହତ୍ୟା କରିବା ପରେ ଭିଡିଓ ଜାରି କରିଛନ୍ତି। ଏଥିରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିବା ସହ ଏହା ପଛର କାରଣ ସମ୍ପର୍କରେ ଖୁଲାସା କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦେଇଛନ୍ତି।

ଏବେ ଏହି ଲୋମହର୍ଷଣକାରୀ ଘଟଣାକୁ ଆତଙ୍କବାଦ କାର୍ଯ୍ୟକଳାପ ଭାବେ ବିଚାର କରାଯାଉଛି। ଏହାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କରିବ। ଏଥିପାଇଁ ଦିଲ୍ଲୀରୁ ଏନଆଇଏର ଗୋଟିଏ ଟିମ୍ ଉଦୟପୁର ଅଭିମୁଖେ ବାହାରିଥିବା ଜଣାପଡ଼ିଛି।

ହତ୍ୟାକାଣ୍ଡକୁ ସ୍ୱୀକାର କରି ଭିଡିଓ ଜାରି କରିଥିବା ଗସ ମହମ୍ମଦ ଓ ମହମ୍ମଦ ରିୟାଜ ଅନସାରୀକୁ ପୁଲିସ୍ ଗିରଫ କରିଛି। ଉଭୟ ହତ୍ୟାରେ ବ୍ୟବହାର କରିଥିବା ଚାପଡ଼କୁ ଦେଖାଇ କହ୍ନୈୟା ଲାଲଙ୍କ ମୁଣ୍ଡ କାଟି ଦେଇଥିବା କଥା ଭିଡିଓରେ କହିଥିଲେ। ସେମାନଙ୍କୁ ପୁଲିସ୍‌ ଗିରଫ କରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖିଛି।

ଏହି ଘଟଣାକୁ ନେଇ ଉଦୟପୁରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ସହ ନାରାବାଜୀ ହୋଇଛି। ସ୍ଥିତିକୁ ଦୃଷ୍ଟି ପ୍ରଶାସନ ପକ୍ଷରୁ ଏକାଧିକ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ମାସେ ଯାଏ ଗୋଟିଏ ସ୍ଥାନରେ ଲୋକମାନେ ଏକାଠି ଭିଡ଼ କରିପାରିବେ ନାହିଁ। ଅର୍ଥାତ ମାସେ ଯାଏ କେହି ବି ଉଦୟପୁରରେ ବିକ୍ଷୋଭ କିମ୍ବା ସମାବେଶ କରିପାରିବେ ନାହିଁ।

ଏହାବାଦ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ବିଭିନ୍ନ ସ୍ଥାନରେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କାରାଯାଇଛି। ତଥାପି ଅନେକ ସ୍ଥାନରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ହିନ୍ଦୁ ପକ୍ଷର ଲୋକମାନେ ଦୋକାନ ବଜାର ବନ୍ଦ କରିବା ସହ କହ୍ନୈୟା ଲାଲଙ୍କ ମୃତ୍ୟୁର ପ୍ରତିବାଦ କରିଛନ୍ତି।

ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ଅସାଦୁଦ୍ଦିନ ଓୱେସୀ ଘଟଣାକୁ ନିନ୍ଦା କରିଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସମସ୍ତଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛନ୍ତି।

Related story