ତାଲିବାନ ଏବେ ବାସ୍ତବ, କିନ୍ତୁ ପ୍ରକୃତ ଶରିଆ ଲାଗୁ ହେଉ କହିଲେ ମେହବୁବା ମୁଫତି

ଶ୍ରୀନଗର: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ମଙ୍ଗଳବାର ଦେଶରେ ଅସ୍ଥାୟୀ ସରକାର ଗଠନ କରିଛି। ତାଲିବାନର ସରକାର ଗଠନ ପରେ ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ତାଲିବାନ ଏବେ ବାସ୍ତବ। ତେବେ ତାଲିବାନ ଆଫଗାନିସ୍ତାନକୁ ପ୍ରକୃତ ଶରିଆ ଆଇନ ଅନୁସାରେ ଶାସନ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଜମ୍ମୁ-କଶ୍ମୀରର କୁଲଗାମର ଅଖରନ ଗାଁରେ ଆୟୋଜିତ ଗୋଟିଏ ସମାବେଶରେ ଉଦବୋଧନ […]

Mufti

Hemant Lenka
  • Published: Wednesday, 08 September 2021
  • , Updated: 08 September 2021, 07:20 PM IST

ଶ୍ରୀନଗର: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ମଙ୍ଗଳବାର ଦେଶରେ ଅସ୍ଥାୟୀ ସରକାର ଗଠନ କରିଛି। ତାଲିବାନର ସରକାର ଗଠନ ପରେ ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ତାଲିବାନ ଏବେ ବାସ୍ତବ। ତେବେ ତାଲିବାନ ଆଫଗାନିସ୍ତାନକୁ ପ୍ରକୃତ ଶରିଆ ଆଇନ ଅନୁସାରେ ଶାସନ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଜମ୍ମୁ-କଶ୍ମୀରର କୁଲଗାମର ଅଖରନ ଗାଁରେ ଆୟୋଜିତ ଗୋଟିଏ ସମାବେଶରେ ଉଦବୋଧନ ଦେଇ ସେ କହିଛନ୍ତି, “ତାଲିବାନ ଏବେ ବାସ୍ତବ ରୂପରେ ପରିଣତ ହୋଇଛି। ସେମାନେ ଜାଣି ରଖିବା ଦରକାର ଯେ ସେମାନଙ୍କ ପୂର୍ବ ଚରିତ୍ର ଅମାନବୀୟ ଓ ମୌଳିକ ଅଧିକାର ବିରୋଧୀ ଥିଲା। ଏବେ ଯଦି ସେମାନେ ଆଫଗାନରେ ଶାସନ କରିବାକୁ ଚାହୁଁଛନ୍ତି, ତା’ହେଲେ ପ୍ରକୃତ ଶରିଆକୁ ଅନୁକରଣ କରନ୍ତୁ।

ପ୍ରକୃତ ଶରିଆରେ ମହିଳାମାନଙ୍କ ପାଇଁ ଉପଯୁକ୍ତ ଅଧିକାର ରହିଛି। କେବଳ ମହିଳା ନୁହନ୍ତି, ସବୁ ଲୋକଙ୍କ ଅଧିକାର ବିଷୟରେ ଶରିଆରେ ବ୍ୟବସ୍ଥା ହୋଇଛି। ତାଲିବାନର ତଥାକଥିତ ଶରିଆ ଆଫଗାନରେ ଲାଗୁ ନ ହେବା ଦରକାର। ଯଦି ସେମାନେ ମହିଳାଙ୍କୁ ଅଧିକାର ଦେଉଥିବା ପ୍ରକୃତ ଶରିଆ ଲାଗୁ କରିବେ, ତା’ହେଲେ ବିଭିନ୍ନ ରାଷ୍ଟ୍ର ସହ ସେମାନଙ୍କ ସମ୍ପର୍କ ଭଲ ରହିପାରିବ।

କିନ୍ତୁ ଯଦି ସେମାନେ ୯୦ ଦଶକରେ ଯାହା କରିଥିଲେ ଏବେ ସେଇଆ କରିବେ, ତା’ହେଲେ କେବଳ ଆଫଗାନିସ୍ତାନ ନୁହେଁ, ସମଗ୍ର ବିଶ୍ୱ ପାଇଁ ଏହା ସମସ୍ୟା ସୃଷ୍ଟି କରିବ।”

ଏହାପୂର୍ବରୁ ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ତାଲିବାନ ସରକାର ସମ୍ପର୍କରେ ବୟାନ ଦେଇଥିଲେ। ସେ କହିଥିଲେ, “ମୋର ଆଶା ତାଲିବାନ ଉତ୍ତମ ସରକାର ଗଠନ କରିବ। ଇସଲାମିକ ନୀତି ନିୟମ ଅନୁସାରେ ସେମାନେ ଶାସନ କରିବା ଦରକାର।”

Related story