ତାମିଲନାଡୁକୁ ଫେରିଲା ଲକଡାଉନ, କର୍ଣ୍ଣାଟକାରୁ ହଟିଲା ୱିକେଣ୍ଡ ଶଟଡାଉନ

ଚେନ୍ନାଇ: ଦକ୍ଷିଣ ପ୍ରାନ୍ତର ଦୁଇଟି ରାଜ୍ୟରେ ଭିନ୍ନଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଛି। ତାମିଲନାଡୁ ଓ କର୍ଣ୍ଣାଟକାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୁଇ ରାଜ୍ୟ ବିପରୀତ ଆଭିମୁଖ୍ୟ ପୋଷଣ କରିଛନ୍ତି। ସଂକ୍ରମଣ ପାଇଁ ତାମିଲନାଡୁ ସରକାର ସଂପୂର୍ଣ୍ଣ ଲକଡାଉନ ଭଳି ପଦକ୍ଷେପ ନେଇଛନ୍ତି। ହେଲେ କର୍ଣ୍ଣାଟକା ସରକାର ରାଜ୍ୟରେ ସଂକ୍ରମଣ ବୃଦ୍ଧି ସତ୍ତ୍ୱେ ୱିକେଣ୍ଡ କର୍ଫ୍ୟୁକୁ ହଟାଇ ଦେଇଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୩ ଅର୍ଥାତ ରବିବାର […]

LockDown

Hemant Lenka
  • Published: Friday, 21 January 2022
  • , Updated: 21 January 2022, 05:37 PM IST

ଚେନ୍ନାଇ: ଦକ୍ଷିଣ ପ୍ରାନ୍ତର ଦୁଇଟି ରାଜ୍ୟରେ ଭିନ୍ନଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଛି। ତାମିଲନାଡୁ ଓ କର୍ଣ୍ଣାଟକାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୁଇ ରାଜ୍ୟ ବିପରୀତ ଆଭିମୁଖ୍ୟ ପୋଷଣ କରିଛନ୍ତି। ସଂକ୍ରମଣ ପାଇଁ ତାମିଲନାଡୁ ସରକାର ସଂପୂର୍ଣ୍ଣ ଲକଡାଉନ ଭଳି ପଦକ୍ଷେପ ନେଇଛନ୍ତି। ହେଲେ କର୍ଣ୍ଣାଟକା ସରକାର ରାଜ୍ୟରେ ସଂକ୍ରମଣ ବୃଦ୍ଧି ସତ୍ତ୍ୱେ ୱିକେଣ୍ଡ କର୍ଫ୍ୟୁକୁ ହଟାଇ ଦେଇଛନ୍ତି।

ତାମିଲନାଡୁ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୩ ଅର୍ଥାତ ରବିବାର ପୂରା ରାଜ୍ୟରେ ଲକଡାଉନ ଲାଗୁ ହେବ। ଲକଡାଉନ ଅବଧି ଶନିବାର ରାତି ୧୦ଟାରୁ ସୋମବାର ଭୋର ୫ଟା ଯାଏ ବଳବତ୍ତର ରହିବ। କାରଣ ଏବେ ତାମିଲନାଡୁରେ ରାତି ୧୦ଟାରୁ ଭୋର ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେଉଛି। ତେଣୁ ଶନିବାର ରାତି ୧୦ରୁ ଏଣିକି ଲକଡାଉନ ଲାଗୁ ହେବ।

ଆସନ୍ତା ରବିବାର ହେବାକୁ ଥିବା ଲକଡାଉନ ବେଳେ ସମସ୍ତ ଜରୁରୀ ସେବାକୁ ଅନୁମତି ମିଳିବ। କ୍ଷୀର ଦୋକାନ, ଏଟିଏମ ସେଣ୍ଟର, ହସ୍ପିଟାଲ, ମେଡିକାଲ ସମ୍ପର୍କିତ ଯାତାୟାତ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ରେଷ୍ଟୁରାଣ୍ଟ ଓ ହୋଟେଲ ଗୁଡ଼ିକ କେବଳ ପାର୍ସଲ ସେବା ସକାଳ ୭ରୁ ରାତି ୧୦ ଯାଏ ଦେଇପାରିବେ। ଗତ ୨୪ ଘଣ୍ଟାରେ ତାମିଲନାଡୁରେ ୨୮,୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣଙ୍କ ଜୀବନ ଯାଇଛି। ଦିନକୁ ଦିନ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ରବିବାର ଲକଡାଉନ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ କର୍ଣ୍ଣାଟକା ସରକାର ଆଜି ୱିକେଣ୍ଡ କର୍ଫ୍ୟୁ ହଟାଇବାକୁ ଘୋଷଣା କରିଛନ୍ତି। ହେଲେ ରାଜ୍ୟରେ ରାତି ୧୦ରୁ ଭୋର ୫ଟା ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟରେ ସଂକ୍ରମଣ ବଢ଼ୁଥିଲେ ହେଁ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି। ଏଥିପାଇଁ ରାଜ୍ୟ ସରକାର ବୈଷୟିକ ଟିମ୍‌ର ପରାମର୍ଶକ୍ରମେ ୱିକେଣ୍ଡ ଶଟଡାଉନ ପ୍ରତ୍ୟାହାର କରିଛନ୍ତି।

ଶଟଡାଉନ ହଟିଥିଲେ ହେଁ ରାଜ୍ୟରେ କୌଣସି ପ୍ରକାରର ରାଲି, ଧାର୍ମିକ ସମାବେଶ କିମ୍ବା ଭିଡ଼ ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମ ହୋଇପାରିବନି ବୋଲି ସରକାର କହିଛନ୍ତି।

Related story