ଆତ୍ମଘାତୀ ଆତଙ୍କୀର ଟାର୍ଗେଟରେ ଥିଲା ମନ୍ଦିର ଓ ଘର!

କୋଏମ୍ବାଟୁର: ତାମିଲନାଡୁ କାର୍‌ ବିସ୍ଫୋରଣ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗତ ରବିବାର ଜଣେ ୨୯ ବର୍ଷୀୟ ଇଞ୍ଜନିୟରିଂ ଗ୍ରାଜ୍ୟୁଏଟ କାର୍‌ରେ ସିଲିଣ୍ଡର ନେଇ ଯାଉଥିବା ବେଳେ କୋଏମ୍ବାଟୁରର ଗୋଟିଏ ମନ୍ଦିର ଆଗରେ ବିସ୍ଫୋରଣ ଘଟିଥିଲା। ଏଥିରେ ୨୯ ବର୍ଷୀୟ ଯୁବକ ପ୍ରାଣ ହରାଇଛି। ତେବେ ଏହି ଘଟଣାରେ ଆତଙ୍କୀ ଲିଙ୍କ ଥିବା ତଦନ୍ତରୁ ଜଣାପଡ଼ିଛି। ଯୁବକ ଜଣକ ଆତ୍ମଘାତୀ ହମଲା ପାଇଁ ଯୋଜନା କରିଥିଲା। ତା’ ଟାର୍ଗେଟରେ ମନ୍ଦିର ଓ ସ୍ଥାନୀୟ ଅଞ୍ଚଳରେ ଥିବା […]

NIA

  • Published: Saturday, 29 October 2022
  • , Updated: 29 October 2022, 11:58 AM IST

କୋଏମ୍ବାଟୁର: ତାମିଲନାଡୁ କାର୍‌ ବିସ୍ଫୋରଣ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗତ ରବିବାର ଜଣେ ୨୯ ବର୍ଷୀୟ ଇଞ୍ଜନିୟରିଂ ଗ୍ରାଜ୍ୟୁଏଟ କାର୍‌ରେ ସିଲିଣ୍ଡର ନେଇ ଯାଉଥିବା ବେଳେ କୋଏମ୍ବାଟୁରର ଗୋଟିଏ ମନ୍ଦିର ଆଗରେ ବିସ୍ଫୋରଣ ଘଟିଥିଲା। ଏଥିରେ ୨୯ ବର୍ଷୀୟ ଯୁବକ ପ୍ରାଣ ହରାଇଛି। ତେବେ ଏହି ଘଟଣାରେ ଆତଙ୍କୀ ଲିଙ୍କ ଥିବା ତଦନ୍ତରୁ ଜଣାପଡ଼ିଛି।

ଯୁବକ ଜଣକ ଆତ୍ମଘାତୀ ହମଲା ପାଇଁ ଯୋଜନା କରିଥିଲା। ତା’ ଟାର୍ଗେଟରେ ମନ୍ଦିର ଓ ସ୍ଥାନୀୟ ଅଞ୍ଚଳରେ ଥିବା ଘରଗୁଡ଼ିକ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଜାଣିବାକୁ ପାଇଛି।

ଗତ ରବିବାର ଘଟଣା ଘଟିଥିବା ବେଳେ ଶୁକ୍ରବାର ଠାରୁ ଏନଆଇଏ ଏହାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ଏନଆଇଏ ଅନେକ ପ୍ରକାରର ତଥ୍ୟ ଓ ପ୍ରମାଣ ହାସଲ କରିଛି। ଜଣେ ସ୍ଥାନୀୟ ଲୋକ ପୁଲିସ କହିଛନ୍ତି ଯେ ବିସ୍ଫୋରଣ ହୋଇଥିବା କାରଟି ଘଟଣା ଦିନ ହଠାତ୍‌ ଅପରାହ୍ନ ୪ଟା ବେଳେ ସଙ୍ଗମେସ୍ୱର ମନ୍ଦିର ଆଗରେ ରହିଥିଲା।

କାରଟିକୁ ଜାମିଶା ମୁବିନ ଚଳାଉଥିଲା। କାରଟି ମନ୍ଦିର ସାମ୍ନାରେ ଅଟକିବା ପରେ ହଠାତ୍‌ ଭୟଙ୍କର ବିସ୍ଫୋରଣ ହୋଇଥିଲା। ୨୦୧୯ରେ ମୁବିନକୁ ଆଇଏସଆଇଏସ ଲିଙ୍କରେ ଏନଆଇଏ ଜେରା କରିଥିଲା। ମନ୍ଦିର ସାମ୍ନାରେ କାର୍‌ ବିସ୍ଫୋରଣ ପାଇଁ ମୁବିନ ଯୋଜନା କରିଥିଲା। ଏହି ବିସ୍ଫୋରଣରେ ତା’ର ମଧ୍ୟ ମୃତ୍ୟୁ ଘଟିଛି। ସେ ମନ୍ଦିର ଓ ସ୍ଥାନୀୟ ଅଞ୍ଚଳରେ ଥିବା ଘରଗୁଡ଼ିକ ଟାର୍ଗେଟ କରି ସିଲିଣ୍ଡର ବିସ୍ଫୋରଣ କରିଥିଲା ବୋଲି ଏନଆଇଏର ଜଣେ ଅଧିକାରୀ କହିଛନ୍ତି। ତେବେ ସେ ତା’ ଯୋଜନାକୁ ଠିକ ଭାବେ କାର୍ଯ୍ୟକାରୀ କରିବାକୁ ସକ୍ଷମ ହୋଇନାହିଁ। ଦୁଇଟି ଯାକ ସିଲିଣ୍ଡର ଏକାଠି ବିସ୍ଫୋରଣ ହୋଇଥିଲେ, ସମ୍ଭବତଃ ବଡ଼ ଅଘଟଣ ଘଟିଥାଆନ୍ତା ବୋଲି ଅଧିକାରୀ ଜଣଙ୍କ ଆଶଙ୍କା କରିଛନ୍ତି।

ଏହି ଘଟଣାର ଖୋଳତାଡ଼ କରିବା ପରେ ପ୍ରାଣ ହରାଇଥିବା ଯୁବକଙ୍କ ଠିକଣାରୁ ୭୫ କେଜିର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ତେଣୁ ୟୁଏପିଏ ଲାଗୁ କରାଯାଇଛି। ରବିବାର ମୁବିନ ଗୋଟିଏ କାର୍‌ରେ ଦୁଇଟି ଖୋଲା ସିଲିଣ୍ଡର ନେଇ ଯାଉଥିଲା। ଏହି ସମୟରେ ହଠାତ୍‌ ମନ୍ଦିର ନିକଟରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ମୁବିନର ମୃତ୍ୟୁ ଘଟିଥିଲା। ଘଟଣା ପରେ ମୁବିନର ଘରେ ରେଡ୍‌ କରାଯାଇଥିଲା।

ଏହି ସମୟରେ ଅଳ୍ପ ବିସ୍ଫୋରଣର କ୍ଷମତା ରଖିଥିବା ସାମଗ୍ରୀ ସହ ପୋଟାସିୟ ନାଇଟ୍ରେଟ, ଆଲୁମିନିୟମ ପାଉଡର ଓ ସଲଫର ମିଳିଥିଲା। ଏହି ସବୁ ସମାଗ୍ରୀକୁ ଦେଶୀ ବୋମା ତିଆରି ପାଇଁ ବ୍ୟବହାର କରାଯାଏ।

Related story