ଅଣ୍ଟିରେ ଧନ ନାହିଁ, ବଳଦ ଜାଗାରେ ସାଇକେଲରେ ହେଉଛି ହଳ

ଚେନ୍ନାଇ: କରୋନାର ପ୍ରଭାବ ଏବେ ଚାଷୀଙ୍କ ଉପରେ ପଡ଼ିଛି। ତାମିଲନାଡୁର ଥିରୁଥାନୀର ଜଣେ ଚାଷୀ ଆର୍ଥିକ ସମସ୍ୟାରେ ପଡ଼ିବା ପରେ ନିଜେ ବଳଦ ସାଜି ହଳ କରିଛି। ଲଙ୍ଗଳରେ ବଳଦ ଯୋଟି ହଳ କରିବାକୁ ତା’ର ଆଉ ସାଧ୍ୟ ନାହିଁ। ଏବେ ପୁଅର ସାଇକେଲକୁ ଲଙ୍ଗଳ ଭାବରେ ବ୍ୟବହାର କରି ନିଜେ ବଳଦ ସାଜିଛି ଓ ପୁଅକୁ ହଳୁଆ ସଜେଇଛି। ଧାନ ଚାଷରେ ପ୍ରବଳ କ୍ଷତି ହେବା ପରେ ଏବେ ବିଲରେ ଚମ୍ପା ଫୁଲ ଚାଷ କରି […]

cycle-hala

cycle-hala

Subhransu Sekhar
  • Published: Monday, 05 July 2021
  • Updated: 05 July 2021, 04:19 PM IST

Sports

Latest News

ଚେନ୍ନାଇ: କରୋନାର ପ୍ରଭାବ ଏବେ ଚାଷୀଙ୍କ ଉପରେ ପଡ଼ିଛି। ତାମିଲନାଡୁର ଥିରୁଥାନୀର ଜଣେ ଚାଷୀ ଆର୍ଥିକ ସମସ୍ୟାରେ ପଡ଼ିବା ପରେ ନିଜେ ବଳଦ ସାଜି ହଳ କରିଛି। ଲଙ୍ଗଳରେ ବଳଦ ଯୋଟି ହଳ କରିବାକୁ ତା’ର ଆଉ ସାଧ୍ୟ ନାହିଁ। ଏବେ ପୁଅର ସାଇକେଲକୁ ଲଙ୍ଗଳ ଭାବରେ ବ୍ୟବହାର କରି ନିଜେ ବଳଦ ସାଜିଛି ଓ ପୁଅକୁ ହଳୁଆ ସଜେଇଛି। ଧାନ ଚାଷରେ ପ୍ରବଳ କ୍ଷତି ହେବା ପରେ ଏବେ ବିଲରେ ଚମ୍ପା ଫୁଲ ଚାଷ କରି ପରିବାର ପ୍ରତିପୋଷଣ କରିବା ପାଇଁ ଏହି ଚାଷୀ ପରିବାର ଅଣ୍ଟା ଭିଡ଼ିଛନ୍ତି। ଢୁ ଢୁ ଖରାରେ ପାଳି କରି ବିଲରେ ଆସି ଏହି ଚାଷୀ ପରିବାର ଝାଳ ବୁହାଉଥିବା ଦେଖିବାକୁ ମିଳିଛି। ଚମ୍ପା ଫୁଲରୁ ବିଭିନ୍ନ ପ୍ରକାର ରୋଜଗାର କରିହେବ ଚିନ୍ତା କରି ୩୭ ବର୍ଷୀୟ ନାଗରାଜ ଏହି ଚାଷ କରୁଛନ୍ତି।

ନାଗରାଜ ଧାନ ଚାଷରେ କ୍ଷତି ହେବା ପରେ ଏହି ଫୁଲ ଚାଷ କରିବା ପାଇଁ ବଡ଼ ଆକାରରେ ଋଣ କରିଥିଲେ। ଏହି ଫୁଲ ଚାଷ କରିବାର ୬ ମାସ ପରେ ଗଛ ବଡ଼ ହେବା ପରେ ଚମ୍ପା ଫୁଲ ଫୁଟିବ ବୋଲି ଆଶା ରଖିଥିଲେ ନାଗରାଜ। କିନ୍ତୁ ଲକଡାଉନ ଲାଗୁ ହୋଇଥିବାରୁ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଯିବା ଉପରେ ରୋକ୍ ଲାଗିଥିଲା। ପରିଣାମ ସ୍ୱରୂପ ନାଗରାଜଙ୍କ ଚମ୍ପା ଫୁଲ ଆଉ ବଜାରରେ ବିକ୍ରି ହୋଇ ନପାରି ନଷ୍ଟ ହୋଇଯାଇଛି। ମୁଖ୍ୟତଃ ତାମିଲନାଡୁରେ ବିବାହ ବେଳେ ଚମ୍ପା ଫୁଲର ବ୍ୟବହାର ଅଧିକ ହୁଏ। ହେଲେ କରୋନା ପାଇଁ ବାହାଘର ସ୍ୱାଭାବିକ ଭଳି ହେଉ ନାହିଁ ଯଦି ବି ହେଉଛି ସ୍ୱଳ୍ପ ଖର୍ଚ୍ଚରେ ବିବାହ ହେଉଛି। ତେଣୁ ନାଗରାଜ ଚମ୍ପା ଫୁଲକୁ ବିଭିନ୍ନ ଜରିଆରେ ବିକ୍ରି କରି ଯେଉଁ ଲାଭ କରିବେ ବୋଲି ଆଶା ରଖିଥିଲେ ତାହା ମଉଳିଯାଇଛି। ଏଥିସହ ନିଜର ଗୋଟିଏ ବର୍ଷର ପରିଶ୍ରମ ଧୋଇ ହୋଇଯାଇଛି ବୋଲି ନାଗରାଜ କହିଛନ୍ତି।

ଏବେ ଋଣ ପରିଶୋଧ କିଭଳି ହେବ ନାଗରାଜକୁ ଚିନ୍ତା ଘାରିଛି। ଯଦିଓ ପ୍ରଥମ ବର୍ଷ ଚାଷ ନଷ୍ଟ ହୋଇଯାଇଛି। ଏବେ କିନ୍ତୁ ପୁଣିଥରେ ଚାଷ କରି ଆଗକୁ ବଢ଼ିବାକୁ ଚେଷ୍ଟା କରିଛନ୍ତ ନାଗରାଜ। ତେଣୁ ଲଙ୍ଗଳ ପରିବର୍ତ୍ତେ ଏବେ ନିଜ ପୁଅକୁ ସରକାର ଯେଉଁ ସାଇକେଲ ଦେଇଥିଲେ ସେହି ସାଇକେଲକୁ ଲଙ୍ଗଳରେ ଲଗାଇ କମ୍ ଖର୍ଚ୍ଚରେ ଲଙ୍ଗଳ କରିଛନ୍ତି ନାଗରାଜ। ସାଇକେଲକୁ ନିଜ ବୁଦ୍ଧି ଅନୁଯାୟୀ ଲଙ୍ଗଳରେ ଉପଯୋଗ କରିବାର ଭିଡିଓ ଏବଂ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ସାରା ଦେଶରେ ନାଗରାଜଙ୍କୁ ନେଇ ଚର୍ଚ୍ଚା ବଢ଼ିଛି।

ନାଗରାଜଙ୍କ ପୁଅ ଧନାଚେଝିୟାନ୍ ବୟସ ୧୧ ବର୍ଷ। କୋଭିଡ ପାଇଁ ସ୍କୁଲ୍ ବନ୍ଦ ରହିଥିବାରୁ ଘରେ ରହି ଅନଲାଇନରେ ପାଠ ପଢ଼ୁଛନ୍ତି। ସେ ପରିବାରର ସ୍ଥିତି ଦେଖିବା ପରେ ତାଙ୍କ ବାପାଙ୍କୁ କାମରେ ସହଯୋଗ କରୁଥିବା ସେ କହିଛନ୍ତି। ତାଙ୍କ ସାଇକଲେକୁ ଏବେ ଜମିକୁ ଲଙ୍ଗଳ କରିବାରେ ବ୍ୟବହାର କରାଯାଉଛି ବୋଲି ଧନାଚେଝିୟାନ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story