ବଡ଼ ଘୋଷଣା କଲା ଟାଟା ଷ୍ଟିଲ୍, କରୋନା ମୃତକଙ୍କ ପରିବାରକୁ ୬୦ ବର୍ଷ ଯାଏ ମିଳିବ ଦରମା

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଭାରତରେ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି କଠିନ ସମୟରେ ଅନେକ ପରିବାର ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି। କରୋନାରେ ଜୀବନ ହରାଉଥିବା ଲୋକଙ୍କର ପତି କିମ୍ବା ପତ୍ନୀ ଏଭଳି ସମୟରେ ବେସାହାର ଓ ଏକାକୀ ପଡ଼ି ଯାଉଛନ୍ତି। ଏଭଳି ସ୍ଥିତିରେ ଅନେକ କର୍ପୋରେଟ୍ କମ୍ପାନୀ ନିଜ ନିଜର କର୍ମଚାରୀଙ୍କ ପରିବାର ପାଇଁ କିଛି ନା କିଛି ସହାୟତା କରୁଛନ୍ତି। କିନ୍ତୁ ଭାରତର ସବୁଠାରୁ ବଡ଼ କମ୍ପାନୀ ଟାଟା ଷ୍ଟିଲ୍ […]

tata-steel

tata-steel

Ranjit Kumar Jena
  • Published: Monday, 24 May 2021
  • Updated: 24 May 2021, 11:28 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଭାରତରେ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି କଠିନ ସମୟରେ ଅନେକ ପରିବାର ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି। କରୋନାରେ ଜୀବନ ହରାଉଥିବା ଲୋକଙ୍କର ପତି କିମ୍ବା ପତ୍ନୀ ଏଭଳି ସମୟରେ ବେସାହାର ଓ ଏକାକୀ ପଡ଼ି ଯାଉଛନ୍ତି। ଏଭଳି ସ୍ଥିତିରେ ଅନେକ କର୍ପୋରେଟ୍ କମ୍ପାନୀ ନିଜ ନିଜର କର୍ମଚାରୀଙ୍କ ପରିବାର ପାଇଁ କିଛି ନା କିଛି ସହାୟତା କରୁଛନ୍ତି। କିନ୍ତୁ ଭାରତର ସବୁଠାରୁ ବଡ଼ କମ୍ପାନୀ ଟାଟା ଷ୍ଟିଲ୍ ପ୍ରତିଥର ଭଳି ତା’ର କର୍ମଚାରୀଙ୍କ ସହିତ ଏହି ବିପଦ ସମୟରେ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛି।

କରୋନାରେ ଟାଟା ଷ୍ଟିଲର ଅନେକ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଆଉ ସେହି କର୍ମଚାରୀଙ୍କ ପରିବାର ପାଇଁ ଟାଟା ଷ୍ଟିଲ୍ ବଡ଼ ଘୋଷଣା କରିଛି। ଟାଟା ଷ୍ଟିଲ୍ ସୋଶାଲ ସିକ୍ୟୁରିଟି ସ୍କିମର ଘୋଷଣା କରିଛି। ଏହି ସ୍କିମ୍ ଆଧାରରେ ଯଦି କରୋନାଭାଇରସ ଯୋଗୁ କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟେ, ତାହେଲେ କମ୍ପାନୀ ମୃତ କର୍ମଚାରୀ କିମ୍ବା ତାଙ୍କ ନୋମିନୀଙ୍କୁ ୬୦ ବର୍ଷ ଯାଏ ଦରମା ଦେବ। ଏହାସହ ମୃତ କର୍ମଚାରୀଙ୍କ ପିଲାଙ୍କର ପାଠପଢ଼ା ଖର୍ଚ୍ଚ, ପରିବାରକୁ ମେଡିକାଲ୍ ଏବଂ ଘରର ସୁବିଧା ମଧ୍ୟ ବହନ କରିବାକୁ ଟାଟା ଷ୍ଟିଲ୍ ଘୋଷଣା କରିଛି।

ଟାଟା ଷ୍ଟିଲ୍ ତା’ର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡଲରେ ଏକ ସର୍କୁଲାର ଜାରି କରିଛି, ଯେଉଁଥିରେ ସୋଶାଲ ସିକ୍ୟୁରିଟି ସ୍କିମ୍ ସମ୍ବନ୍ଧରେ ପୂରା ସୂଚନା ଦିଆଯାଇଛି। କମ୍ପାନୀ ଟୁଇଟ୍ କରି ଲେଖିଛି, ଟାଟା ଷ୍ଟିଲ୍ କୋଭିଡ୍-୧୯ରେ ପ୍ରଭାବିତ କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଆଧାରରେ ଏଜିଲିଟି ୱିଥ୍ କେୟାରର ବାଟ ଆପଣାଇଛି। ଏହି କଠିନ ସମୟରୁ ବାହାରିବା ପାଇଁ ଆମେ ପୂରା ଶକ୍ତିର ସହ ଲୋକଙ୍କୁ ସହାୟତା କରୁଛୁ।

https://twitter.com/TataSteelLtd/status/1396345034878840835?s=20

ଟାଟା ଷ୍ଟିଲ୍ ଘୋଷଣା କରିଛି ଯେ, କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କୁ ଯେମିତି ଦରମା ମିଳେ, ସେତିକି ଦରମା ତାଙ୍କର ପରିବାରକୁ ମିଳିବ। ଏହି ଦରମା ମୃତ କର୍ମଚାରୀ କିମ୍ବା ନୋମିନୀଙ୍କୁ ୬୦ ବର୍ଷ ପୂରଣ ହେବା ଯାଏ ପ୍ରଦାନ କରାଯିବ। ଏହାସହ କର୍ମଚାରୀଙ୍କ ପରିବାରକୁ ରହିବା ପାଇଁ କ୍ୱାର୍ଟର ଦିଆଯିବ ଓ ଏହାସହ ମେଡିକାଲ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ସେହିପରି କର୍ମଚାରୀଙ୍କ ପିଲାଙ୍କର ଗ୍ରାଜୁଏସନ୍ ଶେଷ ହେବା ପର‌୍ୟ୍ୟନ୍ତ ଭାରତରେ ପାଠପଢ଼ାର ପୂରା ଖର୍ଚ୍ଚ କମ୍ପାନୀ ବହନ କରିବ।

ଦେଶର ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ନିଜ କର୍ମଚାରୀଙ୍କ ପାଇଁ ଏହିଭଳି କିଛି ଘୋଷଣା କରିଛି। ଏମ ଆଣ୍ଡ ଏମ ଅନୁଯାୟୀ, ଯେଉଁ କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହୋଇଛି, ସେମାନଙ୍କୁ କମ୍ପାନୀ ପକ୍ଷରୁ ପରିବାର ସହାୟତା କାର୍ଯ୍ୟକ୍ରମ ଆଧାରରେ ନୋମିନୀଙ୍କୁ ୫ ବର୍ଷ ଯାଏ ପେନସନ୍ ଓ ବାର୍ଷିକ ଆୟର ଦୁଇଗୁଣା ରାଶି ପ୍ରଦାନ କରାଯିବ। ଏହା ବ୍ୟତୀତ ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ଦ୍ୱାଦଶ ଶ୍ରେଣୀ ପର‌୍ୟ୍ୟନ୍ତ ପ୍ରତି ପିଲା ପିଛା ୨ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସହାୟତା ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story