ନ୍ୟୁଜକ୍ଲିକ ଓ ନ୍ୟୁଜଲଣ୍ଡ୍ରୀ ଅଫିସରେ ଆୟକର ବିଭାଗର ‘ସର୍ଭେ’

ନୂଆଦିଲ୍ଲୀ: ୟୁଟ୍ୟୁବରେ ଖବର ପ୍ରସାରଣ କରୁଥିବା ନ୍ୟୁଜକ୍ଲିକ ଓ ନ୍ୟୁଜଲଣ୍ଡ୍ରୀ ନାମକ ଦୁଇଟି ୱେବସାଇଟ୍‌ର ଅଫିସରେ ଆଜି ଆୟକର ବିଭାଗର ଅଧିକାରୀମାନେ ପହଞ୍ଚି ବିଭିନ୍ନ ଦସ୍ତାବିଜ୍‌କୁ ଯାଞ୍ଚ କରିଛନ୍ତି। ତେବେ ଅଧିକାରୀମାନଙ୍କ ଏପରି ଯାଞ୍ଚ କୌଣସି ରେଡ୍‌ ନୁହେଁ ବରଂ ସର୍ଭେ ବୋଲି କହିଛନ୍ତି। ଦକ୍ଷିଣ ଦିଲ୍ଲୀରେ ଥିବା ଏହି ଦୁଇ ୱେବସାଇଟ୍‌ର ଅଫିସରେ ଆଜି ହଠାତ୍‌ ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ। ଏହି ସମୟରେ ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ […]

Raid

Hemant Lenka
  • Published: Friday, 10 September 2021
  • , Updated: 10 September 2021, 06:31 PM IST

ନୂଆଦିଲ୍ଲୀ: ୟୁଟ୍ୟୁବରେ ଖବର ପ୍ରସାରଣ କରୁଥିବା ନ୍ୟୁଜକ୍ଲିକ ଓ ନ୍ୟୁଜଲଣ୍ଡ୍ରୀ ନାମକ ଦୁଇଟି ୱେବସାଇଟ୍‌ର ଅଫିସରେ ଆଜି ଆୟକର ବିଭାଗର ଅଧିକାରୀମାନେ ପହଞ୍ଚି ବିଭିନ୍ନ ଦସ୍ତାବିଜ୍‌କୁ ଯାଞ୍ଚ କରିଛନ୍ତି। ତେବେ ଅଧିକାରୀମାନଙ୍କ ଏପରି ଯାଞ୍ଚ କୌଣସି ରେଡ୍‌ ନୁହେଁ ବରଂ ସର୍ଭେ ବୋଲି କହିଛନ୍ତି।

ଦକ୍ଷିଣ ଦିଲ୍ଲୀରେ ଥିବା ଏହି ଦୁଇ ୱେବସାଇଟ୍‌ର ଅଫିସରେ ଆଜି ହଠାତ୍‌ ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ। ଏହି ସମୟରେ ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଅଧିକାରୀମାନଙ୍କ ତଥାକଥିତ ସର୍ଭେ। ବିଭାଗ ପକ୍ଷରୁ ମଧ୍ୟ ଏହାର ଅଧିକାରୀମାନେ ଦୁଇ ନ୍ୟୁଜ ୱେବସାଇଟକୁ ଯାଇ ସର୍ଭେ କରିଥିବା କଥାକୁ ସ୍ୱୀକାର କରିଛି।

ମିଳିଥିବା ସୂଚନା ଅନୁସାରେ, ଟିକସ ଫାଙ୍କିଥିବା ଅଭିଯୋଗରେ ଏପରି ଛାନଭିନ କରାଯାଇଛି। ପୋର୍ଟାଲ ଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟକୁ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ଆର୍ଥିକ ନେଣଦେଣ ହିଁ ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି। ତେବେ ଏ ବିଷୟରେ ଅଧିକାରୀ ଜଣଙ୍କ ଅଧିକ ସୂଚନା ଦେବାକୁ ମନା କରିଦେଇଛନ୍ତି।

ନ୍ୟୁଜଲଣ୍ଡ୍ରୀରେ କାମ କରୁଥିବା ଜଣେ କର୍ମଚାରୀ କହିଛନ୍ତି, ଆୟକର ଅଧିକାରୀମାନେ ପ୍ରାୟ ୧୧.୩୦ରେ ଅଫିସକୁ ଆସିଥିଲେ। ରିପୋର୍ଟ ଲେଖା ହେବା ଯାଏ ସେମାନେ ଏଠାରେ ଉପସ୍ଥିତ ରହିଛନ୍ତି। ଅଫିସରେ ଥିବା କର୍ମଚାରୀମାନଙ୍କୁ ସେମାନେ ଫୋନ ବ୍ୟବହାର କରିବାକୁ ବାରଣ କରିଛନ୍ତି। ସେମାନେ ବିଭିନ୍ନ ଦସ୍ତାବିଜ୍ ଯାଞ୍ଚ କରୁଥିବା କର୍ମଚାରୀ ଜଣଙ୍କ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମାସରେ ନ୍ୟୁଜକ୍ଲିକର ଅଫିସ ଓ ଏହାର ପ୍ରତିଷ୍ଠାତାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍‌ କରାଯାଇଥିଲା। ଦିଲ୍ଲୀ ପୁଲିସ୍‌ର ଗୋଟିଏ ଏଫଆଇଆର ଆଧାରରେ ଏପରି ରେଡ୍‌ତ କରାଯାଇଥିଲା।

Related story