'ଚନ୍ଦ୍ରବାବୁ କ୍ଷମତାକୁ ନଫେରିବା ଯାଏ ଅଧା ଲଣ୍ଡା ହୋଇ ବୁଲିବି'

ହାଇଦ୍ରାବାଦ: ଟିଡିପି ନେତାଙ୍କ ଅଭିନବ ପ୍ରତିବାଦ। ନିଆରା ଢ଼ଙ୍ଗରେ ନେଲେ ଶପଥ। କାଟି ଦେଲେ ଅଧା ନିଶ ଆଉ ହୋଇଗଲେ ଅଧା ଲଣ୍ଡା। ଅଧ ଖଣ୍ଡିଆ ହୋଇ ରାସ୍ତାରେ ବୁଲିଲେ। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଯେତେ ପର୍ଯ୍ୟନ୍ତ କ୍ଷମତାକୁ ନଫେରିଛନ୍ତି, ସେଯାଏଁ ଏଭଳି ରହିବେ ବୋଲି ଟିଡିପି ନେତା କପ୍ପରା ଶ୍ରୀନିବାସୁଲୁ ଶପଥ ନେଇଛନ୍ତି। ଆନ୍ଧ୍ରପ୍ରଦେଶର ନେଲୋର ମ୍ୟୁନିସିପାଲିଟି ନିର୍ବାଚନରେ ​​ଟିଡିପିର ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଦଳୀୟ ନେତା କପ୍ପା ଶ୍ରୀନିବାସୁଲୁ ଏଭଳି ଅଭିନବ ଉପାୟରେ […]

TDP leader

TDP leader

Madhupriya Mistry
  • Published: Friday, 19 November 2021
  • Updated: 19 November 2021, 03:54 PM IST

ହାଇଦ୍ରାବାଦ: ଟିଡିପି ନେତାଙ୍କ ଅଭିନବ ପ୍ରତିବାଦ। ନିଆରା ଢ଼ଙ୍ଗରେ ନେଲେ ଶପଥ। କାଟି ଦେଲେ ଅଧା ନିଶ ଆଉ ହୋଇଗଲେ ଅଧା ଲଣ୍ଡା। ଅଧ ଖଣ୍ଡିଆ ହୋଇ ରାସ୍ତାରେ ବୁଲିଲେ। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଯେତେ ପର୍ଯ୍ୟନ୍ତ କ୍ଷମତାକୁ ନଫେରିଛନ୍ତି, ସେଯାଏଁ ଏଭଳି ରହିବେ ବୋଲି ଟିଡିପି ନେତା କପ୍ପରା ଶ୍ରୀନିବାସୁଲୁ ଶପଥ ନେଇଛନ୍ତି।

ଆନ୍ଧ୍ରପ୍ରଦେଶର ନେଲୋର ମ୍ୟୁନିସିପାଲିଟି ନିର୍ବାଚନରେ ​​ଟିଡିପିର ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଦଳୀୟ ନେତା କପ୍ପା ଶ୍ରୀନିବାସୁଲୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି। ଅଧା ନିଶ ଏବଂ ଅଧ ଲଣ୍ଡା ହୋଇଯାଇଛନ୍ତି ସେ। ଆନ୍ଧ୍ରପ୍ରଦେଶରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କ୍ଷମତାକୁ ଆସିବା ପର୍ଯ୍ୟନ୍ତ ସେ ଏଭଳି ରହିବେ ବୋଲି ଘୋଷଣା କରିଛନ୍ତି।

ଅଭିନବ ପ୍ରତିବାଦ କରୁଥିବା ବେଳେ ଏହି ଟିଡିପି ନେତାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଶ୍ରୀନିବାସୁଲୁ ବେକରେ ଏକ ସିଲଟ ମଧ୍ୟ ଝୁଲାଇଥିବା ଦେଖିବାକୁ ମିଳିଛି। ସେ ଏଥିରେ ଭୋଟରଙ୍କୁ ନାଇଡୁଙ୍କୁ ପୁନଃନିର୍ବାଚିତ କରିବାକୁ ଏବଂ ୱାଇଏସ୍‌ ଜଗନ ମହୋନଙ୍କୁ ବରଖାସ୍ତ କରିବାକୁ ଅନୁରୋଧ କରୁଛନ୍ତି।

ଶାସକ ୱାଇଏସ୍‌ଆର୍‌ସିପି ଦଳ ନିର୍ବାଚନରେ ହେରଫେରା କରିଥିବା ସେ ଦାବି କରିଛନ୍ତି। ଏପରିକି ନେଲୋର ମ୍ୟୁନିସିପାଲଟି ନିର୍ବାଚନରେ ମନ୍ତ୍ରୀ ଅନିଲ କୁମାର ଏବଂ ତାଙ୍କ ସମର୍ଥକମାନେ ଭୋଟରଙ୍କୁ ବିପୁଳ ପରିମାଣର ଟଙ୍କା ଲାଞ୍ଚ ଆକରରେ ଦେଇଛନ୍ତି। ଏମାନେ ଭୋଟରଙ୍କୁ କିଣି ଥିବା ସେ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ, ନେଲୋର ମ୍ୟୁନିସିପାଲିଟି ନିର୍ବାଚନରେ ​​ବିପୁଳ ପରିମାଣର ଭୋଟରେ ବିଜୟ ପାଇଁ ଜଳସମ୍ପଦ ମନ୍ତ୍ରୀ ପି ଅନିଲ କୁମାର ଯାଦବ ଏବଂ ଦଳର ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ଜଗନମୋହନ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos