ଦଳୀୟ ଚିହ୍ନ ଉପରେ ରୋକ ପରେ ନୂଆ ନାଁ ଦେଲେ ଉଦ୍ଧବ!

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ଶିବସେନାର ଦଳୀୟ ଚିହ୍ନକୁ ନେଇ ବିବାଦ। ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀରେ ଶିବସେନାର ନାଁ ଓ ଚିହ୍ନକୁ ନେଇ ଲାଗି ରହିଥିବା ବିବାଦ ଭିତରେ ଗତକାଲି ଏକ ନୂଆ ଟ୍ୱିଟ୍‌ ଦେଖିବାକୁ ମିଳିଥିଲା। ଏହି ବିବାଦ ଭିତରେ ନିର୍ବାଚନ କମିଶନ ଶିବସେନାର ନାଁ ଓ ଦଳୀୟ ଚିହ୍ନ(ଧନୁ-ତୀର)ର ବ୍ୟବହାର ଉପରେ ରୋକ ଲଗାଇ ଦେଇଥିଲେ। ଆଜି ଶିବସେନାର ଉଦ୍ଧବ ଠାକରେ କ୍ୟାମ୍ପ ମୁମ୍ବାଇର ଆନ୍ଧେରି ଇଷ୍ଟରେ ହେବାକୁ ଥିବା […]

uddhav thackeray

Madhupriya Mistry
  • Published: Sunday, 09 October 2022
  • , Updated: 09 October 2022, 12:26 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ଶିବସେନାର ଦଳୀୟ ଚିହ୍ନକୁ ନେଇ ବିବାଦ। ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀରେ ଶିବସେନାର ନାଁ ଓ ଚିହ୍ନକୁ ନେଇ ଲାଗି ରହିଥିବା ବିବାଦ ଭିତରେ ଗତକାଲି ଏକ ନୂଆ ଟ୍ୱିଟ୍‌ ଦେଖିବାକୁ ମିଳିଥିଲା। ଏହି ବିବାଦ ଭିତରେ ନିର୍ବାଚନ କମିଶନ ଶିବସେନାର ନାଁ ଓ ଦଳୀୟ ଚିହ୍ନ(ଧନୁ-ତୀର)ର ବ୍ୟବହାର ଉପରେ ରୋକ ଲଗାଇ ଦେଇଥିଲେ। ଆଜି ଶିବସେନାର ଉଦ୍ଧବ ଠାକରେ କ୍ୟାମ୍ପ ମୁମ୍ବାଇର ଆନ୍ଧେରି ଇଷ୍ଟରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତିନୋଟି ନାମ ଏବଂ ଚିହ୍ନର ତାଲିକା ନିର୍ବାଚନ ଆୟୋଗଙ୍କୁ ଦେଇଛି।

ସୂଚନା ମୁତାବକ, ଉଦ୍ଧବ ଗୋଷ୍ଠୀର 'ଶିବସେନା ବାଲାସାହେବ ଠାକରେ' ନାମ ପାଇଁ ପ୍ରଥମ ପସନ୍ଦ ହୋଇଥିବାବେଳେ 'ଶିବସେନା ଉଦ୍ଧବ ବାଲାସାହେବ ଠାକରେ' ଦ୍ୱିତୀୟ ପସନ୍ଦ ରହିଛି। ଏହି ନାମଗୁଡ଼ିକରେ ଉଦ୍ଧବ ଶିବିର ପକ୍ଷରୁ ବାଲାସାହେବ ଠାକରେଙ୍କ ନାଁ ବ୍ୟବହୃତ ହୋଇଛି।

ଦଳର ନାମ ଏବଂ ଚିହ୍ନ ଉପରେ ଉଭୟ ଦଳର ହକ୍‌ ଜାହରି କରୁଥିବା ଭିତରେ ନିର୍ବାଚନ ଆୟୋଗ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି ଉଭୟଙ୍କୁ ସୋମବାର ସୁଦ୍ଧା ନିଜ ନିଜ ଦଳ ପାଇଁ ତିନୋଟି ନୂଆ ନାଁ ଏବଂ ଚିହ୍ନ ବାଛିବା ପାଇଁ କହିଛନ୍ତି। ଦୁଇ ଦଳ ଦ୍ୱାରା ପରାମର୍ଶ ଦିଆଯାଇଥିବା ନାଁ ଏବଂ ନିର୍ବାଚନ ଚିହ୍ନ ମଧ୍ୟରୁ କୌଣସି ଗୋଟିଏର ବ୍ୟବହାର ପେଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସେମାନଙ୍କୁ ଅନୁମତି ମିଳିବ।

ପାଖେଇ ଆସୁଛି ମୁମ୍ବାଇ ଅନ୍ଧେରି-ଇଷ୍ଟ ଉପନିର୍ବାଚନ। ଏହାରି ଭିତରେ ସିନ୍ଦେ ଗୋଷ୍ଠୀଙ୍କ ଅନୁରୋଧ କ୍ରମେ ନିର୍ବାଚନ କମିଶନ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି। ଉଭୟ ପକ୍ଷଙ୍କୁ ଅକ୍ଟୋବର ୧୧ ତାରିଖ ଦିନ ୧ଟା ସୁଦ୍ଧା ଦଳୀୟ ଚିହ୍ନଙ୍କୁ ଇସିଙ୍କ ନିକଟରେ ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏଯାଏ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଶିବସେନାର ଦଳୀୟ ଚିହ୍ନ ବ୍ୟବହାର କରି ଆସୁଥିଲା। ଏକନାଥ ସିନ୍ଦେ ବିଜେପି ସହ ମିଶିବା ପରେ ଦଳୀୟ ଚିହ୍ନ ହାସଲ କରିବାକୁ ଇସିଙ୍କ ନିକଟରେ ଆବେଦନ କରିଥିଲେ। ଏହା ବିରୋଧରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ଇସିଙ୍କୁ ନେବାକୁ କହିଥିଲେ। ଇସି ଏହି ବିବାଦର ବିଚାର କରୁଥିବା ବେଳେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀଙ୍କୁ ଜବାବ ଦାଖଲ କରିବାକୁ କହିଥିଲା। ଉଦ୍ଧବ ଠାକରେ ଜବାବ ଦେବା ପରେ ଗତକାଲି ଇସି ଦଳୀୟ ଚିହ୍ନକୁ ଫ୍ରିଜ୍‌ ବା ଦଳୀୟ ଚିହ୍ନର ବ୍ୟବହାର ଉପରେ ରୋକ ଲଗାଇ ଦେଇଛନ୍ତି।

Related story