ଝଟ୍‌କା ଦେଲେ ଲାଲୁଙ୍କ ପୁଅ, ନିର୍ବନ୍ଧ କରିବାକୁ ଯାଇ ବାହା ହୋଇଗଲେ

ନୂଆଦିଲ୍ଲୀ: ସରିଲା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଗେହ୍ଲା ପୁଅ ତେଜସ୍ୱୀଙ୍କ ବିବାହ। ଦିଲ୍ଲୀରେ ଆଜି ସେ ବିବାହ କରି ସମସ୍ତଙ୍କୁ ଦେଇଛନ୍ତି ଝଟ୍‌କା। ନିର୍ବନ୍ଧ କରିବାକୁ ଯାଇ ସେ ନେଇଛନ୍ତ ସାତଫେରା। ପୂର୍ବରୁ ଆଜି ତାଙ୍କ ନିର୍ବନ୍ଧ ହେବ ବୋଲି ଜାତୀୟ ଗଣମାଧ୍ୟରେ ସୂଚନା ମିଳିଥିଲା। ହେଲେ ନିର୍ବନ୍ଧ କରିବାକୁ ଯାଇ ସେ ଏବେ ବିବାହ କରିନେଇଛନ୍ତି। ତାଙ୍କ ବିବାହ ନେଇ ପୂର୍ବରୁ କୌଣସି ଖବର ନଥିଲା। ତେଜସ୍ୱୀଙ୍କ ବିବାହ ଫଟୋ ଏବେ ସାମ୍ନାକୁ […]

Tejaswi yadav

Tejaswi yadav

Madhupriya Mistry
  • Published: Thursday, 09 December 2021
  • Updated: 09 December 2021, 05:24 PM IST

Sports

Latest News

ନୂଆଦିଲ୍ଲୀ: ସରିଲା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଗେହ୍ଲା ପୁଅ ତେଜସ୍ୱୀଙ୍କ ବିବାହ। ଦିଲ୍ଲୀରେ ଆଜି ସେ ବିବାହ କରି ସମସ୍ତଙ୍କୁ ଦେଇଛନ୍ତି ଝଟ୍‌କା। ନିର୍ବନ୍ଧ କରିବାକୁ ଯାଇ ସେ ନେଇଛନ୍ତ ସାତଫେରା। ପୂର୍ବରୁ ଆଜି ତାଙ୍କ ନିର୍ବନ୍ଧ ହେବ ବୋଲି ଜାତୀୟ ଗଣମାଧ୍ୟରେ ସୂଚନା ମିଳିଥିଲା। ହେଲେ ନିର୍ବନ୍ଧ କରିବାକୁ ଯାଇ ସେ ଏବେ ବିବାହ କରିନେଇଛନ୍ତି। ତାଙ୍କ ବିବାହ ନେଇ ପୂର୍ବରୁ କୌଣସି ଖବର ନଥିଲା।

ତେଜସ୍ୱୀଙ୍କ ବିବାହ ଫଟୋ ଏବେ ସାମ୍ନାକୁ ଆସିଛି। ଲାଲ ଯୋଡାରେ ଲାଲୁଙ୍କ ବୋହୂ ନଜର ଆସିଥିବା ବେଳେ ଗୋଲ୍ଡେନ୍‌ ସେରୱାନି ପିନ୍ଧି ବର ବେସରେ ସେଜଇ ହୋଇଛନ୍ତି ତେଜସ୍ୱୀ। ସେ ଚଣ୍ଡିଗଡର ଜଣେ ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିଛନ୍ତି। କୁହାଯାଉଛି ଯେ, ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଏବଂ ତାଙ୍କ ପତ୍ନୀଙ୍କ ବନ୍ଧୁତା ସାତ ବର୍ଷ ପୁରୁଣା। ଏଦୁହେଁ ଦିଲ୍ଲୀର ଆର୍‌କେ ପୁରମ୍‌ ଦିଲ୍ଲୀ ପବ୍ଲିକ ସ୍କୁଲରେ ଏକାଠି ପଢ଼ୁଥିଲେ।

କୁହାଯାଉଛି ଯେ ଗତ କିଛି ଦିନ ହେବ ତେଜଶ୍ୱୀଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା, କିନ୍ତୁ ଏହାକୁ ଗୁପ୍ତ ରଖାଯାଇଥିଲା। ପରିବାରର କିଛି ପ୍ରତିଷ୍ଠିତ ସଦସ୍ୟଙ୍କ ବ୍ୟତୀତ ଏହି ସୂଚନା କାହାକୁ ଦିଆଯାଇନଥିଲା। ପ୍ରଥମେ କୁହାଯାଉଥିବା ତେଜସ୍ୱୀଙ୍କ ନିର୍ବନ୍ଧ ହେବ କିନ୍ତୁ ଏବେ ତାଙ୍କ ବିବାହ ଖବର ସାମ୍ନାକୁ ଆସିଛି। ତେଜସ୍ୱୀ ଯାଦବଙ୍କୁ ବିବାହ କରାଇବା ପାଇଁ ଲାଲୁଙ୍କ ପାରିବାରିକ ପୁରୋହିତ ଭୃଗୁନାଥପତି ଦୁବେଙ୍କୁ ବୁଧବାର ଶୀଘ୍ର ଦିଲ୍ଲୀ ଡକାଯାଇଥିଲା।

ଦିଲ୍ଲୀ ସ୍ଥିତ ସୈନିକ ଫାର୍ମ ହାଉସରେ ତେଜସ୍ୱୀଙ୍କ ବିବାହ ହୋଇଛି। ଗୁରୁବାର ସକାଳେ ହଳଦି ପରେ ରିଙ୍ଗ ସେରେମୋନି ଏବଂ ତା'ପରେ ଦୁହେଁ ବିବାହ ମଣ୍ଡପରେ ବସିଥିଲେ।ଏହାପୂର୍ବରୁ ତାଙ୍କ ଭଉଣୀ ରୋହିଣୀ ଟ୍ୱିଟ୍‌ କରି ତେଜସ୍ୱୀଙ୍କ ବିବାହ ଖବରକୁ କନ୍‌ଫର୍ମ କରିଥିଲେ।

ସୂଚନା ମୁତାବକ, ପୂର୍ବରୁ ଲାଲୁ ଏହି ବିବାହକୁ ନେଇ ରାଜି ନଥିଲେ। ଏଥିପାଇଁ ସେ ନିଜ ସମ୍ପର୍କୀୟଙ୍କୁ ମଧ୍ୟ ଉକ୍ତ ବିବାହକୁ ଡାକିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos