ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅସମ୍ମାନ ଅଭିଯୋଗ। ହାଇଦ୍ରାବାଦ ଏୟାର ପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ ସ୍ୱାଗତ ନକରିବା ନେଇ ରାଜନୀତି ଜୋର ଧରିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ତେଲେଙ୍ଗାନା ରାଜ୍ୟ ବିଜେପି ସଭାପତି ବଣ୍ଡି ସଞ୍ଜୟ କୁମାର। ମୁଖ୍ୟମନ୍ତ୍ରୀ ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କୁ ରିସିଭ କରିନଥିବା କହିଛନ୍ତି ବଣ୍ଡି ସଞ୍ଜୟ।ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପ୍ରୋଟୋକଲ ଭାଙ୍ଗିଥିବାରୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି। ଏହା କ’ଣ ଆପଣଙ୍କର ସଂସ୍କୃତି ? ଆପଣ କହୁଛନ୍ତି ୮୦,୦୦୦ ବହି ପଢ଼ିଛନ୍ତି। ଏତେ ବହି ପଢ଼ି କଣ ଏହି ଶିକ୍ଷା ପାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବଣ୍ଡି ସଞ୍ଜୟ। କେସିଆର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଅଣଦେଖା କରି ନିଜ ଫାର୍ମ ହାଉସରେ ଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଅପମାନ ଦେଶର ଜନତାଙ୍କୁ ଅପମାନିତ କରିବା ସମାନ ବୋଲି ସେ କହିଛନ୍ତି । ଜଣେ ପ୍ରଧାନମନ୍ତ୍ରୀଙ୍କଠାରୁ ଆପଣଙ୍କ ଫାର୍ମ ହାଉସ୍ କେମିତି ବଡ଼ ହୋଇଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖମ୍ରନ୍ତ୍ରୀଙ୍କୁ ସାଧାରଣ ସୌଜନ୍ୟ ମଧ୍ୟ ଜଣାନାହିଁ ବୋଲି ସେ ସମାଲୋଚନା କରିଛନ୍ତି।
ଆଜି ଅପରାହ୍ନରେ ହାଇଦ୍ରାବାଦର ଏୟାପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିଲେ । ଆସିଆରଆଇଏସ୍ଏଟିର ୫୦ତମ ବାର୍ଷିକ ଉତ୍ସବରେ ମୋଦି ଯୋଗ ଦେଇଥିଲେ। ତେଲେଙ୍ଗାନା ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରରରେ ସ୍ୱାଗତ କରିଥିଲେ। ତେବେ ଶାରୀରିକ ଅସୁସ୍ଥତା ଯୋଗୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ରିସିଭ କରିବାକୁ ଯାଇ ପାରି ନ ଥିବା କୁହାଯାଇଛି।
ପୂର୍ବରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କେସି୍ଆର ଟାର୍ଗେଟ କରି ଆସିଛନ୍ତି। ନିକଟରେ କେନ୍ଦ୍ରୀୟ ବଜେଟକୁ ଗୋଲମାଲ କହି ତାତ୍ସଲ୍ୟ କରିଥିଲେ କେସିଆର। ସେହିପରି ମୋଦିଙ୍କୁ କଟାକ୍ଷ କରି ଅନେକ ବିବୃତି ଦେଇଛନ୍ତି କେସି୍ଆର। ବେଙ୍ଗଲ ନିର୍ବାଚନ ବେଳେ ମୋଦି ରବୀନ୍ଦ୍ର ନାଥ ଟାଗୋରଙ୍କ ବେଶ, ତାମିଲନାଡ଼ୁରେ ଲୁଙ୍ଗି, ପଞ୍ଜାବରେ ପଗଡ଼ି, ମଣିପୁର ଏବଂ ଉତ୍ତରାଖଣ୍ଡରେ ସ୍ଥାନୀୟ ଟୋପି ପିନ୍ଧି ରୂପ ବଦଳାନ୍ତି ବୋଲି କେସିଆର କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।