ଡୋଭାଲଙ୍କ ଅଫିସ ଉପରେ ଆତଙ୍କବାଦୀଙ୍କ ଆଖି, ମିଳିଲା ଭିଡିଓ  

ନୂଆଦିଲ୍ଲୀ: ସୁରକ୍ଷିତ ନୁହେଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଫିସ। ତାଙ୍କ କାର୍ଯ୍ୟାଳୟ ଉପରେ ଏବେ ଆତଙ୍କବାଦୀଙ୍କ ଆଖି ପଡିଛି । ଅଫିସ ଭିତରେ ପସି ରେକି କରି ଭିଡିଓ ଉତ୍ତୋଳନ କରିଛନ୍ତି ଆତଙ୍କବାଦୀ। ଜୈଶ ଆତଙ୍କବାଦୀ ହିଦାୟତ-ଉଲ୍ଲାହ ମଲିକ ନିକଟରୁ ଡୋଭାଲଙ୍କ ଅଫିସର କିଛି ଭିଡିଓ ଜବତ ହୋଇଛି। ଏହାପରେ ସୁରକ୍ଷା ଦୃଷ୍ଟିକୋଣରୁ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୂଚନାଯୋଗ୍ୟ, କାଶ୍ମୀରର ସୋପିଆନରେ ରହୁଥିବା ମଲିକକୁ ଗତ ୬ ତାରିଖରେ ଗିରଫ କରାଯାଇଥିଲା […]

NSA Ajit Doval

Madhupriya Mistry
  • Published: Saturday, 13 February 2021
  • , Updated: 13 February 2021, 12:14 PM IST

ନୂଆଦିଲ୍ଲୀ: ସୁରକ୍ଷିତ ନୁହେଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଫିସ। ତାଙ୍କ କାର୍ଯ୍ୟାଳୟ ଉପରେ ଏବେ ଆତଙ୍କବାଦୀଙ୍କ ଆଖି ପଡିଛି । ଅଫିସ ଭିତରେ ପସି ରେକି କରି ଭିଡିଓ ଉତ୍ତୋଳନ କରିଛନ୍ତି ଆତଙ୍କବାଦୀ। ଜୈଶ ଆତଙ୍କବାଦୀ ହିଦାୟତ-ଉଲ୍ଲାହ ମଲିକ ନିକଟରୁ ଡୋଭାଲଙ୍କ ଅଫିସର କିଛି ଭିଡିଓ ଜବତ ହୋଇଛି। ଏହାପରେ ସୁରକ୍ଷା ଦୃଷ୍ଟିକୋଣରୁ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ସୂଚନାଯୋଗ୍ୟ, କାଶ୍ମୀରର ସୋପିଆନରେ ରହୁଥିବା ମଲିକକୁ ଗତ ୬ ତାରିଖରେ ଗିରଫ କରାଯାଇଥିଲା । ତା'ନିକଟରୁ ଏହି ଭିଡିଓ ଜବତ ହୋଇଛି। କୁହାଯାଉଛି ଯେ, ଏହି ଭିଡିଓ ଗତବର୍ଷର। ମଲିକ ଡୋଭାଲଙ୍କ ଅଫିସ ସମେତ ଶ୍ରୀନଗର ସହ ଅନ୍ୟ ଅଞ୍ଚଳର ଭିଡିଓ ମଧ୍ୟ ରେକର୍ଡ କରିଥିଲା । ଏହାକୁ ସେ ପାକିସ୍ତାନ ପଠାଉଥିଲା । ଏହାର ସୂଚନା ମିଳିବା ପରେ ଦେଶର ସୁରକ୍ଷା ଏଜେନ୍ସିରେ ହାଇ ଅଲର୍ଟ ଜାରି ହୋଇଛି।

ସେପଟେ ଜମ୍ମୁର ଗଂୟୋଲ ପୋଲିସ ଷ୍ଟେସନରେ ମଲିକ ବିରୋଧରେ ୟୁଏପି ଧାରା ୧୮ ଓ ୨୦ ଆଧାରରେ ମାମଲା ରୁଜୁ ହୋଇଛି । ମଲିକ ଜୈଶର ଲଶ୍କର-ଏ-ମୁସ୍ତାଫାର ମୁଖ୍ୟ ଅଟେ। ତା ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମ୍ରଗୀ ଜବତ ହୋଇଛି ।

ଗୁଇନ୍ଦା ରିପୋର୍ଟ ଅନୁସାରେ, ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ କାଶ୍ମୀରରେ ପୁଣି ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଏନେଇ ଗୃହ ମନ୍ତ୍ରାଳୟକୁ ମଧ୍ୟ ସୂଚନା ଦିଆଯାଇଛି । ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଜମାତ-ଏ-ଇସଲାମୀ, ଲସ୍କର-ଇ-ତୋଇବା, ହିଜବୁଲ ମୁଜାହୁଦ୍ଦିନ ଆଦି ସଂଗଠନର ସଦସ୍ୟଙ୍କୁ ତାଲିମ ଯୋଗାଯାଉଛି। ଏଥିରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ସହଯୋଗ କରୁଛି। ଆଇଏସଇ ଏଥିପାଇଁ ଦୁବାଇ ଓ ତୁର୍କୀ ରାସ୍ତାରେ ଫଣ୍ଡିଂ କରୁଛି ।

Related story