ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ସୋମବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ମନ୍ଦିରକୁ ପୂଜା କରିବାକୁ ଆସନ୍ତି ନାହିଁ, ସେମାନେ ହିନ୍ଦୁ ଏବଂ ହିନ୍ଦୁତ୍ୱ ବିଷୟରେ ଜ୍ଞାନ ଦେଉଛନ୍ତି। ୨୯୩ କୋଟି ଟଙ୍କା ବ୍ୟୟରେ ଆମେଠିରେ ସରକାରୀ ମେଡିକାଲ କଲେଜର ଶିଳାନ୍ୟାସ କରିବା ପରେ  ଜଗଦିଶପୁର ମୁବାରକପୁରରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ଯୋଗୀ ଆଦିତ୍ୟନାଥ। ଏହି କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ୨୦୧୭ରେ […]

Yogi

Tapas Behera
  • Published: Tuesday, 04 January 2022
  • , Updated: 04 January 2022, 05:00 PM IST

ଲକ୍ଷ୍ନୌ: ସୋମବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ମନ୍ଦିରକୁ ପୂଜା କରିବାକୁ ଆସନ୍ତି ନାହିଁ, ସେମାନେ ହିନ୍ଦୁ ଏବଂ ହିନ୍ଦୁତ୍ୱ ବିଷୟରେ ଜ୍ଞାନ ଦେଉଛନ୍ତି। ୨୯୩ କୋଟି ଟଙ୍କା ବ୍ୟୟରେ ଆମେଠିରେ ସରକାରୀ ମେଡିକାଲ କଲେଜର ଶିଳାନ୍ୟାସ କରିବା ପରେ  ଜଗଦିଶପୁର ମୁବାରକପୁରରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ଯୋଗୀ ଆଦିତ୍ୟନାଥ।

ଏହି କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ୨୦୧୭ରେ ଗୁଜରାଟ  ବିଧାନ ସଭା ନିର୍ବାଚନ ବେଳେ ଏଠିକାର ପୂର୍ବତନ ସାଂସଦ ଏକ ମନ୍ଦିରକୁ ଯାଇଥିଲେ।  ଯେତେ ବେଳେ ସେ ମନ୍ଦିରକୁ ପ୍ରବେଶ କଲେ ତାଙ୍କ ଭକ୍ତିଭାବକୁ  ନେଇ ପୂଜାରୀ ପ୍ରଶ୍ନ ଉଠାଇଥିଲେ। ପୂଜାରି ତାଙ୍କୁ ଉଚିତ ଢଙ୍ଗରେ ମନ୍ଦିରରେ ବସିବା ପାଇଁ କହିଥିଲେ। ପୂଜକ ତାଙ୍କୁ ଏହା ମସଜିଦ ନୁହେଁ ମନ୍ଦିର ବୋଲି ଚେତାଇଥିବା ଯୋଗୀ କହିଛନ୍ତି। ଏଥିସହ ଯୋଗୀ କହିଛନ୍ତି ଯେ, ଯେଉଁମାନଙ୍କ ପାଖରେ ହିନ୍ଦୁ ଧର୍ମ ବିୟରେ ଆଦୌ ଜ୍ଞାନ ନାହିଁ ସେମାନେ ଏବେ ଜ୍ଞାନ ବାଣ୍ଟୁଛନ୍ତି।  ନିକଟରେ ରାହୁଲ ଗାନ୍ଧି ତାଙ୍କ ପୂର୍ବତନ ଲୋକସଭା କ୍ଷେତ୍ର ଗସ୍ତ କରି ସେଠାରେ ହିନ୍ଦୁ ଏବଂ ହିନ୍ଦୁତ୍ୱ କତଶ କହି ବିଜେପିକୁ ଟାର୍ଗେଟ କରିଥିଲେ। ରାହୁଲ ଗାନ୍ଧି

ନାଥୁରାମ ଗଡ଼ସେକୁ ହିନ୍ଦୁତ୍ୱର ଆଖ୍ୟା ଦେବା ସହ  ହିନ୍ଦୁ ଏବଂ ହିନ୍ଦୁତ୍ୱ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଥିଲେ । ରାହୁଲ ଗାନ୍ଧି କହିଥିଲେ ଯେ,  ମହାତ୍ମାଗାନ୍ଧି ଜଣେ ହିନ୍ଦୁ ଥିଲେ।  ତେଣୁ ତାଙ୍କୁ ମହାତ୍ମା କୁହାଯାଉଛି।  କିନ୍ତୁ ନାଥୁରାମ ଗଡ଼ସେଙ୍କୁ ମହାତ୍ମା କୁହାଯାଇପାରିବ ନାହିଁ । କାରଣ ସେ ମିଥ୍ୟା କହୁଥିଲେ।  ହିଂସା ଏବଂ ଘୃଣା ସୃଷ୍ଟି କରୁଥିଲେ। ନାଥୁରାମ  ମହାତ୍ମା ଗାନ୍ଧିଙ୍କ ଛାତିରେ ତିନୋଟି ଗୁଳି ଚଳାଇଥଲେ। ତେବେ ରାହୁଲ ଗାନ୍ଧିଙ୍କୁ ଜବାବ ଦେଇ  ଯୋଗୀ କହିଛନ୍ତି, ଯାହାର ପୂର୍ବପୁରୁଷମାନେ ଆମେ ‘ଆକ୍ସିଡେଣ୍ଟାଲ ହିନ୍ଦୁ’ କହୁଥିଲେ ସେମାନେ ଆଜି ନିଜକୁ  ହିନ୍ଦୁ କହିପାବେ ନାହିଁ ବୋଲି ଯୋଗୀ କହିଛନ୍ତି।

Related story