କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତି ବିଦେଶ ଯାଇପାରିବେନି ଖବର ଭୁଲ୍: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଲିକାରେ ନାହିଁ। ତେଣୁ ଯିଏ ଏହି ଟିକା ନେଇଥିବେ ସେମାନେ ବିଦେଶ ଯାତ୍ରା କରିପାରିବେ ନାହିଁ। ଏଭଳି ଗୁଜବ ଖବର କଂଗ୍ରେସ ତିଆରି କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଛି। ଏଥିରେ କୌଣସି ସତ୍ୟତା ନାହିଁ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି WHO ଏଭଳି ନିଷ୍ପତ୍ତି ନେଇ ନାହିଁ। ଭାରତୀୟମାନେ କୋଭାକ୍ସିନ ଟିକାର ଡବଲ ଡୋଜ୍‌ ନେଇଥିଲେ ମଧ୍ୟ […]

javdekar

javdekar

Subhransu Sekhar
  • Published: Saturday, 22 May 2021
  • Updated: 22 May 2021, 08:34 PM IST

Sports

Latest News

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଲିକାରେ ନାହିଁ। ତେଣୁ ଯିଏ ଏହି ଟିକା ନେଇଥିବେ ସେମାନେ ବିଦେଶ ଯାତ୍ରା କରିପାରିବେ ନାହିଁ। ଏଭଳି ଗୁଜବ ଖବର କଂଗ୍ରେସ ତିଆରି କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଛି। ଏଥିରେ କୌଣସି ସତ୍ୟତା ନାହିଁ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି WHO ଏଭଳି ନିଷ୍ପତ୍ତି ନେଇ ନାହିଁ।

ଭାରତୀୟମାନେ କୋଭାକ୍ସିନ ଟିକାର ଡବଲ ଡୋଜ୍‌ ନେଇଥିଲେ ମଧ୍ୟ ସେମାନଙ୍କୁ ସଂପୃକ୍ତ ରାଷ୍ଟ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବନି। କାରଣ ଏକାଧିକ ରାଷ୍ଟ୍ର କେବଳ ସେହି ଟିକାର ଡବଲ ଡୋଜ୍‌ ନେଇଥିବା ଲୋକଙ୍କୁ ନିଜର ଦେଶରେ ପ୍ରବେଶ ପାଇଁ ଅନୁମତି ଦେବେ, ଯେଉଁ ଗୁଡ଼ିକ ସେମାନଙ୍କ ଦେଶର ଅନୁମୋଦନକାରୀ ସଂସ୍ଥା କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ କାଳୀନ ବ୍ୟବହାର ତାଲିକା(ଇୟୁଏଲ)ରେ ସ୍ଥାନ ପାଇଥିବେ ବୋଲି ଖବର ପ୍ରସାରଣ ହୋଇଥିଲା। ତେବେ ଏହି ଖବର ସମ୍ପୂର୍ଣ୍ଣ ଭୁଲ୍ ବୋଲି ପ୍ରେସ କନଫରେନସ କରି ପ୍ରକାଶ ଜାଭଡେକର ସ୍ପଷ୍ଟ କରିଛନ୍ତି।

ସେହିପରି ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କୁ କେବଳ ପାସପୋର୍ଟ ମିିଳିବ ବୋଲି ଏକ ରିପୋର୍ଟ ଆସିଛି ହେଲେ ଏହାକୁ ନେଇ କୌଣସି ସହମତି ପ୍ରକାଶ ପାଇପାରି ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ଏହା କହିଛନ୍ତି।

ଅଗ୍ରୱାଲ କହିଛନ୍ତି ଯେ ଟିକାକରଣ କରାଯାଇଥିବା ଲୋକଙ୍କୁ ପାସପୋର୍ଟ ଅନୁମତି ଦିଆଯିବ କି ନାହିଁ ତାହା ଉପରେ ଆଲୋଚନା ଜାରି ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦେଶଗୁଡିକର WHO ନିର୍ଦ୍ଦେଶାବଳୀ ଅନୁଯାୟୀ କୋଭିଡ୍ ନେଗେଟିଭ୍ ପରୀକ୍ଷା ରିପୋର୍ଟ ଥିବା ଲୋକଙ୍କୁ ଅନୁମତି ଦିଆଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିକା ନେଇଥିଲେ ପାସପୋର୍ଟ ମିଳିବା ପ୍ରସଙ୍ଗରେ ବିଶ୍ୱ ସ୍ତରରେ ସମସ୍ତ ଦେଶ ଏକମତ ହେବାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ୧୦ରୁ କମ୍ ଦେଶକୁ ଏବେ ଭାରତୀୟ ଯାତ୍ରୀମାନେ କୋଭାକ୍ସିନ ସାର୍ଟିଫିକେଟ ପ୍ରମାଣପତ୍ର ଦେଖାଇ ଯାତ୍ରା କରୁଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos