ଅଫତାବ କାହିଁକି ହଜାର ହଜାର ଲିଟର ପାଣି ବ୍ୟବହାର କରୁଥିଲା ? ବିଲ ବାକି

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆନୂଆ ରହସ୍ୟର ଗୁମର ଫିଟୁଛି।  ଏହି ହତ୍ୟା ମାମଲାର ଅଭିଯୁକ୍ତ ଅଫତାବ ଆମିନ ନିଜର ଅପରାଧ ସ୍ୱୀକାର କରିଛି। ପୁଲିସ ଜେରା ସମୟରେ ଅଫତାବ ହତ୍ୟା କିପରି କରିଥିଲା ସେନେଇ ପୂରା କାହଣୀ ବଖାଣିଛି। ତେବେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ଅଫତାବ ଯେଭଳି ଯୋଜନା କରିଥିଲା ତାହା କୌଣସି କ୍ରାଇମ ଥ୍ରିଲର ଠାରୁ କମ୍ ନଥିଲା।  ଏହି ହତ୍ୟାକାଣ୍ଡ ପଛରେ ଆଉ ଏକ ଚକିତ […]

sradha

sradha

Tapas Behera
  • Published: Thursday, 17 November 2022
  • Updated: 17 November 2022, 12:33 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆନୂଆ ରହସ୍ୟର ଗୁମର ଫିଟୁଛି।  ଏହି ହତ୍ୟା ମାମଲାର ଅଭିଯୁକ୍ତ ଅଫତାବ ଆମିନ ନିଜର ଅପରାଧ ସ୍ୱୀକାର କରିଛି। ପୁଲିସ ଜେରା ସମୟରେ ଅଫତାବ ହତ୍ୟା କିପରି କରିଥିଲା ସେନେଇ ପୂରା କାହଣୀ ବଖାଣିଛି। ତେବେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ଅଫତାବ ଯେଭଳି ଯୋଜନା କରିଥିଲା ତାହା କୌଣସି କ୍ରାଇମ ଥ୍ରିଲର ଠାରୁ କମ୍ ନଥିଲା।  ଏହି ହତ୍ୟାକାଣ୍ଡ ପଛରେ ଆଉ ଏକ ଚକିତ କଲାଭଳି ନୂଆ ପ୍ଲାନ ସାମ୍ନାକୁ ଆସିଛି। ତାହା ହେଉଛି ଅଫତାବ ପ୍ରତିଦିନ ଅଧିକ ପରିମାଣରେ ପାଣି ବ୍ୟବହାର କରୁଥିଲେ।

ଦିଲ୍ଲୀରେ ମାସକୁ ପରିବାର ପିଛା ୨୦,୦୦୦ ଲିଟର ପାଣି ବିଲ ଫ୍ରି କରାଯାଇଛି। କିନ୍ତୁ ଅଫତାବ ତାଠାରୁ ଅଧିକ ପାଣି ବ୍ୟବହାର କରୁଥିଲେ। ଏବେ ତାଙ୍କର ୩୦୦ଟଙ୍କା ପାଣି ବିଲ ମଧ୍ୟ ବକେୟା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଅଫତାବ ହତ୍ୟା ପରେ ଶ୍ରଦ୍ଧାଙ୍କ ମୃତ ଦେହକୁ କାଟିବା ବେଳେ ଯେମିତି ଏହାର ଶବ୍ଦ ପଡ଼ୋଶୀଙ୍କୁ ନ ଶୁଭିବ ସେଥି ପାଇଁ  ସାୱାର ଖୋଲି ଦେଉଥିଲା। ଯାହା ଫଳରେ ପାଣି ଅନବରତ ଚଟାଣରେ ପଡ଼ି ଶବ୍ଦ ହେଉଥିଲା।

ସେହିପରି ଚଟାଣରେ ରକ୍ତ ଧୋଇବା ପାଇଁ ଅଫତାବ ଗରମ ପାଣି ବ୍ୟବହାର କରୁଥିଲା। ଏହା ସମୟସାପେକ୍ଷ ହୋଇଥିବାରୁ ଅଫତାବ ଅଧିକ ପାଣି ବ୍ୟବହାର କରୁଥିଲା । କିନ୍ତୁ ଉକ୍ତ କଲୋନୀରେ କାହାର ପାଣି ବିଲ ଅଧିକ ଆସି ନାହିଁ। ଶ୍ରଦ୍ଧା  ହତ୍ୟାକାଣ୍ଡର ଏହା ଅନ୍ୟ ଏକ ପ୍ରମାଣ ବୋଲି ପୁଲିସ ବିଚାର କରୁଛି। ସେହିପରି ଅଫତାବ ଠିକ୍ ସମୟରେ ଭଡ଼ା ଦେଉଥିବାରୁ ଘର ମାଲିକ କେବେ ତାଙ୍କ ଘରକୁ ଆସନ୍ତି ନାହିଁ। ମାସକୁ ୯୦୦୦ ଟଙ୍କା ଭଡ଼ା ଦେଉଥିଲେ ଅଫତାବ। ଯେଁଉଁଠି ସେ ଆଉ ଶ୍ରଦ୍ଧା ଏକାଠି ରହୁଥିଲେ। ତେବେ ପାଣି ବିଲ ଆସିବା ଘର ମାଲିକଙ୍କୁ ଚକିତ କରିଥିବା ବେଳେ ସେ ଏହାକୁ ନଜର ଅନ୍ଦାଜ କରିଥିବା କହିଛନ୍ତି । ତଥାପି ପୁଲିସକୁ ଆହୁରି ବଳିଷ୍ଠ ପ୍ରମାଣ ଜୁଟାଇବାକୁ ପଡ଼ିବ।  ପୁଲିସ  ହତ୍ୟାକାଣ୍ଡର ଶିକାର ଶ୍ରଦ୍ଧା ୱାକରଙ୍କ ମୋବାଇଲ ଫୋନ, ହତ୍ୟା ସମୟରେ ସେ ପିନ୍ଧିଥିବା ପୋଷାକ ଏହଂ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ଏପର୍ଯ୍ୟନ୍ତ ଜବତ କରିନାହିଁ ।

ଅଭିଯୁକ୍ତ ଆଫତାବର ନାର୍କୋ ଟେଷ୍ଟ ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।  ଦିଲ୍ଲୀର ସାକେତ କୋର୍ଟ ଏହି ଟେଷ୍ଟ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଆଜି ଦିଲ୍ଲୀ ପୁଲିସ ଲାଏ ଡିଟେକ୍ଟର ଟେଷ୍ଟ ପାଇଁ ମଧ୍ୟ ଆବେଦନ କରିବ । ଯଦି ଏଥିପାଇଁ କୋର୍ଟରୁ ଅନୁମତି ମିଳେ ତେବେ ଗୁରୁବାର ରାତିରେ ହିଁ ଅଭିଯୁକ୍ତକୁ ଲାଏ ଡିଟେକ୍ଟର ଟେଷ୍ଟ ପାଇଁ ନିଆଯିବ। ଏଥିପାଇଁ ପୁଲିସ ପୂର୍ବରୁ ହିଁ ଅଭିଯୁକ୍ତକୁ ୧୦୦ରୁ ବି ଅଧିକ ପ୍ରଶ୍ନ ପଚାରିବା ପାଇଁ ତାଲିକା ପ୍ରସ୍ତୁତ କରିସାରିଛି । ଏବେ ଫତାବକୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି । ରିମାଣ୍ଡରେ ୪ ଦିନ ବିତିଥିବା ଭିତରେ ହତ୍ୟାକାଣ୍ଡର ଗୋଟିଏ ପରେ ଗୋଟିଏ ରହସ୍ୟ ଉଗାଳୁଛି ଅଫତାବ । ଅଭିଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏଟ୍ ମଧ୍ୟ ହୋଇସାରିଲାଣି । ତଥାପି ଅଭିଯୁକ୍ତର ଦୋଷ ପ୍ରମାଣିତ କରିବା ପାଇଁ ସେଭଳି କିଛି ମୁଖ୍ୟ ପ୍ରମାଣ ପୁଲିସ ହାତରେ ଲାଗି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos