ବେଗୁସରାଇ: ବିହାର ବେଗୁସରାଇର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଆଇନକୁ ହାତକୁ ନେବା ପାଇଁ ଲୋକଙ୍କୁ ଉସକାଇଛନ୍ତି। ଯଦି ସରକାରୀ ଅଧିକାରୀ ଅଭିଯୋଗ ଶୁଣୁ ନାହାନ୍ତି ତାହେଲେ ବାଉଁଶ ଫାଳିଆ ଧରି ସରକାରୀ ଅଧିକାରୀଙ୍କୁ ପିଟିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
https://twitter.com/ANI/status/1368238948502282243?s=20
ଶନିବାର ନିଜ ସଂସଦୀୟ କ୍ଷେତ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗିରିରାଜ ଏଭଳି ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଅନେକ ଛୋଟ ଛୋଟ କଥାକୁ ନେଇ ମୋ ପାଖକୁ ବାରମ୍ୱାର ଆସୁଛ। ସାଂସଦ, ବିଧାୟକ, ଗାଁ ମୁଖିଆ, ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବିଡିଓ ସମସ୍ତେ ଲୋକଙ୍କ ସେବା କରିବାକୁ ବାଧ୍ୟ। ଯଦି ସେମାନେ ଅଭିଯୋଗ ଶୁଣୁ ନାହାନ୍ତି ତାହେଲେ ବାଉଁଶ ବାଡ଼ି ଧରି ସେମାନଙ୍କ ମୁଣ୍ଡକୁ ମାର। ଯଦି ଏହା କାମ ନକିରବ ତେବେ ଆପଣଙ୍କ ପଛରେ ଗିରିରାଜ ରହିଛି।
ତେବେ ଗିରିରାଜଙ୍କ ଅଭିଭାଷଣ ଶୁଣି ଷ୍ଟେଜ ଉପରେ ବସିଥିବା ଲୋକ ଏବଂ ସମ୍ମାନୀତ ଅତିଥି କରତାଳି ଦେଇଥିଲେ।