ଅଫତାବକୁ ଜଗିଛି ସିସିଟିଭି, ନୂଆ ଠିକଣା ସେଲ୍ ନମ୍ବର-୪

ନୂଆଦିଲ୍ଲୀ: ବଦଳିଲା ଜହ୍ଲାଦ ପ୍ରେମିକ ଅଫତାବ ଅମୀନ ପୁନାୱାଲାର ଠିକଣା । ନିଜ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ୱକର୍‌କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଏଣେ ତେଣେ ଫିଙ୍ଗି ଦେଇଥିବା ମାମଲାର ଗିରଫ ଅଫତାବକୁ ଏବେ ତିହାର ଜେଲ୍‌ରେ ରଖାଯାଇଛି। ତାକୁ ଜେଲ୍‌ର ସେଲ୍ ନମ୍ବର-୪ରେ ରଖାଯାଇଛି। କେବଳ ସେତିକି ନୁହେଁ ୨୪ ଘଣ୍ଟିଆ ସିସିଟିଭି ସ୍କାନରରେ ରହିଛି ଅଫତାବ। ଏପରିକି ତାକୁ କେହି ଭେଟିବାକୁ ମଧ୍ୟ ଅନୁମତି ନାହିଁ। ସେ କାହା ସହ […]

Aftab Poonawala

Madhupriya Mistry
  • Published: Sunday, 27 November 2022
  • , Updated: 27 November 2022, 12:17 PM IST

ନୂଆଦିଲ୍ଲୀ: ବଦଳିଲା ଜହ୍ଲାଦ ପ୍ରେମିକ ଅଫତାବ ଅମୀନ ପୁନାୱାଲାର ଠିକଣା । ନିଜ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ୱକର୍‌କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଏଣେ ତେଣେ ଫିଙ୍ଗି ଦେଇଥିବା ମାମଲାର ଗିରଫ ଅଫତାବକୁ ଏବେ ତିହାର ଜେଲ୍‌ରେ ରଖାଯାଇଛି। ତାକୁ ଜେଲ୍‌ର ସେଲ୍ ନମ୍ବର-୪ରେ ରଖାଯାଇଛି। କେବଳ ସେତିକି ନୁହେଁ ୨୪ ଘଣ୍ଟିଆ ସିସିଟିଭି ସ୍କାନରରେ ରହିଛି ଅଫତାବ। ଏପରିକି ତାକୁ କେହି ଭେଟିବାକୁ ମଧ୍ୟ ଅନୁମତି ନାହିଁ। ସେ କାହା ସହ କଥା ମଧ୍ୟ ହୋଇପାରିବ ନାହିଁ। ଜେଲ୍ ଭିତରେ ପୁଲିସ ଉପସ୍ଥିତିରେ ତାକୁ ଖାଇବାକୁ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି।

ତିହାର ଜେଲର ସେଲ ନମ୍ବର-୪ ହେଉଛି ଏକ ସେପାରେଟ ସେଲ। ଏହି ସେଲରେ ଥରକେ ଜଣେ କଏଦୀ ରହି ପାରିବେ। କଏଦୀକୁ ଏଠାରେ ୨୪ ଘଣ୍ଟା ସେଲରେ ରହିବାକୁ ପଡିବ। ଏହି ସେଲ ବାହାରେ ସବୁ ସମୟରେ ଜଣେ ସୁରକ୍ଷା ଗାର୍ଡ ମୁତୟନ ରହିବେ। ଜେଲ ସିସିଟିଭିରେ ୨୪ ଘଣ୍ଟା ଅଫତାବ ଉପରେ ନଜର ରଖାଯିବ। ଗତକାଲି କୋର୍ଟ ଅଫତାବକୁ ୧୩ ଦିନିଆ ବିଚାରବିବାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ପୁଲିସ୍‌ ରିମାଣ୍ଡରେ ଥିବା ବେଳେ ଅଫତାବର ମାରାଥନ ପଲିଗ୍ରାଫ ଟେଷ୍ଟ କରାଯାଇଛି। ସେହିପରି ସୋମବାର ତା’ର ନାର୍କୋ ଟେଷ୍ଟ ଆନାଲିସିସ କରାଯିବ। ବର୍ତ୍ତମାନ ସୁଦ୍ଧା ଏହି ନିର୍ମମ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଫତାବର ପଲିଗ୍ରାଫ ଟେଷ୍ଟ ହୋଇଛି। ଏହି ଟେଷ୍ଟ ବେଳେ ପୁଲିସ୍‌ ଓ ସାଇଣ୍ଟିଫିକ ଟିମ୍‌ ଅଫତାବକୁ ପ୍ରାୟ ୫୦ଟି ପ୍ରଶ୍ନ ପଚାରିଥିଲେ। ଏବେ ପୁଲିସ୍‌ ତା’ର ନାର୍କୋ ଆନାଲିସିସ ମଧ୍ୟ କରିବ।

ମେ’ ୧୮ ତାରିଖରେ ଅଫତାବ ଦିଲ୍ଲୀ ସ୍ଥିତ ଫ୍ଲାଟରେ ପ୍ରଥମେ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ପ୍ରାୟ ୧୦ ଘଣ୍ଟାର ପରିଶ୍ରମ କରି ୩୫ ଖଣ୍ଡ କରି କାଟି ପକାଇଥିଲା। ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ୧୮ ଦିନ ଧରି ଅଫତାବ ଦିଲ୍ଲୀର ମେହରାଉଲି ଓ ଛତ୍ରପୁର ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଥିଲା।

Related story