ବଢ଼ିଲା କେନ୍ଦ୍ର ସରକାରଙ୍କ ଅଡ଼ୁଆ, ଚାଷୀଙ୍କ ‘ମିଶନ ୟୁପି’ ଜାରି ରହିବ

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରି ଚାଷୀ ସଂଗଠନକୁ ସନ୍ତୁଷ୍ଟ କରିବାକୁ ଯୋଜନା କରିଥିବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅଡ଼ୁଆ ବଢ଼ିଛି। ‌ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁ ନଥିବାରୁ ଚାଷୀ ସଂଗଠନ ଗୁଡ଼ିକ ନିର୍ବାଚନ ବେଳେ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି କହିଥିଲେ। ସମ୍ଭବତଃ ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବର୍ଷକ ତଳେ ଜାରି ହୋଇଥିବା ବିବାଦୀୟ ୩ […]

Farmer

Hemant Lenka
  • Published: Saturday, 20 November 2021
  • , Updated: 20 November 2021, 04:00 PM IST

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରି ଚାଷୀ ସଂଗଠନକୁ ସନ୍ତୁଷ୍ଟ କରିବାକୁ ଯୋଜନା କରିଥିବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅଡ଼ୁଆ ବଢ଼ିଛି। ‌ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁ ନଥିବାରୁ ଚାଷୀ ସଂଗଠନ ଗୁଡ଼ିକ ନିର୍ବାଚନ ବେଳେ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି କହିଥିଲେ।

ସମ୍ଭବତଃ ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବର୍ଷକ ତଳେ ଜାରି ହୋଇଥିବା ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଏହାଦ୍ୱାରା ଚାଷୀମାନେ ବିଜେପି ବିରୋଧରେ ଆରମ୍ଭ କରିଥିବା ‘ମିଶନ ୟୁପି’କୁ କାଉଣ୍ଟର କରିହେବ ବୋଲି ମୋଦି ଆଶା କରିଥିଲେ।

ହେଲେ ଚାଷୀ ନେତା ରାକେଶ ଟିକାୟତ ଆଜି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର ହେଲେ ମଧ୍ୟ ମିଶନ ୟୁପି ବନ୍ଦ ହେବନି। ସେମାନେ(ବିଜେପି ନେତା) ଆମକୁ ଗୁଣ୍ଡା ଠାରୁ ଆରମ୍ଭ କରି ଆତଙ୍କବାଦୀ କହିଛନ୍ତି। ତେଣୁ ଏହାର ଜବାବ ସେମାନଙ୍କୁ ଦେବାକୁ ପଡ଼ିବ ବୋଲି ସେ ଘୋଷଣା କରିଛନ୍ତି।

ରାକେଶ ଟିକାୟତ ଗୋଟିଏ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ କୃଷି ଆଇନକୁ ପ୍ରତ୍ୟାହାର କରିନେବେ ବୋଲି କେବେ ହେଲେ ଆଶା ନଥିଲା। ତଥାପି ଆମର ମିଶନ ୟୁପି ଜାରି ରହିବ। ୨୨ ନଭେମ୍ବରରେ ଲକ୍ଷ୍ନୌରେ ଚାଷୀଙ୍କ ମହାପଞ୍ଚାୟତ ବସିବ। ଆମ ବିରୋଧରେ କାର୍ଟୁନ ବନାଗଲା। ଆମକୁ ଗୁଣ୍ଡା କୁହାଗଲା। ଏସବୁ କଥା ମହାପଞ୍ଚାୟତରେ ଉଠାଯିବ।

ସରକାର ଚାଷୀଙ୍କ ସହ ଆଲୋଚନା କରନ୍ତୁ। ଏହାପରେ ହିଁ ସମାଧାନ ବାହାରିବ। ଆମର ବିକ୍ଷୋଭ କୌଣସି ରାଜନୀତିକ ଦଳ କଥାରେ ଚାଲି ନଥିଲା କିମ୍ବା ଚାଲିବ ନାହିଁ। ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ମଧ୍ୟ ଗୋଟିଏ ପ୍ରସଙ୍ଗ। ଏହି ଦାବି ପୂରଣ ହୋଇନି। ଆଗକୁ କ’ଣ କରାଯିବ, ସେକଥା ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାକେଶ ଟିକାୟତ ମିଶିନ ୟୁପିର ଘୋଷଣା କରିଥିଲେ। ସେ କହିଥିଲେ ଯେ ଯଦି କୌଣସି ସରକାର ଭୁଲ କରିବେ, ତା’ହେଲେ ତାଙ୍କ ବିରୋଧରେ ଆନ୍ଦୋଳନ କରାଯିବ। ଚାଷୀମାନେ ଲୋକମାନଙ୍କ ପାଖରେ ପହଞ୍ଚିବେ ଓ ସେମାନଙ୍କ ଆଗରେ ସରକାରଙ୍କ ବିରୋଧରେ ପ୍ରଚାର କରିବେ।

Related story