ଏମ୍ସଙ୍କ ମୁଖ୍ୟଙ୍କ ବଡ଼ ବୟାନ: ସ୍କୁଲ ଖୋଲିବାର ସମୟ ଆସି ଯାଇଛି

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ପ୍ରାୟ ୨ ବର୍ଷ ହେଲା ବନ୍ଦ ରହିଛି। କିଛି ରାଜ୍ୟ ଏବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ଅଧିକାଂଶ ରାଜ୍ୟରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ଏସବୁ ଭିତରେ ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ ବଡ଼ ବୟାନ ଦେଇଛନ୍ତି। ଉପଯୁକ୍ତ ରଣନୀତି ସହ ଦେଶର ସ୍କୁଲଗୁଡ଼ିକୁ ପୁଣି ଖୋଲିବା ପାଇଁ ଉପଯୁକ୍ତ ସମୟ ଆସି ଯାଇଛି। ଏହି ବିଷୟରେ ସମସ୍ତେ ଚିନ୍ତା କରିବା […]

corona

Hemant Lenka
  • Published: Monday, 19 July 2021
  • , Updated: 19 July 2021, 09:24 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ପ୍ରାୟ ୨ ବର୍ଷ ହେଲା ବନ୍ଦ ରହିଛି। କିଛି ରାଜ୍ୟ ଏବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ଅଧିକାଂଶ ରାଜ୍ୟରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ଏସବୁ ଭିତରେ ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ ବଡ଼ ବୟାନ ଦେଇଛନ୍ତି।

ଉପଯୁକ୍ତ ରଣନୀତି ସହ ଦେଶର ସ୍କୁଲଗୁଡ଼ିକୁ ପୁଣି ଖୋଲିବା ପାଇଁ ଉପଯୁକ୍ତ ସମୟ ଆସି ଯାଇଛି। ଏହି ବିଷୟରେ ସମସ୍ତେ ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି, ଉପଯୁକ୍ତ ରଣନୀତି ସହ ସ୍କୁଲ ଖୋଲିବା ସପକ୍ଷରେ ମୁଁ ରହିଛି। ଯେଉଁ ଜିଲ୍ଲାରେ ଭାଇରସ କମ ସଂକ୍ରମଣ କରୁଛି, ସେଠାରେ ପ୍ରଥମେ ଶିକ୍ଷାନୁଷ୍ଠାନ ଖୋଲିବା ଦରକାର।

ଯେଉଁ ସବୁ ଅଞ୍ଚଳରେ ପଜିଟିଭିଟି ରେଟ୍‌ ୫% ତଳକୁ ରହିଛି, ସେଠାରେ ବେଶ ଆରାମରେ ସ୍କୁଲ ଖୋଲା ଯାଇପାରିବ। ସ୍କୁଲ ଖୋଲିବା ପୂର୍ବରୁ ସର୍ଭେଲାନ୍ସ ବ୍ୟବସ୍ଥାକୁ ଠିକ ଭାବେ ପାଳନ କରିବାକୁ ହେବ। ଯଦି ଆମେ ସର୍ଭେଲାନ୍ସ ଠିକ୍‌ ଭାବେ କରିଥିବା, ତା’ହେଲେ ସଂକ୍ରମଣ ବଢ଼ିବା ମାତ୍ରେ ଆମେ ଜାଣିପାରିବା।

ଏହାଦ୍ୱାରା ସ୍କୁଲଗୁଡ଼ିକୁ ତୁରନ୍ତ ବନ୍ଦ କରିହେବ। କିନ୍ତୁ ଜିଲ୍ଲା ପ୍ରଶାସନ ପିଲାମାନଙ୍କୁ ବିକଳ୍ପ ଦିନଗୁଡ଼ିକରେ ପିଲାମାନଙ୍କୁ ସ୍କୁଲ ଆଣିବାକୁ ଚେଷ୍ଟା କରନ୍ତୁ କିମ୍ବା ଅନ୍ୟ କୌଣସି ଉପାୟରେ ସ୍କୁଲ ପୁଣି ଖୋଲିବାକୁ ବ୍ୟବସ୍ଥା କରନ୍ତୁ। ପିଲାମାନଙ୍କୁ ଉପଯୁକ୍ତ ଜୀବନ ବିତାଇବା ପାଇଁ ଏପରି କୁହାଯାଉ ନାହିଁ। ବରଂ ସେମାନଙ୍କ ସର୍ବାଙ୍ଗିନ ବିକାଶ ପାଇଁ ସ୍କୁଲିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିହାତି ଜରୁରୀ।

କରୋନା ସହ ଲଢ଼େଇ କରିବାକୁ ଆମ ଦେଶର ପିଲାମାନେ ସକ୍ଷମ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କ ଶରୀରରେ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ଅନ୍ୟ ଦେଶ ତୁଳନାରେ ଆମ ଦେଶର ପିଲାମାନଙ୍କ ଶରୀରରେ ଭଲ ରୋକ ପ୍ରତିରୋଧକ ଶକ୍ତି ରହିଛି ବୋଲି ଡା ଗୁଲେରିଆ କହିଛନ୍ତି।

Related story