ରାଜ୍ୟପାଳଙ୍କୁ ଅଙ୍କଲ କହି ମହୁଆ ମିତ୍ର ମାରିଲେ ବାଣ

କୋଲକାତା: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଟିଏମସି ନେତ୍ରା ମହୁଆ ମିତ୍ର ରାଜ୍ୟପାଳ ଜଗଦୀପ ଧନଖରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ରାଜ୍ୟପାଳ ଜଗଦୀପ ତାଙ୍କ ଅଫିସରେ ନିଜର ଚିହ୍ନା ପରିଚୟ ଲୋକଙ୍କୁ ନିଯୁକ୍ତି ଦେଇଥିବା ନେଇ ମହୁଆ ଅଭିଯୋଗ କରିଛନ୍ତି। ଆଜି ରାଜ୍ୟପାଳ ପଶ୍ଚିମବଙ୍ଗ ସରକାରକୁ ନେଇ ଜୋରଦାର ବର୍ଷିଥିଲେ। ସେ ଟ୍ୱିଟ୍ କରି କହିଥିଲେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ […]

mohua-mitra

mohua-mitra

Subhransu Sekhar
  • Published: Sunday, 06 June 2021
  • Updated: 07 June 2021, 12:18 AM IST

Sports

Latest News

କୋଲକାତା: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଟିଏମସି ନେତ୍ରା ମହୁଆ ମିତ୍ର ରାଜ୍ୟପାଳ ଜଗଦୀପ ଧନଖରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ରାଜ୍ୟପାଳ ଜଗଦୀପ ତାଙ୍କ ଅଫିସରେ ନିଜର ଚିହ୍ନା ପରିଚୟ ଲୋକଙ୍କୁ ନିଯୁକ୍ତି ଦେଇଥିବା ନେଇ ମହୁଆ ଅଭିଯୋଗ କରିଛନ୍ତି।

ଆଜି ରାଜ୍ୟପାଳ ପଶ୍ଚିମବଙ୍ଗ ସରକାରକୁ ନେଇ ଜୋରଦାର ବର୍ଷିଥିଲେ। ସେ ଟ୍ୱିଟ୍ କରି କହିଥିଲେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ ରାଜ୍ୟପାଳ। ନିର୍ବାଚନ ପରେ ରାଜ୍ୟରେ ଦେଖାଉଥିବା ହିଂସା ମାନବିକତା ଆଧାରରେ ଲଜ୍ୟାଜନକ ଘଟଣା ବୋଲି ରାଜ୍ୟପାଳ କହିଥିଲେ। ଏହି ମାମଲାରେ ରାଜ୍ୟପାଳ ନୂଆ ମୁଖ୍ୟ ଶାସନ ସଚିବ ଏଚକେ ଦ୍ୱିବେଦୀଙ୍କୁ ମଧ୍ୟ ତଲବ କରିଛନ୍ତି।

https://twitter.com/MahuaMoitra/status/1401441349841293317?s=20

ଏହାପରେ ମହୁଆ ମିତ୍ର ଟ୍ୱିଟ୍ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ରାଜ ଭବନରେ ନିଯୁକ୍ତିରେ ରାଜ୍ୟପାଳ ତାଙ୍କ ନିକଟ ତଥା ସମ୍ପର୍କୀୟଙ୍କୁ ସ୍ଥାନ ଦେଇଥିବା ସେ ଅଭିଯୋଗ କରିଛନ୍ତି। ସେ ଟ୍ୱିଟ କରିବା ସହିତ ଏକ ଡକ୍ୟୁମେଣ୍ଟ ମଧ୍ୟ ଶେଆର କରିଛନ୍ତି। ଏହି ତଥ୍ୟ ଅନୁଯାୟୀ ରାଜଭବନରେ ନିଯୁକ୍ତ ଓଏସଡି ଅଭୋଦୋୟ ସିଂହ ଶେଖୱାତ ହେଉଛନ୍ତି ରାଜ୍ୟପାଳଙ୍କ ଭିଣୋଇଙ୍କ ପୁଅ ଅର୍ଥାତ ସମ୍ପର୍କରେ ପୁତୁରା। ଓଏସଡି ସହିତ ସମନ୍ୱୟ ରଖୁଥିବା ଅଖୀଳ ଚୌଧୁରୀ ହେଉଛନ୍ତି ରାଜ୍ୟପାଳଙ୍କ ଘନିଷ୍ଠ ସମ୍ପର୍କୀୟ। ରୁଚି ଦୁବେ ହେଉଛନ୍ତି ଓଏସଡି ପ୍ରଶାସନିକ ଅଧିକାରୀ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ ରାଜ୍ୟପାଳଙ୍କର ଏଡିସି ଭାବରେ ନିଯୁକ୍ତ ଥିଲେ। ସେ ମେଜର ଗୋରାଙ୍ଗ ଦୀକ୍ଷୀତଙ୍କ ଭାଇ। କୌସ୍ତଭ ଏସ୍ ବଲିକାର ଓଏସଡି ଆଇଟି ଭାବରେ ନିଯୁକ୍ତ ହୋଇଛନ୍ତି। ଏବେର ଏଡିସିଙ୍କ ଭିଣୋଇ। ଏଡିସିଙ୍କ ନାମ ଶ୍ରୀକାନ୍ତ ଜନାର୍ଦ୍ଦନ ରାଓ। ଓସିଡି ଭାବରେ ଏବେ ନୂଆ ନିଯୁକ୍ତ ପାଇଥିବା କିଷାନ ଧନକର ରାଜ୍ୟପାଳଙ୍କ ସମ୍ପର୍କୀୟ ବୋଲି ମହୁଆ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos