କରୋନା ନୁହେଁ, ପିଶାଚ ଭୟରେ ପୂରା ଗାଁ ଲକଡାଉନ

ଅମରାବତୀ: ମହାମାରୀ କରୋନା ସଂକ୍ରମଣ ବେଳେ ଆପଣମାନେ ଲକଡାଉନ ସହ ବେଶ ପରିଚିତ ଥିଲେ। ହେଲେ ଆନ୍ଧ୍ର ପ୍ରଦେଶର ଗୋଟିଏ ଗାଁର ଲୋକମାନେ ଗୋଟିଏ ଅଜବ କାରଣ ପାଇଁ ଏବେ ନିଜକୁ ଲକଡାଉନ କରିନେଇଛନ୍ତି। କରୋନା ପାଇଁ ନୁହେଁ ବରଂ ପିଶାଚ ଭୟରେ ସେମାନେ ଘରୁ ବାହାରକୁ ଗୋଡ଼ କାଢ଼ୁ ନାହାନ୍ତି। ଗୋଟିଏ ମାସରେ ଗାଁର ୪ ଜଣ ଲୋକ ସନ୍ଦେହଜନକ ଭାବେ ପ୍ରାଣ ହରାଇଛନ୍ତି। ଏହା ପଛରେ କୌଣସି ନର ରାକ୍ଷାସ ବା ପିଶାଚର ହାତ […]

Lockdown

Hemant Lenka
  • Published: Thursday, 21 April 2022
  • , Updated: 21 April 2022, 06:15 PM IST

ଅମରାବତୀ: ମହାମାରୀ କରୋନା ସଂକ୍ରମଣ ବେଳେ ଆପଣମାନେ ଲକଡାଉନ ସହ ବେଶ ପରିଚିତ ଥିଲେ। ହେଲେ ଆନ୍ଧ୍ର ପ୍ରଦେଶର ଗୋଟିଏ ଗାଁର ଲୋକମାନେ ଗୋଟିଏ ଅଜବ କାରଣ ପାଇଁ ଏବେ ନିଜକୁ ଲକଡାଉନ କରିନେଇଛନ୍ତି। କରୋନା ପାଇଁ ନୁହେଁ ବରଂ ପିଶାଚ ଭୟରେ ସେମାନେ ଘରୁ ବାହାରକୁ ଗୋଡ଼ କାଢ଼ୁ ନାହାନ୍ତି।

ଗୋଟିଏ ମାସରେ ଗାଁର ୪ ଜଣ ଲୋକ ସନ୍ଦେହଜନକ ଭାବେ ପ୍ରାଣ ହରାଇଛନ୍ତି। ଏହା ପଛରେ କୌଣସି ନର ରାକ୍ଷାସ ବା ପିଶାଚର ହାତ ଥିବା ଆଶଙ୍କା କରି ସେମାନେ ନିଜକୁ ନିଜେ ଘର ମଧ୍ୟରେ ଲକଡାଉନ କରିନେଇଛନ୍ତି।

ଗାଁରେ ଥିବା ସରକାରୀ ଅଫିସ ମଧ୍ୟ ବନ୍ଦ ହୋଇଛି। ବାହାର ଲୋକଙ୍କୁ ଗାଁ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ମିଳୁନି। ଏପରି କି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯାଇଛି। ସରକାରୀ କର୍ମଚାରୀ, ମେଡିକାଲ ଷ୍ଟାଫ ଓ ଶିକ୍ଷକମାନଙ୍କୁ ମଧ୍ୟ ସେବା ଯୋଗାଇବାକୁ ଅନୁମତି ମିଳୁନି।

ପିଶାଚ ଭୟରେ ଲକଡାଉନ ହୋଇଥିବା ଗାଁଟି ଶ୍ରୀକାକୁଲମ ଜିଲ୍ଲା ସରୁବୁଜ୍ଜିଲି ମଣ୍ଡଳ ଅଧୀନରେ ରହିଛି। ଏହି ଅଞ୍ଚଳରଟି ଓଡ଼ିଶା ସୀମାରେ ରହିଛି। ଅତୃପ୍ତ ଆତ୍ମା ବିରୋଧରେ ଲକଡାଉନ କାମ କରିବ ବୋଲି ଗାଁ ଲୋକ ବିଶ୍ୱାସ କରୁଛନ୍ତି। ଗାଁ ଲୋକଙ୍କ କହିବା କଥା, ବିଗତ କିଛି ଦିନ ହେଲା ଏଠାରେ ରହୁଥିବା ଅନେକ ଲୋକ ଜ୍ୱରରେ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ସନ୍ଦେହଜନକ ଭାବେ ହୋଇଛି।

ଏହି ଘଟଣା ପଛରେ ଗାଁ ଉପରେ କୋପ କରିଥିବା ପିଶାଚ ବା ଅତୃପ୍ତ ଆତ୍ମାର ହାତ ରହିଥିବା ସେମାନେ ଆଶଙ୍କା କରିଛନ୍ତି। ଏଥିରୁ ମୁକୁଳିବା ପାଇଁ ଗାଁର ବରିଷ୍ଠ ଲୋକମାନେ ପଡ଼ୋଶୀ ଓଡ଼ିଶା ଓ ବିଜୟନଗରମର ଅନେକ ଗୁଣିଆଙ୍କ ସହ କଥା ହୋଇଥିଲେ। ସେମାନେ ହିଁ ପିଶାଚ କବଳରୁ ମୁକୁଳିବା ପାଇଁ ଲକଡାଉନ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶାର ଗୁଣିଆକଙ୍କ ନିର୍ଦ୍ଦେଶକ୍ରମେ ଗାଁର ୪ ପାଖରେ ଲେମ୍ବୁ ଲଗା ଯାଇଛି। ଏଥିସହ ଏପ୍ରିଲ ୧୭ରୁ ୨୫ ତାରିଖ ଯାଏ ଗାଁ ଲୋକମାନେ ନିଜ ଆଡ଼ୁ ଲକଡାଉନ ଲାଗୁ କରିଛନ୍ତି।

ଲକଡାଉନ ପାଇଁ ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଦିଆଯାଇଛି। ସତର୍କ ସୂଚନାର ସଙ୍କେତ ସହ ବାହାର ଲୋକଙ୍କୁ ଗାଁକୁ ଆସିବା ପାଇଁ ବାରଣ କରାଯାଇଛି। ସେହିପରି ଗାଁରେ ରହୁଥିବା ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନେକ ଏହାକୁ ଅନ୍ଧବିଶ୍ୱାସ କହୁଥିବା ବେଳେ ଆଉ କିଛି ଏହା ପଛରେ ସତ୍ୟତା ଥିବା କହିଛନ୍ତି।

Related story