ଧରାପଡ଼ିଲେ ନକଲି ହାଇକୋର୍ଟ ମୁଖ୍ୟ ବିଚାରପତି, ପୁଲିସକୁ କରୁଥିଲେ ସହାୟତା

ପାଟନା: ମଦ ମାମଲାରୁ ଖସିବାକୁ ସାଙ୍ଗକୁ ସଜାଇଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି। ହେଲେ ଧରାପଡିଗଲା ପୁଲିସ ବାବୁଙ୍କ କାରସାଦି। ବନ୍ଧା ହୋଇଛନ୍ତି ନକଲି ହାଇକୋର୍ଟ ମୁଖ୍ୟ ବିଚାରପତି। ବିିହାର ଗୟାର ପୂର୍ବତନ ଏସଏସପି ତଥା ବର୍ତ୍ତମାନ ପୋଲିସ ମୁଖ୍ୟାଳୟରେ AIG (I) ଭାବରେ ମୁତୟନ ହୋଇଥିବା ଆଦିତ୍ୟ କୁମାରଙ୍କ ଅଡୁଆ ବଢ଼ିଛି । ଫତେହପୁର ପୁଲିସ ଷ୍ଟେସନରେ ମଦ ନିବାରଣ ଆଇନ ଉଲ୍ଲଂଘନ ମାମଲାରେ କ୍ଲିନ୍ ଚିଟ୍ ପାଇବାକୁ ପୂର୍ବତନ ଏସଏସପି ରଚିଥିଲେ ସାଙ୍ଘାତିକ ଷଡଯନ୍ତ୍ର। ପୁଲିସ […]

police

Madhupriya Mistry
  • Published: Monday, 17 October 2022
  • , Updated: 17 October 2022, 11:33 AM IST

ପାଟନା: ମଦ ମାମଲାରୁ ଖସିବାକୁ ସାଙ୍ଗକୁ ସଜାଇଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି। ହେଲେ ଧରାପଡିଗଲା ପୁଲିସ ବାବୁଙ୍କ କାରସାଦି। ବନ୍ଧା ହୋଇଛନ୍ତି ନକଲି ହାଇକୋର୍ଟ ମୁଖ୍ୟ ବିଚାରପତି।

ବିିହାର ଗୟାର ପୂର୍ବତନ ଏସଏସପି ତଥା ବର୍ତ୍ତମାନ ପୋଲିସ ମୁଖ୍ୟାଳୟରେ AIG (I) ଭାବରେ ମୁତୟନ ହୋଇଥିବା ଆଦିତ୍ୟ କୁମାରଙ୍କ ଅଡୁଆ ବଢ଼ିଛି । ଫତେହପୁର ପୁଲିସ ଷ୍ଟେସନରେ ମଦ ନିବାରଣ ଆଇନ ଉଲ୍ଲଂଘନ ମାମଲାରେ କ୍ଲିନ୍ ଚିଟ୍ ପାଇବାକୁ ପୂର୍ବତନ ଏସଏସପି ରଚିଥିଲେ ସାଙ୍ଘାତିକ ଷଡଯନ୍ତ୍ର।

ପୁଲିସ ବାବୁଙ୍କ ଜଣେ ବନ୍ଧୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାଜି ଡିଜିପିଙ୍କୁ ଫୋନ୍ କରି ମଦ ମମାଲାରେ ଆଇପିଏସ୍ ଆଦିତ୍ୟ କୁମାରଙ୍କୁ କ୍ଲିନ୍ ଚିଟ୍ ଦେବାକୁ ଚାପ ପକାଇଥିଲେ। ଏଥିସହ ତାଙ୍କୁ ପୁଣିଥରେ ଜିଲ୍ଲାରେ ଏକ ପଦବୀ ଦେବାକୁ କହିଥିବା ଅଭିଯୋଗ ହୋଇଛି।

ତେବେ ଡିଜିପିଙ୍କୁ ସନ୍ଦେହ ହେବାରୁ ମାମଲାର ଯାଞ୍ଚ କରିବା ପାଇଁ ଇଓଡବ୍ଲୁକୁ କହିଥିଲେ। ଇଓଡବ୍ଲୁ ୨୪ ଘଣ୍ଟା ମଧ୍ୟରେ ମାମଲାର ଖୁଲାସା କରିିଛି। ଏଥିସହ ଆଦିତ୍ୟ କୁମାର ଓ ନକଲି ହାଇକୋର୍ଟ ମୁଖ୍ୟ ବିଚାରପତି ସାଜି ଫୋନ୍ କରିଥିବା ତାଙ୍କ ବନ୍ଧୁ ଅଭିଷେକ କୁମାରଙ୍କୁ ବିରୋଧରେ ତିନିଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ଗିରଫ କରିଛି।

ଇଓଡବ୍ଲୁର କହିବା ମୁତାବକ, ଅଭିଷେକ ଡିଜିପିଙ୍କୁ ୫୦ରୁ ଅଧିକ ଥର ଫୋନ୍ କରିଥିଲା । ସେ ନିଜକୁ ମୁଖ୍ୟ ବିଚାରପତି କହି ଡିଜିପିଙ୍କ ସହ କଥା ହେଉଥିଲା। ପ୍ରତିଥର ସେ ଆଇପିଏସ୍ ଆଦିତ୍ୟ କୁମାର ମାମଲାର ଅପଡେଟ୍ ପଚାରୁଥିଲା। ମାମଲାର ଖୁଲାସା ହେବା ପରେ ଆଇପିଏସ୍ ଆଦିତ୍ୟଙ୍କ ବିରୋଧରେ ଧାରା ୪୨୦ ଓ ଆଇଟି ଆକ୍ଟ ଜରିଆରେ ମାମଲା ରୁଜୁ ହୋଇଛି।

ନକଲି ମୁଖ୍ୟ ବିଚାରପତି ସାଜିଥିବା ଅଭିଷେକ କୁମାର ଜଣେ ଟାଇଲ୍ସ ବ୍ୟବସାୟୀ ବୋଲି ଜଣାପଡିଛି। ଏହାପୂର୍ବରୁ ମଧ୍ୟ ଅନେକ ମିଛ ମାମଲରେ ଅଭିଷେକ ଜେଲ ଯାଇସାରିଛି। ଅଭିଷେକ କେତେବେଳେ ମନ୍ତ୍ରୀ ସାଜି ତ ଆଉ କେତେବେଳେ ବଡ ଅଫିସର ସାଜି ଅନେକ ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି।

Related story