କାଲିଠାରୁ ସେନା କମାଣ୍ଡର ସମ୍ମିଳନୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଆସନ୍ତାକାଲି ଠାରୁ ସ୍ଥଳସେନାର ପାଞ୍ଚ ଦିନିଆ କମାଣ୍ଡର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ସେନାର ଉଚ୍ଚସ୍ତରୀୟ କମାଣ୍ଡରମାନେ ଚୀନ ଓ ପାକିସ୍ତାନକୁ ଲାଗିଥିବା ସୀମାରେ ଭାରତର ରାଷ୍ଟ୍ରୀୟ ସୁରକ୍ଷାର ଚ୍ୟାଲେଞ୍ଜଗୁଡ଼ିକ ଉପରେ ବ୍ୟାପକ ସମୀକ୍ଷା କରାଯିବ । ସେହିପରି ଭାରତୀୟ ସେନାବାହିନୀର ଭବିଷ୍ୟତ କାର୍ଯ୍ୟଖସଡ଼ା, ସାଂପ୍ରତିକ ସୁରକ୍ଷା ସମସ୍ୟା ଓ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥାର ବିକାଶ ଆଦି ବିଷୟବସ୍ତୁ ଉପରେ ଆଲୋଚନା ହେବ। ପ୍ରତି ୨ ବର୍ଷରେ ଥରେ ଆୟୋଜିତ ହେଉଥିବା […]

indianarmy

indianarmy

Tapas Behera
  • Published: Sunday, 06 November 2022
  • Updated: 06 November 2022, 04:14 PM IST

Sports

Latest News

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଆସନ୍ତାକାଲି ଠାରୁ ସ୍ଥଳସେନାର ପାଞ୍ଚ ଦିନିଆ କମାଣ୍ଡର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ସେନାର ଉଚ୍ଚସ୍ତରୀୟ କମାଣ୍ଡରମାନେ ଚୀନ ଓ ପାକିସ୍ତାନକୁ ଲାଗିଥିବା ସୀମାରେ ଭାରତର ରାଷ୍ଟ୍ରୀୟ ସୁରକ୍ଷାର ଚ୍ୟାଲେଞ୍ଜଗୁଡ଼ିକ ଉପରେ ବ୍ୟାପକ ସମୀକ୍ଷା କରାଯିବ । ସେହିପରି ଭାରତୀୟ ସେନାବାହିନୀର ଭବିଷ୍ୟତ କାର୍ଯ୍ୟଖସଡ଼ା, ସାଂପ୍ରତିକ ସୁରକ୍ଷା ସମସ୍ୟା ଓ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥାର ବିକାଶ ଆଦି ବିଷୟବସ୍ତୁ ଉପରେ ଆଲୋଚନା ହେବ। ପ୍ରତି ୨ ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଶୀର୍ଷ ସମ୍ମିଳନୀରେ ଭାରତୀୟ ସେନାବାହିନୀର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହିତ ନୀତି ନିର୍ଦ୍ଧାରଣ କରାଯାଇଥାଏ ।ଏହି ସମ୍ମିଳନୀରେ ସେନାବାହିନୀର ବରିଷ୍ଠ ଅଧିକାରୀମାନଙ୍କ ସମେତ ପ୍ରତିରକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆର୍ମି କମାଣ୍ଡରମାନଙ୍କ ସହିତ ଆଲୋଚନା କରିବା ସହ ସମ୍ମିଳନୀରେ ଉଦ୍‌‌ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ସହିତ ଆକାଶ, ସ୍ଥଳ ଓ ନୌ ବାହିନୀର ମୁଖ୍ୟମାନେ ଏହି ସମ୍ମିଳନୀରେ ଉଦ୍‌‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ପ୍ରତିରକ୍ଷା କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ । ଭାରତୀୟ ସେନାର ସର୍ବୋଚ୍ଚସ୍ତରୀୟ ନେତୃତ୍ୱ ବର୍ତ୍ତମାନର ସୁରକ୍ଷା ଏବଂ ପ୍ରଶାସନିକ ଆହ୍ଵାନ ସମ୍ପର୍କରେ ବିଚାର ବିମର୍ଶ କରିବା ଏବଂ ଭାରତୀୟ ସେନା ପାଇଁ ଭବିଷ୍ୟତର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବ । ସେନା କମାଣ୍ଡର ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ କଲେଜିୟଟ ସିଷ୍ଟମ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ  ।

ସାଉଥ ବ୍ଲକରେ ଆୟୋଜିତ ହେବାକୁଥିବା ଏହି ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଲଜିଷ୍ଟିକ ଏବଂ ମାନବ ସମ୍ବଳ ସମ୍ବନ୍ଧୀୟ ଅଧ୍ୟୟନ ସହିତ ପରିଚାଳନା ଏବଂ ପ୍ରଶାସନିକ ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ । ଏହି ସ୍ଥଳସେନା କମାଣ୍ଡର ସମ୍ମିଳନୀ ପ୍ରତ୍ୟକ ବର୍ଷ ଦୁଇଥର ଯଥା ଏପ୍ରିଲ ଓ  ଅକ୍ଟୋବର ମାସରେ ଆୟୋଜନ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story