କରୋନା ପାଇଁ ବଢ଼ି ଚାଲିଛି ଋଣ ହାର, ଚିନ୍ତାରେ ମୋଦି ସରକାର

ନୂଆଦିଲ୍ଲୀ: କରୋନା ପାଇଁ ଖାଲି ସାଧାରଣ ଲୋକ ନୁହେଁ ସରକାର ମଧ୍ୟ ଅଡ଼ୁଆରେ। ଅର୍ଥ ମନ୍ତ୍ରାଣଳୟର ରିପୋର୍ଟରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଜୁନ୍ ୨୦୨୦ ଶେଷ ସୁଦ୍ଧା ୧୦ ୧୦୧.୩ ଲକ୍ଷ କୋଟିକ କରଜ ବୃଦ୍ଧି ପାଇଛି। ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି ଋଣ ୯୪.୬ ଲକ୍ଷ କୋଟି ଟଙ୍କା ଥିଲା। କରୋନା ପାଇଁ ଲକଡାଉନ୍ ହେବା ପରଠାରୁ କ୍ରମାଗତ ଭାବେ ଏହା ବଢ଼ି ଚାଲିଛି। ଚଳିତ ବର୍ଷ ଜୁନ୍ ୨୦୧୯ ରେ ଏହି […]

PM-Narndra-Modi

Subhransu Sekhar
  • Published: Saturday, 19 September 2020
  • , Updated: 19 September 2020, 06:37 PM IST

ନୂଆଦିଲ୍ଲୀ: କରୋନା ପାଇଁ ଖାଲି ସାଧାରଣ ଲୋକ ନୁହେଁ ସରକାର ମଧ୍ୟ ଅଡ଼ୁଆରେ। ଅର୍ଥ ମନ୍ତ୍ରାଣଳୟର ରିପୋର୍ଟରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଜୁନ୍ ୨୦୨୦ ଶେଷ ସୁଦ୍ଧା ୧୦ ୧୦୧.୩ ଲକ୍ଷ କୋଟିକ କରଜ ବୃଦ୍ଧି ପାଇଛି। ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି ଋଣ ୯୪.୬ ଲକ୍ଷ କୋଟି ଟଙ୍କା ଥିଲା। କରୋନା ପାଇଁ ଲକଡାଉନ୍ ହେବା ପରଠାରୁ କ୍ରମାଗତ ଭାବେ ଏହା ବଢ଼ି ଚାଲିଛି। ଚଳିତ ବର୍ଷ ଜୁନ୍ ୨୦୧୯ ରେ ଏହି ଋଣ ୮୮.୧୮ ଲକ୍ଷ କୋଟି ଥିଲା । ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟରେ ଏହା ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ, ସରକାରଙ୍କ ମୋଟ ଦେୟରେ ଜନସାଧାରଣଙ୍କ ଅଂଶ ହେଉଛି ୯୧. ୧ ପ୍ରତିଶତ।

ଏପ୍ରିଲ-ଜୁନ୍ ମାସରେ ଦାୟୀତା ୭.୧ ପ୍ରତିଶତ ବୃଦ୍ଧି ଢ ଏପ୍ରିଲ-ଜୁନରେ ସରକାରଙ୍କ ଋଣ ହାର ୭.୧ ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ ସମାନ ଅବଧିରେ ୦.୮ ପ୍ରତିଶତ ଥିଲା। ସରକାରଙ୍କ ମୋଟ ଋଣ ବର୍ଷେ ପୂର୍ବରୁ କିମ୍ବା ଜୁନ୍ ୨୦୧୯ ଶେଷରେ ୮୮.୧୮ ଲକ୍ଷ କୋଟି ଟଙ୍କା ଥିଲା। କେବଳ ଜୁନ୍ ମାସରେ ସରକାର ପ୍ରାୟ ୩,୪୬,୦୦୦ କୋଟି ଟଙ୍କା ଋଣ ସୁରକ୍ଷା ପ୍ରଦାନ କରିଛନ୍ତି। ହେଲେ ବର୍ଷ ପୂର୍ବେ ସମାନ ଅବଧିରେ ୨,୨୧,୦୦୦ କୋଟି ଟଙ୍କା ମୂଲ୍ୟର ସିକ୍ୟୁରିଟି ଜାରି କରିଥିଲେ। ଏହି ସମୟ ମଧ୍ୟରେ ବାଣିଜ୍ୟିକ ବ୍ୟାଙ୍କଗୁଡିକରେ ୩୯ ପ୍ରତିଶତ ଏବଂ ବୀମା କମ୍ପାନୀଗୁଡିକରେ ୨୬.୨ ପ୍ରତିଶତ ଅଂଶଧନ ରଖିଥିଲେ ସରକାର।

Related story