ଫେରିଲା ଲକଡାଉନ୍‌

ଚେନ୍ନାଇ: ଫେରିଲା ଲକଡାଉନ୍‌। କରୋନା ମାମଲା ବୃଦ୍ଧି ପାଉଥିବାରୁ ତାମିଲନାଡ଼ୁରେ ଆସନ୍ତା ରବିବାର ଲକଡାଉନ୍ ଘୋଷଣା କରାଯାଇଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟମନ୍ତ୍ରୀ  ମା ସୁଭ୍ରମନ୍ୟମ ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି।  ଆସନ୍ତା ଜାନୁଆରୀ ୯ ତାରିଖରେ ରାଜ୍ୟବ୍ୟାପି ଲକଡାଉନ୍ ଲାଗୁ ହେବ ବୋଲି ସେ କହିଛନ୍ତି । ଏହି ଦିନ ରାଜ୍ୟରେ ମେଗା ଭ୍ୟାକ୍ସିନ୍‌ କ୍ୟାମ୍ପ ଆୟୋଜନ ଳକ୍ଷ୍ୟ ରଖରଯାଇଛି। ତେଣୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ଏହି ଟିକାକରଣ ଅଭିଯାନରେ ଲୋକଙ୍କୁ ସାମିଲ ହେବା ପାଇଁ […]

LockDown.jpg1

Tapas Behera
  • Published: Wednesday, 05 January 2022
  • , Updated: 05 January 2022, 05:16 PM IST

ଚେନ୍ନାଇ: ଫେରିଲା ଲକଡାଉନ୍‌। କରୋନା ମାମଲା ବୃଦ୍ଧି ପାଉଥିବାରୁ ତାମିଲନାଡ଼ୁରେ ଆସନ୍ତା ରବିବାର ଲକଡାଉନ୍ ଘୋଷଣା କରାଯାଇଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟମନ୍ତ୍ରୀ  ମା ସୁଭ୍ରମନ୍ୟମ ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି।  ଆସନ୍ତା ଜାନୁଆରୀ ୯ ତାରିଖରେ ରାଜ୍ୟବ୍ୟାପି ଲକଡାଉନ୍ ଲାଗୁ ହେବ ବୋଲି ସେ କହିଛନ୍ତି । ଏହି ଦିନ ରାଜ୍ୟରେ ମେଗା ଭ୍ୟାକ୍ସିନ୍‌ କ୍ୟାମ୍ପ ଆୟୋଜନ ଳକ୍ଷ୍ୟ ରଖରଯାଇଛି। ତେଣୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।

ଏହି ଟିକାକରଣ ଅଭିଯାନରେ ଲୋକଙ୍କୁ ସାମିଲ ହେବା ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଲୋକମାନଙ୍କୁ ନିବେଦନ କରିଛନ୍ତି ।  କୋଭିଡ୍‌ ସଂକ୍ରମରୁ ବର୍ତ୍ତିବା ପାଇଁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ତବେ ଟିକାକରଣ ବେଳେ କୋଭିଡ୍‌ ପ୍ରୋଟୋକଲ ମାନିବାକୁ ସେ ଅନୁରୋଧ କରିଛନ୍ତି।

ଏବେ ସାରା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ କରୋନାର ଏହି ନୂଆ ଭାରିଏଣ୍ଟ ଲଗାତର ବୃଦ୍ଧି ପାଉଛି। ବୁଧବାର ଓଡ଼ିଶାରୁ ଆଉ ୨୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍‌ (ଆଇଏଲ୍‌ଏସ୍) ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏହା ପୂର୍ବରୁ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଥିଲା। ଏଥିମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ୍ ରହିଥିବା ଜଣାପଡ଼ିଛି। ସେହିପରି ବାକି ୧୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ମୋଟ ୨୧୮ ସାମ୍ପଲର ଜିନମ ସିକ୍ୱେନସିଂ କରାଯାଇଥିଲା। ୨୧୮ ସାମ୍ପଲରୁ ୨୪ଟି ଓମିକ୍ରନ୍ ଭାରିଏଣ୍ଟ ଥିବା ସୂଚନା ମିଳିଛି।

 

Related story