ଚାଇନାର ଖେଳଣା ବଜାରକୁ ମାତ୍ ଦେବ ଭାରତ, ଟୟକାଥନ ୨୦୨୧ ଉଦଘାଟିତ

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ଓ ବୟନ ଶିଳ୍ପମନ୍ତ୍ରୀ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ମଙ୍ଗଳବାର ମିଳିତ ଭାବେ ‘ଟୟକାଥନ ୨୦୨୧’ର ଫାଇନାଲ ସମାରୋହକୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି।  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ୟ ପାଞ୍ଚଟି ମନ୍ତ୍ରଣାଳୟ ଯଥା, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ମନ୍ତ୍ରଣାଳୟ ଏବଂ ବୟନଶିଳ୍ପ […]

toycathan-2021

toycathan-2021

Subhransu Sekhar
  • Published: Wednesday, 23 June 2021
  • Updated: 23 June 2021, 09:08 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ଓ ବୟନ ଶିଳ୍ପମନ୍ତ୍ରୀ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ମଙ୍ଗଳବାର ମିଳିତ ଭାବେ ‘ଟୟକାଥନ ୨୦୨୧’ର ଫାଇନାଲ ସମାରୋହକୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି।  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ୟ ପାଞ୍ଚଟି ମନ୍ତ୍ରଣାଳୟ ଯଥା, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ମନ୍ତ୍ରଣାଳୟ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗରେ ଏହି ‘ଟୟକାଥନ୍‍ ୨୦୨୧’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଏହା ଏକ ଆନ୍ତଃ- ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଯେଉଁଥିରେ ନୂତନ ତଥା ଅଭିନବ ଧରଣର କଣ୍ଢେଇ ପ୍ରସ୍ତୁତର ଚିନ୍ତାଧାରା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଗତବର୍ଷ ଗୁଲଓ୍ୱାନ ଘାଟିରେ ଭାରତ ଏବଂ ଚାଇନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ସଂପର୍କରେ ତିକ୍ତତା ଆସିବାରୁ ଚାଇନାର ଖେଳଣା ବଜାରକୁ ମାତ୍ ଦେବା ପାଇଁ ଗତବର୍ଷ ଭାରତ ପକ୍ଷରୁ ଟୟକାଥନ ଆରମ୍ଭ ହୋଇଛି।

ସ୍ଥାନୀୟ ଭାବେ ଉପଲବ୍ଧ ସାମଗ୍ରୀ ଯାହାକି ସହଜ, ସୁଲଭ, ନିରାପଦ, ପରିବେଶ ଅନୁକୂଳ ଭାବେ ଉପଲବ୍ଧ ସେସବୁକୁ ବ୍ୟବହାର କରାଯାଇ ଉଭୟ ଭାରତୀୟ ତଥା ବୈଶ୍ୱିକ ବଜାରରେ ଉପଲବ୍ଧ କରାଯିବ ବୋଲି ଉଦ୍ଦେଶ୍ୟ ରହିଛି।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଏହା ଏକ ଐତିହାସିକ ଅବସର ଯେତେବେଳେ କି ଦେଶର ପ୍ରଥମ କଣ୍ଢେଇ ହାକାଥନ୍‍ ଏବେ ବିଶ୍ୱକୁ ସମର୍ପିତ କରାଯାଉଛି। ଚଳିତବର୍ଷର ଟୟକାଥନ ୨୦୨୧ରେ ଅଂଶଗ୍ରହଣ କରିଥିବା ୧୭୭୪୯ଟି ବ୍ୟକ୍ତିଗତ ଦଳଙ୍କୁ ସେ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଏହି ଗ୍ରାଣ୍ଡ୍‍ ଫିନାଲେରୁ ଉପଲବ୍ଧ ଅନେକ ଚିନ୍ତାଧାରା ଓ ଧାରଣାକୁ ବ୍ୟବସାୟିକ ଭାବେ ଉପଯୋଗ କରାଯାଇ ପାରିବ ବୋଲି ସେ ଆଶା ପ୍ରକଟ କରିଥିଲେ । ସେ କହିଥିଲେ ଯେ କଣ୍ଢେଇଗୁଡ଼ିକର ଶିଶୁମାନଙ୍କ ମନସ୍ତାତ୍ତ୍ୱିକ ସାମର୍ଥ୍ୟ ଉପରେ ବ୍ୟାପକ ପ୍ରଭାବ ପକାଇଥାଏ ଏବଂ ସେମାନଙ୍କ ସ୍ମୃତି, କୌଶଳକୁ ପ୍ରଭାବିତ କରିବା ସହ ସେମାନଙ୍କ ଠାରେ ବ୍ୟାପକ ଦାୟିତ୍ୱବୋଧ ସୃଷ୍ଟି କରିଥାଏ ଯାହାକି ପିଲାଟିକୁ ଭବିଷ୍ୟତରେ ନିଜସ୍ୱ ସାମର୍ଥ୍ୟ ଜୁଟାଇବାରେ ସହାୟକ ହୋଇଥାଏ ।

ମନ୍ତ୍ରୀ ଇରାନୀ ଉଦ୍‍ବେଗ ପ୍ରକଟ କରି କହିଲେ ଯେ ଏବେ ଆମର ପିଲାମାନେ ଯେଉଁସବୁ ଖେଳଣା କଣ୍ଢେଇ ବ୍ୟବହାର କରୁଛନ୍ତି ସେଥିରୁ ପ୍ରାୟ ୮୫ ପ୍ରତିଶତ ବିଦେଶରୁ ଆମଦାନି ହେଉଛି ଏବଂ ସେସବୁ ପ୍ରାୟତଃ ପ୍ଲାଷ୍ଟିକରେ ପ୍ରସ୍ତୁତ। ପୋଷଣୀୟ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଶ୍ୱିକ ପ୍ରତିବଦ୍ଧତାରୁ ପ୍ରେରଣା ଲାଭ କରି ବିଭିନ୍ନ ଗବେଷଣା ସଂସ୍ଥା ଏବଂ କଣ୍ଢେଇ ଉତ୍ପାଦକମାନଙ୍କୁ ପୋଷଣୀୟ କଣ୍ଢେଇ ପ୍ରସ୍ତୁତ କରିବା ନିମନ୍ତେ ସେ ଆହ୍ୱାନ ଜଣାଇଛନ୍ତି । ଭାରତ ତା’ର ଇଞ୍ଜନିୟରିଂ ସାମର୍ଥ୍ୟ ନିମନ୍ତେ ସର୍ବତ୍ର ସୁପରିଚିତ ଏବଂ ଆମର ପ୍ରଯୁକ୍ତିବିତମାନେ ଏହି କ୍ଷେତ୍ରରେ ସେମାନଙ୍କର ଅଭିନବତ୍ୱ ପ୍ରଚୁର ମାତ୍ରାରେ ପ୍ରଦର୍ଶନ କରି ଇଲେକ୍ଟ୍ରୋନିକ୍‍ କଣ୍ଢେଇ ପ୍ରସ୍ତୁତ କରି ଦେଖାଇବାକୁ ସେ ଆହ୍ୱାନ କରିଛନ୍ତି।

ସେହିଭଳି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧୋତ୍ରେ କହିଛନ୍ତି ଭାରତର କଣ୍ଢେଇ ବଜାର ଏବେ ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାର ଛୁଇଁଛି ଏବଂ ସେଥିରୁ ଆମେ ଅଧିକତର କଣ୍ଢେଇ ବିଦେଶରୁ ଆମଦାନୀ  କରୁଛୁ। ବିଶ୍ୱର କଣ୍ଢେଇ ବଜାର ପ୍ରାୟ ୧୦୦ ବିଲିୟନ ଡଲାରର। ତେଣୁ ଆମେ ଅଧିକ ସୃଜନଶୀଳ, ଅଭିନବତା ପ୍ରଦର୍ଶନ କି ଆମର ଉତ୍ପାଦନ କ୍ଷମତାକୁ ମଧ୍ୟ ଏହି କ୍ଷେତ୍ରରେ ପ୍ରଦର୍ଶନ କରିପାରିବା। ଟୟକାଥନ ଆମର ଯୁବ ଅଭିନବ ମାନସିକତାକୁ ଆଗକୁ ଆଗେଇ ନେବ ଏବଂ ତାହା ଭାରତ ଓ ସାରା ବିଶ୍ୱରେ ପ୍ରଦର୍ଶିତ ହୋଇପାରିବ। ସେହିଭଳି କଣ୍ଢେଇ ମାଧ୍ୟମରେ ଆମେ ଘୋଷା ପାଠ ବଦଳରେ ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟକୁ ସୃଜନଶୀଳ ଭାବେ ଅଧ୍ୟୟନ କରିପାରିବା ବୋଲି ସେ କହିଥିଲେ।

କଣ୍ଢେଇ ମାଧ୍ୟମରେ ଆମେ ଆମର ମୂଲ୍ୟବୋଧ, ଚିନ୍ତାଧାରା, ପରମ୍ପରା ତଥା ଇତିହାସ ଓ ସଂସ୍କୃତି ସଂପର୍କରେ ସଚେତନତାକୁ ପ୍ରଦର୍ଶିତ କରିପାରିବା ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଏଥିପାଇଁ ଅଭିନବ ଢ଼ଙ୍ଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି।  ତେଣୁ ଏଭଳି ଟୟକାଥନ ଆୟୋଜନର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ।

ରାଷ୍ଟ୍ରୀୟ ନୂତନ ଶିକ୍ଷା ନୀତି ୨୦୨୦ରେ ୫ + ୩ + ୩ + ୪ର ବ୍ୟବସ୍ଥା ରହିଛି। ଏହାକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆଧାରିତ କରାଯାଇଛି ଯେଉଁଥିରେ ପିଲାମାନେ ମଧ୍ୟ କଣ୍ଢେଇର ବହୁଳ ବ୍ୟବହାର କରିପାରିବେ। ସେହିଭଳି ବିଭିନ୍ନ ପ୍ରାନ୍ତର ଭାରତୀୟ କଣ୍ଢେଇ ଦେଶର ଇତିହାସ ଓ ସଂସ୍କୃତି ମାଧ୍ୟମରେ ଯୁବମନକୁ ପରସ୍ପର ସହ ଯୋଡ଼ିପାରିବ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story