ନଦୀକୁ ଖସିପଡ଼ିଲା ଟ୍ରାକ୍ଟର, ଥିଲେ ୨୦ ଜଣ

ହାରଦୋଇ: ଚାଷୀଙ୍କୁ ନେଇ ଯାଉଥିବା ବେଳେ ନଦୀକୁ ଖସିପଡ଼ିଲା ଟ୍ରାକ୍ଟର। ଟ୍ରାକ୍ଟରଟିରେ ୨୦ ଜଣ ଚାଷୀ ଥିବା ବେଳେ ସେଥିରୁ ୧୩ ଜଣ ପହଁରି  ଜୀବନ ରକ୍ଷା କରିପାରିଛନ୍ତି। ବାକି ୭ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଆଜି ସକାଳେ ଉତ୍ତରପ୍ରଦେଶର ହାରଦୋଇ ଜିଲ୍ଲାର ଏହି ଅଘଟଣ ଘଟିଛି। ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଥିବା ଜିଲ୍ଲା ମାଜିଷ୍ଟ୍ରେଟ୍ ଅବିନାଶ କୁମାର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କୂଳରେ ୭ ଜଣଙ୍କୁ ଉଦ୍ଧାର ସରିଛି। ବାକି ନିଖୋଜ […]

river

  • Published: Saturday, 27 August 2022
  • , Updated: 27 August 2022, 05:17 PM IST

ହାରଦୋଇ: ଚାଷୀଙ୍କୁ ନେଇ ଯାଉଥିବା ବେଳେ ନଦୀକୁ ଖସିପଡ଼ିଲା ଟ୍ରାକ୍ଟର। ଟ୍ରାକ୍ଟରଟିରେ ୨୦ ଜଣ ଚାଷୀ ଥିବା ବେଳେ ସେଥିରୁ ୧୩ ଜଣ ପହଁରି  ଜୀବନ ରକ୍ଷା କରିପାରିଛନ୍ତି। ବାକି ୭ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଆଜି ସକାଳେ ଉତ୍ତରପ୍ରଦେଶର ହାରଦୋଇ ଜିଲ୍ଲାର ଏହି ଅଘଟଣ ଘଟିଛି। ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଥିବା ଜିଲ୍ଲା ମାଜିଷ୍ଟ୍ରେଟ୍ ଅବିନାଶ କୁମାର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କୂଳରେ ୭ ଜଣଙ୍କୁ ଉଦ୍ଧାର ସରିଛି।

ବାକି ନିଖୋଜ ଲୋକଙ୍କୁ ଖୋଜା ଚାଲିଛି। ଏହି ଚାଷୀମାନେ ନିକଟସ୍ଥ ମଣ୍ଡିରେ କାକୁଡ଼ି ବିକ୍ରି କରି ଫେରୁଥିଲେ।  ତେବେ ପାଲି ଏରିଆରେ ଗରାର ନଦୀର ପୋଲ ରେଲିଂରେ ଟ୍ରାକ୍ଟରଟି ପିଟି ହୋଇ ନଦୀକୁ ଖସିପଡ଼ିଥିଲା । ଫଳରେ ସେଠାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।

ଏମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପୁଲିସ ଓ ରେସକ୍ୟୁଟିମ ପହଞ୍ଚିଥିଲା।  କିନ୍ତୁ ଟ୍ରାକ୍ଟରଟି ଭରା ନଦୀରେ ବୁଡ଼ଯାଇଛି। ଯାହାର ସନ୍ଧାନ ପ୍ରଶାସନ ପାଇପାରି ନାହିଁ। ଟ୍ରାକ୍ଟରଟିକୁ ଉଦ୍ଧାର ପାଇଁ କ୍ରେନ୍‌ ରଖାଯାଇଛି । ଟ୍ରାକ୍ଟର ଭିତରେ ଫସି କିଛି ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ସେପଟେ ଘଟଣାସ୍ଥଳରେ ଚାଷୀଙ୍କ ପରିବାର ସଦସ୍ୟ ପହଞ୍ଚି ଥିବା ବେଳେ କାନ୍ଦ ବୋବାଳି ପଡ଼ିଛି।

Related story