ଟ୍ରିପିଲ୍ ତଲାକ ଉଚ୍ଛେଦ ପରେ ଅଧିକ ଉତ୍ପୀଡନର ଶିକାର ହେଉଛନ୍ତି ମହିଳା: ଓଓ୍ୱେସୀ

ନୂଆଦିଲ୍ଲୀ: ତଲାକ, ତଲାକ, ତଲାକ… ଏଭଳି କହି ମୁସଲମାନ ଧର୍ମର ଜଣେ ପୁରୁଷ ତା’ର ସ୍ତ୍ରୀ ସହିତ ବୈବାହିକ ସମ୍ପର୍କକୁ ଶେଷ କରୁଥିଲା। ହେଲେ କେନ୍ଦ୍ରର ମୋଦି ସରକାର ଏହି ପ୍ରଥାକୁ ଅଗଷ୍ଟ ୧,୨୦୧୯ରେ ଉଚ୍ଛେଦ କରିଥିଲେ। ଏହି ଉଚ୍ଛେଦକୁ ଏବେ ଦୁଇ ବର୍ଷ ପୂରଣ ହୋଇଛି। ସରକାର କହିଛନ୍ତି ଟ୍ରିପିଲ ତଲାକ ଉଚ୍ଛେଦ ହେବା ପରେ ଏପରି ମାମଲା ୮୦ ପ୍ରତିଶତ କମିଯାଇଛି। ହେଲେ ଏହାକୁ ସ୍ୱୀକାର କରି ନାହାନ୍ତି ଏଆଇଏମଆଇଏମର ସାଂସଦ ତଥା ସଭାପତି […]

AIMIM-chief

AIMIM-chief

Subhransu Sekhar
  • Published: Sunday, 01 August 2021
  • Updated: 01 August 2021, 09:06 PM IST

Sports

Latest News

ନୂଆଦିଲ୍ଲୀ: ତଲାକ, ତଲାକ, ତଲାକ... ଏଭଳି କହି ମୁସଲମାନ ଧର୍ମର ଜଣେ ପୁରୁଷ ତା'ର ସ୍ତ୍ରୀ ସହିତ ବୈବାହିକ ସମ୍ପର୍କକୁ ଶେଷ କରୁଥିଲା। ହେଲେ କେନ୍ଦ୍ରର ମୋଦି ସରକାର ଏହି ପ୍ରଥାକୁ ଅଗଷ୍ଟ ୧,୨୦୧୯ରେ ଉଚ୍ଛେଦ କରିଥିଲେ। ଏହି ଉଚ୍ଛେଦକୁ ଏବେ ଦୁଇ ବର୍ଷ ପୂରଣ ହୋଇଛି। ସରକାର କହିଛନ୍ତି ଟ୍ରିପିଲ ତଲାକ ଉଚ୍ଛେଦ ହେବା ପରେ ଏପରି ମାମଲା ୮୦ ପ୍ରତିଶତ କମିଯାଇଛି। ହେଲେ ଏହାକୁ ସ୍ୱୀକାର କରି ନାହାନ୍ତି ଏଆଇଏମଆଇଏମର ସାଂସଦ ତଥା ସଭାପତି ଅସଦ୍ଦୁଦ୍ଧିନ୍ ଓଓ୍ୱେସୀ। ସେ କହିଛନ୍ତି ମୁସଲମାନ ଏହି ଆଇନକୁ ସ୍ୱୀକାର କରନ୍ତି ନାହିଁ।

ଦିଲ୍ଲୀରେ ଆଜି ଅଳ୍ପ ସଂଖ୍ୟକମାନେ ମୁସଲିମ ମହିଳା ଅଧିକାର ଦିବସ ପାଳନ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମୁଖତାର ନକଭୀ ଯୋଗ ଦେଇଥିଲେ। ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସେ ପୂରଣ କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ମାମଲାର ସମାଧାନ କରିଛନ୍ତି। ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ କଶ୍ମୀରର ଲୋକଙ୍କୁ ଲାଭବାନ କରାଇଛନ୍ତି। ସେହିପରି ହଜ ଯାତ୍ରା ଯିବା ନେଇଥିବା କଟକଣାକୁ ହଟାଇଛନ୍ତି ମୋଦି ସରକାର। ଏହାଦ୍ୱାରା ୩୫୦୦ ମୁସଲମାନ ମହିଳା ବିନା ମରହମରେ ଯାତ୍ରା କରିପାରୁଛନ୍ତି।

ନକଭୀ କହିଛନ୍ତି, ଟ୍ରିପିଲ୍ ତଲାକକୁ ଅଗଷ୍ଟ ୧,୨୦୧୯ରେ ଉଚ୍ଛେଦ କରାଯାଇଛି। ଏହାପରେ ୮୦ ପ୍ରତିଶତ ଟ୍ରିପଲ ତଲାକ କମିଛି। ଏହି ଉଚ୍ଛେଦ ପୂର୍ବରୁ ୟୁପିରେ ପ୍ରତିବର୍ଷ ଟ୍ରିପିଲ ତଲାକ ସଂଖ୍ୟା ପାଖାପାଖି ୬୩ ହଜାର ରହୁଥିଲା। ଏବେ ଏହି ମାମଲା ୨୨୧ ରହିଛି। ବିହାରରେ କେବଳ ୪୯ଟି ମାମଲା ଆସିଛି।

ହେଲେ ନକଭୀଙ୍କ ଏହି ତଥ୍ୟକୁ ଖାରଜ କରିଛନ୍ତି ଏଆଇଏମଆଇଏମର ସଭାପତି ଓଓ୍ୱେସୀ। ସେ କହିଛନ୍ତି ଟ୍ରିପିଲ୍ ତଲାକକୁ ଉଚ୍ଛେଦ କରିବା ବେଆଇନ୍। ଏହା ସମାନତା ବିରୋଧୀ। ଏଭଳି ଆଇନ୍ ମୁସଲମାନଙ୍କୁ ଖରାପ ବୋଲି କହୁଛି। ମୋଦି ସରକାର କେବେଳ ମୁସଲିମ୍ ମହିଳା ଅଧିକାର ଦିବସ ପାଳନ କରାଉଛନ୍ତି ଅନ୍ୟ ଧର୍ମ ଏବଂ ଜାତିର ଅଧିକାର ଦିବସ କାହିଁକି ପାଳନ ହେଉନି ବୋଲି ସେ ପ୍ରଶ୍ନ କହିଛନ୍ତି। ଟ୍ରିପିଲ୍ ତଲାକ ଉଚ୍ଛେଦ ହେବା ପରେ ମୁସଲମାନ ମହିଳା ଅଧିକ ଉତ୍ପୀଡନର ଶିକାର ହେଉଛନ୍ତି। ସେମାନଙ୍କର ସମସ୍ୟା ବଢ଼ିଛି। କେବଳ ମାମଲା ଦାୟର ହେଉଛି। ହେଲେ କୌଣସି ନ୍ୟାୟ ମିଳୁନାହିଁ। ମୁସଲମାନେ ମାନେ ଏହାକୁ ତୃଣମୂଳସ୍ତରରେ ସ୍ୱୀକାର କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story