ଟ୍ୱିଟ୍ର ବୋର୍ଡରେ ସାମିଲ ହେବେନି ଏଲନ ମସ୍କ
ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଧନୀ ତଥା ଟେସ୍କଲା ଓ ସ୍ପେସ-ଏକ୍ସର ସିଇଓ ଏଲନ ମସ୍କ ସୋଶାଲ ନେଟୱର୍କିଂ ସାଇଟ୍ ଟ୍ୱିଟ୍ର ନିର୍ଦ୍ଦେଶକ ବୋର୍ଡରେ ସାମିଲ ହେବେ ନାହିଁ। ଟ୍ୱିଟରର ସେୟାର କିଣିବା ପରେ ଏଲନ ମସ୍କ କମ୍ପାନୀ ବୋର୍ଡରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି ଟ୍ୱିଟ୍ର ସିଇଓ ପରାଗ ଅଗ୍ରୱାଲ।
ଏଲନ ମସ୍କ ଟ୍ୱିଟ୍ର ନିର୍ଦ୍ଦେଶକ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ପରଗା ଅଗ୍ରୱାଲ ସର୍ବସାଧାରଣରେ ଘୋଷଣା କରିଛନ୍ତି। ସେ ଏନେଇ ଟ୍ୱିଟ୍ ସହ ଏକ ନୋଟ୍ ମଧ୍ୟ ଶେୟାର କରିଛନ୍ତି।
ପାରାଗ ଅଗ୍ରୱାଲ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, ‘ଏଲନ୍ ଆମ ବୋର୍ଡରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବୋର୍ଡ ଓ ସେ ଏଲନଙ୍କୁ ନେଇ ଅନେକ ଆଲୋଚନା କରିଥିଲେ। ସିଧାସଳଖ ଭାବେ ଏଲନଙ୍କ ସହ ଏନେଇ ଆଲୋଚନା ହୋଇଥିଲା। ଏନେଇ ମୁଁ କମ୍ପାନୀକୁ ଏକ ସଂକ୍ଷିପ୍ତ ନୋଟ୍ ପଠାଇଛି।’
ସେ ଆହୁରି କହିଛନ୍ତି, ‘ଏଲନ କମ୍ପାନୀର ଏକ ବଡ ଦାୟିତ୍ୱ ନେବେ ବୋଲି ବିଶ୍ୱାସ ଥିଲା। ସେ ବୋର୍ଡ ମେମ୍ବର ଓ ସେୟାର ହୋଲ୍ଡରଙ୍କ ସହ ମିଶି କାମ କରିଥାନ୍ତେ। ବୋର୍ଡ ତାଙ୍କୁ ଅନେକ ଅଫର୍ ଦେଇଥିଲା।’ ନିଜେ ପରାଗ ମଙ୍ଗଳବାର ଏଲନଙ୍କ ବୋର୍ଡରେ ସାମିଲ ହେବା ନେଇ ସୂଚନା ଦେଇଥିଲେ। କିନ୍ତୁ ଏବେ ଏଲନ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଏଲନ ଟ୍ୱିଟରର ୯.୨ ପ୍ରତିଶତ ଶେୟାର କିଣିଥିଲେ। ଏହାସହ ସେ କମ୍ପାନୀର ସବୁଠାରୁ ବଡ ଶେୟାର ହୋଲ୍ଡର ପାଲଟିଥିଲେ। ଏଲନଙ୍କୁ ଟ୍ୱିଟର୍ ବୋର୍ଡରେ ନିଯୁକ୍ତି ଦିଆଯିବ ବୋଲି ପରାଗ ଅଗ୍ରୱାଲ ଟ୍ୱିଟରରେ ପୋଷ୍ଟ କରି ଜଣାଇଥିଲେ।
Elon has decided not to join our board. I sent a brief note to the company, sharing with you all here. pic.twitter.com/lfrXACavvk
— Parag Agrawal (@paraga) April 11, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।