ଡେଲ୍‌ଟା, ଡେଲ୍‌ଟା ପ୍ଲସ ପରେ ଚିହ୍ନଟ ହେଲା କାପ୍ପା ଭାରିଆଣ୍ଟ

ନୂଆଦିଲ୍ଲୀ: ୟୁପିରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ପ୍ରକାରର ଭାରିଆଣ୍ଟକୁ କାପ୍ପା ବୋଲି କହୁଛନ୍ତି। ଏହି ନୂଆ ଭାରିଆଣ୍ଟ ବିଶେଷଜ୍ଞ ଏବଂ ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଛି। କରୋନାର ଡେଲଟା ଭାରିଆଣ୍ଟ ଚିନ୍ତାଜନକ ଥିବା ବେଳେ ଏବେ କାପ୍ପା ଭାରିଆଣ୍ଟ ଏହି ଚିନ୍ତାକୁ ଦୁଇ ଗୁଣା ବୃଦ୍ଧି କରାଇଛି। କୋଭିଡର ଦ୍ୱିତୀୟ ଲହର ବୃଦ୍ଧି ପଛର କାରଣ ଡେଲଟା ଭାରିଆଣ୍ଟ ବୋଲି କୁହାଯାଉଛି। ଆଗକୁ ସମ୍ଭାବ୍ୟ ତୃତୀୟ ଲହର ଆସିବ ବୋଲି ସୂଚନା ରହିଥିବା […]

covid19

covid19

Subhransu Sekhar
  • Published: Friday, 09 July 2021
  • Updated: 10 July 2021, 12:28 PM IST

Sports

Latest News

ନୂଆଦିଲ୍ଲୀ: ୟୁପିରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ପ୍ରକାରର ଭାରିଆଣ୍ଟକୁ କାପ୍ପା ବୋଲି କହୁଛନ୍ତି। ଏହି ନୂଆ ଭାରିଆଣ୍ଟ ବିଶେଷଜ୍ଞ ଏବଂ ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଛି। କରୋନାର ଡେଲଟା ଭାରିଆଣ୍ଟ ଚିନ୍ତାଜନକ ଥିବା ବେଳେ ଏବେ କାପ୍ପା ଭାରିଆଣ୍ଟ ଏହି ଚିନ୍ତାକୁ ଦୁଇ ଗୁଣା ବୃଦ୍ଧି କରାଇଛି। କୋଭିଡର ଦ୍ୱିତୀୟ ଲହର ବୃଦ୍ଧି ପଛର କାରଣ ଡେଲଟା ଭାରିଆଣ୍ଟ ବୋଲି କୁହାଯାଉଛି। ଆଗକୁ ସମ୍ଭାବ୍ୟ ତୃତୀୟ ଲହର ଆସିବ ବୋଲି ସୂଚନା ରହିଥିବା ବେଳେ ଏହେ ୟୁପିରୁ ଚିହ୍ନଟ କାପ୍ପା ଭାରିଆଣ୍ଟ ଚିନ୍ତାର ବିଷୟ ପାଲଟିଛି।

ୟୁପିର ଦେଓରିଆ ଏବଂ ଗୋରଖପୁରରେ ଦୁଇଟି ଡେଲଟା ପ୍ଲସ୍ ଷ୍ଟ୍ରେନ୍ ମିଳିବା ପରେ ଏବେ ସନ୍ଥ କବୀର ନାଗରର ଜଣେ ରୋଗୀ କୋଭିଡ -୧୯ର କାପ୍ପା ଭାରିଆଣ୍ଟରେ ଜଣେ ସଂକ୍ରମିତ ହୋଇଥିଲେ। ଏହାପରେ ୬୬ ବର୍ଷୀୟ ରୋଗୀଙ୍କର ମୃତ୍ୟୁ ଘଟିଛି। ଜିନୋମ ପରୀକ୍ଷା ବେଳେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ସଂକ୍ରମିତଙ୍କ ନୁମନାରୁ ଏହି ଜିନୋମ ସଂଗ୍ରହ କରାଯାଏ।

ଜୁନ୍ ୧୩ ରେ ସଂଗ୍ରହ କରାଯାଇ ସିଏସଆଇଆର ଦ୍ୱାରା ଜିନୋମ ସଂଗ୍ରହ କରିବା ପରେ ନୂଆଦିଲ୍ଲୀକୁ ପଠାଯାଇଥିଲା। ଏଠାରେ ଥିବା ପରୀକ୍ଷାଗାରରେ କାପ୍ପା ଭାରିଆଣ୍ଟ ଚିହ୍ନଟ ହୋଇଛି। ଡେଲଟା ପ୍ଲସ୍ ପରି କାପ୍ପା ଚିନ୍ତାର କାରଣ ବୋଲି ଘୋଷଣା କରିଛନ୍ତି ବିଶେଷଜ୍ଞ। ଚଳିତ ସପ୍ତାହରେ ଉତ୍ତର ପ୍ରଦେଶରେ ପ୍ରଥମ ଥର ପାଇଁ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେବା ପରେ କାପ୍ପା ଚିହ୍ନଟ ହୋଇଛି। କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବିଶ୍ୱାସ ଏହି ଭାରିଆଣ୍ଟ ସାଂଘାତିକ ହୋଇପାରେ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କାପ୍ପା ଭାରିଆଣ୍ଟ ପୋଂଗୋ ବଂଶ ସହିତ ଜଡିତ। ଏହି ବଂଶର ବାୟୋଲଜିକାଲ ନମେନକ୍ଲେଚର ୧.୬୧୭ ଭାରିଆଣ୍ଟ ଭାବରେ ଜଣାଶୁଣା। ଏହାର ତିନୋଟି ଉପ ଶ୍ରେଣୀ ରହିଛି। କାପ୍ପା ସେଥିମଧ୍ୟରୁ ଗୋଟିଏ। ବି.୧.୬୧୭.୧ ଭାବରେ ନାମିତ କାପ୍ପା ଭାରିଆଣ୍ଟ ପ୍ରଥମେ ଡିସେମ୍ବର ୨୦୨୦ରେ ଭାରତରେ ମିଳିଥିଲା। ଏହା E484Q ଏବଂ E484K ଭାରିଆଣ୍ଟ ହେତୁ କାପ୍ପାର ଉତ୍ପନ୍ନ ହୋଇଛି। L452R ମ୍ୟୁଟେସନ୍ ମଧ୍ୟ ଏହି ପରିବର୍ତ୍ତନରେ ଜଡିତ। ଯାହା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। କାପ୍ପା ଭାରିଆଣ୍ଟ ହେଉ ଅବା ଡେଲଟା ଯେକୌଣସି ଭାରିଆଣ୍ଟଠୁ ସତର୍କ ରହିବାକୁ ହେଲେ ମାସ୍କର ବ୍ୟବହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos