ଘାଟିରେ ପୁଣି ଆତଙ୍କୀ ହମ୍‌ଲା, ୨ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା

ଶ୍ରୀନଗର: ଦୀପାବଳି ପୂର୍ବରୁ ପୁଣି ଜମ୍ମୁ-କଶ୍ମୀରରେ ଆତଙ୍କୀ ହମ୍‌ଲା ହୋଇଛି। ସୋପିଆନ୍ ଜିଲ୍ଲାରେ ଶନିବାର ଆତଙ୍କବାଦୀଙ୍କ ଦ୍ୱାରା କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା ପରେ ଏବେ ଏହି ଜିଲ୍ଲାରେ ଆଉ ଦୁଇ ଜଣ ପ୍ରବସୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି। ମୃତ ଦୁଇ ଶ୍ରମିକ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ରାମ ସାଗର ଓ ମୋନିସ କୁମାର ବୋଲି ଜଣାପଡିଛି। ଏହି ଘଟଣାରେ ଲସ୍କର-ଇ-ତୋଇବାର ଜଣେ ହାଇବ୍ରିଡ୍ ଆତଙ୍କବାଦୀକୁ ଗିରଫ କରାଯାଇଛି। ପୁଲିସ ସୂଚନା ମୁତାବକ, ସୋମବାର ରାତିରେ […]

grenade-attack

Madhupriya Mistry
  • Published: Tuesday, 18 October 2022
  • , Updated: 18 October 2022, 08:16 AM IST

ଶ୍ରୀନଗର: ଦୀପାବଳି ପୂର୍ବରୁ ପୁଣି ଜମ୍ମୁ-କଶ୍ମୀରରେ ଆତଙ୍କୀ ହମ୍‌ଲା ହୋଇଛି। ସୋପିଆନ୍ ଜିଲ୍ଲାରେ ଶନିବାର ଆତଙ୍କବାଦୀଙ୍କ ଦ୍ୱାରା କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା ପରେ ଏବେ ଏହି ଜିଲ୍ଲାରେ ଆଉ ଦୁଇ ଜଣ ପ୍ରବସୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି। ମୃତ ଦୁଇ ଶ୍ରମିକ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ରାମ ସାଗର ଓ ମୋନିସ କୁମାର ବୋଲି ଜଣାପଡିଛି। ଏହି ଘଟଣାରେ ଲସ୍କର-ଇ-ତୋଇବାର ଜଣେ ହାଇବ୍ରିଡ୍ ଆତଙ୍କବାଦୀକୁ ଗିରଫ କରାଯାଇଛି।

ପୁଲିସ ସୂଚନା ମୁତାବକ, ସୋମବାର ରାତିରେ ଶ୍ରମିକମାନେ ଘରେ ଶୋଇଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରଥମେ ଗ୍ରେନେଡ୍ ମାଡ କରିଥିଲେ। ଏହାପରେ ଶ୍ରମିକଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କୀ। ଏଥିରେ ଦୁଇ ଜଣ ଶ୍ରମିକ ଆହତ ହୋଇଥିଲେ। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ଜମ୍ମୁ-କଶ୍ମୀର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାରଙ୍କ କହିବା ମୁତାବକ, ‘ଲସ୍କର-ଇ-ତୋଇବାର ଜଣେ ଆତଙ୍କବାଦୀ ଇମ୍ରାନ ବସିର୍‌କୁ ଗିରଫ କରାଯାଇଛି। ଇମ୍ରାନ୍ ହିଁ ଶ୍ରମିକମାନେ ଶୋଇଥିବା ଅବସ୍ଥାରେ ଗ୍ରେନେଡ୍ ମାଡ କରିଥିଲା। ତାକୁ ପଚରାଉଚରା ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ତିନି ଦିନ ପୂର୍ବେ ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ କଶ୍ମୀର ପଣ୍ଡିତକୁ ଗୁଳି ମାଡ କରି ହତ୍ୟା କରିଥିଲେ। ପୁଲିସ ମୁତାବକ, ପୂରନ୍ କୃଷ୍ଣ ଭଟ୍ଟଙ୍କ ଉପରେ ଦକ୍ଷିଣ କଶ୍ମୀର ଜିଲ୍ଲାର ଚୌଧରୀ ଗୁଣ୍ଡ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ଆକ୍ରମଣ ହୋଇଥିଲା। କୃଷ୍ଣ ଭଟ୍ଟ ନିଜ ଘର ବାହାରେ ଥିବା ବଗିଚା ଆଡକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ।

Related story