ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ଅଫିସ୍‌କୁ ଗ୍ରେନେଡ୍‌ ମାଡ଼

ଅମୃତସର: ପଞ୍ଜାବର ମୋହଲିରେ ଥିବା ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ଅଫିସ୍‌ ଉପରକୁ ସୋମବାର ସଂଧ୍ୟାରେ ଗ୍ରେନେଡ୍‌ ଆକ୍ରମଣ ହୋଇଛି।  ମିଳିଥିବା ସୂଚନା ଅନୁଯାୟୀ ୨ ଜଣ ସଂଦିଗ୍ଧ ‌କାରରେ ଆସି ଇଣ୍ଟେଲିଜେନ୍ସ ଅଫିସରୁ ୮୦ ମିଟର ଦୂରରେ ଥିବା ଆର୍‌ପିଜି ନିକଟରେ ରହି ଅଫିସ ଉପରକୁ ରକେଟ୍‌ ଚାଳିତ ଗ୍ରେନେଡ୍‌  ଆକ୍ରମଣ କରିଥିଲେ। ଏହି ରକେଟ୍‌ରୁ ଲଗାତାର ଗ୍ରେନେଡ୍‌ ବର୍ଷଣ ହୋଇଥିବା ସୂଚନା ରହିଛି। ତେବେ ସିସିଟିଭି ଫୁଟେଜକୁ ଦେଖି ଘଟଣାର ତଦନ୍ତ ଆରମ୍ଭ କରିଛି  ଇଣ୍ଟେଲିଜେନ୍ସ […]

granade

Tapas Behera
  • Published: Tuesday, 10 May 2022
  • , Updated: 10 May 2022, 10:14 AM IST

ଅମୃତସର: ପଞ୍ଜାବର ମୋହଲିରେ ଥିବା ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ଅଫିସ୍‌ ଉପରକୁ ସୋମବାର ସଂଧ୍ୟାରେ ଗ୍ରେନେଡ୍‌ ଆକ୍ରମଣ ହୋଇଛି।  ମିଳିଥିବା ସୂଚନା ଅନୁଯାୟୀ ୨ ଜଣ ସଂଦିଗ୍ଧ ‌କାରରେ ଆସି ଇଣ୍ଟେଲିଜେନ୍ସ ଅଫିସରୁ ୮୦ ମିଟର ଦୂରରେ ଥିବା ଆର୍‌ପିଜି ନିକଟରେ ରହି ଅଫିସ ଉପରକୁ ରକେଟ୍‌ ଚାଳିତ ଗ୍ରେନେଡ୍‌  ଆକ୍ରମଣ କରିଥିଲେ। ଏହି ରକେଟ୍‌ରୁ ଲଗାତାର ଗ୍ରେନେଡ୍‌ ବର୍ଷଣ ହୋଇଥିବା ସୂଚନା ରହିଛି।

ତେବେ ସିସିଟିଭି ଫୁଟେଜକୁ ଦେଖି ଘଟଣାର ତଦନ୍ତ ଆରମ୍ଭ କରିଛି  ଇଣ୍ଟେଲିଜେନ୍ସ ବିଭାଗ। ଡ୍ରୋନ୍ ମାଧ୍ୟମରେ ଏହି ରକେଟ୍‌ ଚାଳିତ ଗ୍ରେନେଡ୍‌ ଚାଲାଣ ହୋଇଥିବା ସନ୍ଦେହ କରାଯାଉଛି। ଗତ କିଛି ମାସ ହେଲା ପାକିସ୍ତାନରୁ ପଞ୍ଜାବକୁ ଡ୍ରୋନ୍‌ ମାଧ୍ୟମରେ  ଅସ୍ତ୍ର ଚାଲାଣ ହେଉଥିବା ଜଣାଡ଼ିଛି । ପଞ୍ଜାବ ପୁଲିସ ଇଣ୍ଟେଲିଜେନ୍ସ ଅଫିସର ତୃତୀୟ ମହଲାରେ ସାମାନ୍ୟ ଧରଣର ବିସ୍ଫୋରଣ ହୋଇଛି।

ଏଥିରେ ଝରକା କାଚ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଚିତ୍ର ଆସିଛି।  ତେବେ ଏହି ଘଟଣାର ତଦନ୍ତ କରିବାକୁ ଜାତୀୟ ତଦନ୍ତକାରୀ ଏଜେନ୍ସି ତା’ର ଏକ ଟିମ୍‌ ପଠାଇବ। ମୋହାଲି ଏସପି ହରବିନ୍ଦର ସାନ୍ଧୁ କହିଛନ୍ତି ଯେ,  ଏସ୍‌ଏଏସ୍‌ ନଗରର ସେକ୍ଟର ୭୭ରେ ଥିବା ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ସଂଧ୍ୟା ୭ଟା ୪୫ ରେ ସାମନ୍ୟ ବିସ୍ଫୋରଣ ଘଟିଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛନ୍ତି।

Related story