କହ୍ନେୟାଲାଲ ହତ୍ୟାକାଣ୍ଡ: ଦେହରେ ୨୬ ଓ ବେକରେ ୧୦ ଚୋଟ

ଜୟପୁର: ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଦରଜି କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ ବଡ ଖୁଲାସା ହୋଇଛି। କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି।  ରିପୋର୍ଟ ମୁତାବକ, କହ୍ନେୟାଲାଲଙ୍କ ବେକରେ ୧୦ଟି ଗଭୀର କ୍ଷତ ଥିବା ସହ ସାରା ଶରୀରରେ ୨୬ଟି ଚୋଟ ରହିଛି । ତାଙ୍କ ଶରୀରକୁ ବାରମ୍ବାର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଏଥିସହିତ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିବା ପାଇଁ ମଧ୍ୟ ଚେଷ୍ଟା […]

kanhaiyalal-postmortem-report

Madhupriya Mistry
  • Published: Wednesday, 29 June 2022
  • , Updated: 29 June 2022, 02:57 PM IST

ଜୟପୁର: ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଦରଜି କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ ବଡ ଖୁଲାସା ହୋଇଛି। କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି।  ରିପୋର୍ଟ ମୁତାବକ, କହ୍ନେୟାଲାଲଙ୍କ ବେକରେ ୧୦ଟି ଗଭୀର କ୍ଷତ ଥିବା ସହ ସାରା ଶରୀରରେ ୨୬ଟି ଚୋଟ ରହିଛି । ତାଙ୍କ ଶରୀରକୁ ବାରମ୍ବାର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଏଥିସହିତ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ଏନ୍ଆଇଏ ଓ ଏସ୍ଆଇଟି ଘଟଣାର ତଦନ୍ତ ଆରମ୍ଭ କରଛନ୍ତି। ସେପଟେ ଅଭିଯୁକ୍ତ ରିଆଜ୍ ଓ ମହମ୍ମଦ ଗୋସଙ୍କୁ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି ଉଠିଛି। ରାଜସ୍ଥାନର ଜଣେ ମନ୍ତ୍ରୀ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି । ବିଭିନ୍ନ ରାଜନେତା ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣା ପାଇଁ ଦାୟୀ କରିବା ସହ ତାଙ୍କର ଇସ୍ତଫା ଦାବି କରିଥିବା ଜଣାପଡିଛି।

ରାଜସ୍ଥାନ ଉଦୟପୁରର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ହତ୍ୟାକାରୀ ଗ୍ରାହକ ବେଶରେ ଆସି ଦରଜି କହ୍ନେୟାଲାଲଙ୍କୁ ହତ୍ୟା କରିଥିଲେ। କହ୍ନେୟାଲାଲଙ୍କ ରାଜସ୍ଥାନ ଉଦୟପୁର, ଭୁତମହଲ ଅଞ୍ଚଳଳରେ ସୁପ୍ରିମ ଟେଲର ନାମକ ଦୋକାନ ରହିଥିଲା।

ମଙ୍ଗଳବାର ଅପରାହ୍ଣରେ ୨ ହତ୍ୟାକାରୀ ରିଆଜ୍ ଓ ଗୋସ୍ ମହମ୍ମଦ ଗ୍ରାହକ ଭାବେ କହ୍ନେୟାଙ୍କ ସିଲେଇ ଦୋକାନକୁ ଆସିଥିଲେ। ଆଉ କହ୍ନେୟାଲାଲ କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରାଣ ବଞ୍ଚାଇବାକୁ କହ୍ନେୟାଲାଲ ଚିତ୍କାର କରିଥିଲେ ବି ଶେଷ ନିଃଶ୍ୱାସ ଯାଏଁ ତାଙ୍କୁ ଆକ୍ରମଣ କରିଥିଲେ।

ଏହାପରେ ହତ୍ୟାର ଭିଡିଓ ଜାରି କରିବା ସହ ଇସଲାମଙ୍କୁ ଅପମାନ କରାଯାଇଥିବା ଘଟଣାର ପ୍ରତିଶୋଧ ନେଇଥିବା ଏହି ଭିଡିଓରେ ଦୁଇ ଅଭିଯୁକ୍ତ କହିଥିଲେ। ପୁଲିସ ଘଟଣାପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେପଟେ ଏହି ଘଟଣା ପରେ ଉଦୟପୁରରେ ୧୪୪ ଧାରା ଜାରି ହେବା ସହ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

Related story