ଉଦ୍ଧବ ଠାକେରଙ୍କ ବଡ଼ ବିଜୟ, ସିନ୍ଦେ ଗୋଷ୍ଠୀଙ୍କୁ କୋର୍ଟ ଝଟକା

ମୁମ୍ବାଇ: ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କୁ ଲାଗିଛି ବଡ଼ ଝଟକା। ଶିବସେନାରୁ ଅଲଗା ହୋଇ ବିଜେପି ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେଙ୍କୁ ଆଜି ବଡ଼ ଝଟକା ଲାଗିଛି। ସେ ଓ ତାଙ୍କ ସହ ଥିବା ବିଧାୟକମାନେ ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିଲେ ମଧ୍ୟ ଏଯାଏ ସେମାନଙ୍କୁ ମାନ୍ୟତା ମିଳିନି। ଏସବୁ ଭିତରେ ଆଜି ଉଦ୍ଧବ ଠାକରେଙ୍କ ଶିବସେନାକୁ କୋର୍ଟରୁ ବଡ଼ ବିଜୟ ମିଳିଛି। ଆଜି ବିମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଶିବସେନାକୁ […]

Uddhav-Thackeray

  • Published: Friday, 23 September 2022
  • , Updated: 23 September 2022, 05:28 PM IST

ମୁମ୍ବାଇ: ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କୁ ଲାଗିଛି ବଡ଼ ଝଟକା। ଶିବସେନାରୁ ଅଲଗା ହୋଇ ବିଜେପି ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେଙ୍କୁ ଆଜି ବଡ଼ ଝଟକା ଲାଗିଛି। ସେ ଓ ତାଙ୍କ ସହ ଥିବା ବିଧାୟକମାନେ ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିଲେ ମଧ୍ୟ ଏଯାଏ ସେମାନଙ୍କୁ ମାନ୍ୟତା ମିଳିନି।

ଏସବୁ ଭିତରେ ଆଜି ଉଦ୍ଧବ ଠାକରେଙ୍କ ଶିବସେନାକୁ କୋର୍ଟରୁ ବଡ଼ ବିଜୟ ମିଳିଛି। ଆଜି ବିମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଶିବସେନାକୁ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଅନୁମତି ଦେଇଛନ୍ତି। ସମାନ ଦାବି କରି ସିନ୍ଦେ ଗୋଷ୍ଠୀ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କୋର୍ଟ ସିନ୍ଦେ ଗୋଷ୍ଠୀଙ୍କ ଆବେଦକୁ ଅଗ୍ରହ୍ୟ କରି ଦେଇଛନ୍ତି। ପ୍ରକୃତ ଶିବ ସୈନିକ କିଏ? ଏହି ବିବାଦର ସାମାଧନ ନ ହେବା ଯାଏ ସିନ୍ଦେ ଗୋଷ୍ଠୀର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

ସିନ୍ଦେ ଗୋଷ୍ଠୀରେ ଥିବା ଦାଦର ବିଧାୟକ ସଦା ସର୍ବଙ୍କର କୋର୍ଟରେ ଯୁକ୍ତି କରିଥିଲେ ଯେ ଦଶହରା ରାଲି ପାଇଁ ଅନୁମତି ମାଗି ଆବେଦନକାରୀ(ଠାକରେଙ୍କ ଶିବସେନା) ଦଳ ଉପରେ ନିଜର ଏକତରଫା ଅଧିକାର ଜାହିର କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ସର୍ବାଙ୍କର କହିଥିଲେ ଯେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶିବସେନାର ବାର୍ଷିକ ଦଶହରା ରାଲିର ଅନୁମତି ପାଇଁ ସେ ଅଗଷ୍ଟ ୩୦ରୁ ମୁମ୍ବାଇ ପୌର ପାଳିକା ନିକଟରେ ଆବେଦନ କରାଯାଇଛି।

ସେ ଦାବି କରିଥିଲେ ଯେ ଶିବସେନାର ଅଧିକାଂଶ ନେତା ଓ ଜନ ପ୍ରତିନିଧ ଏକନାଥ ସିନ୍ଦେଙ୍କୁ ହିଁ ସମର୍ଥନ କରୁଛନ୍ତି। ଦଳ ଭିତରେ ଉଦ୍ଧବ ଠାକରେ ସମର୍ଥନ ହରାଇଛନ୍ତି। ସର୍ବଙ୍କର ଗୁରୁବାର ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରି ଉଦ୍ଧବ ଠାକରେ ଶିବସେନା ରାଲି ପାଇଁ କରିଥିବା ଆବେଦନର ଶୁଣାଣି ନ କରିବାକୁ ଅନୁରୋଧ କରିଥିଲେ।

ଗତକାଲି ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ଆଇନଶୃଙ୍ଖଳା ପରିସ୍ଥିତିର ଆଳରେ ଦଶହରା ରାଲି ପାଇଁ ଅନୁମତି ଦେବାକୁ ମନା କରି ଦେଇଥିଲା। ହେଲେ ଆଜି ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ରାଲି ପାଇଁ ଅନୁମତି ମିଳିଛି।

୧୯୬୬ରୁ ପ୍ରତିବର୍ଷ ଶିବସେନା ଦଶହରାରେ ରାଲି କରି ଆସୁଛି। ତେବେ କରୋନା ଯୋଗୁ ୨୦୨୦ ଓ ୨୦୨୧ରେ ରାଲି ହୋଇ ନଥିଲା। କିନ୍ତୁ ଏ ବର୍ଷ ସ୍ଥିତି ସ୍ୱାଭାବିକ ହୋଇଥିବାରୁ ରାଲି ଆୟୋଜନ ହେବ। ରାଲି ପୂର୍ବରୁ ଅଗଷ୍ଟ ମାସରେ ଉଦ୍ଧବ ଠାକରେ ବିଜେପି ସହ ହାତ ମିଶାଇଥିବା ସିନ୍ଦେଙ୍କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ ଯେ “ଶିବସେନାର ଦଶହରା ରାଲି ମୁମ୍ବାଇର ଶିବାଜୀ ପାର୍କରେ ଅନୁଷ୍ଠିତ ହେବ। ରାଜ୍ୟରେ ଥିବା ସମସ୍ତ ଶିବ ସୈନିକ ଏଥିରେ ଯୋଗଦେବେ। ରାଲି ପାଇଁ ସରକାର ଅନୁମତି ଦେବେ କି ନାହିଁ, ସେକଥା ଆମେ ଜାଣିନୁ। କିନ୍ତୁ ଆମେ ଆମ ରାଲି କରିବୁ। ଅନ୍ୟମାନେ ରାଲି କରିବେ କି ନାହିଁ, ଆମେ ଜାଣିନୁ। ହେଲେ ଆମ ରାଲି ହେବ।”

Related story