ବାଣ ମାରିଲେ ଉଦ୍ଧବ ଠାକରେ, ଅମିତ ଶାହଙ୍କୁ ପୁରୁଣା କଥା ମନେପକାଇ ଦେଲେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପିକୁ ପ୍ରଥମଥର ପାଇଁ ବାଣ ମାରିଛନ୍ତି ଉଦ୍ଧବ ଠାକରେ। ସେ ସିଧାସଳଖ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ଯଦି ଅମିତ ଶାହ ତାଙ୍କୁ ଦେଇଥିବା କଥା ରଖିଥାଆନ୍ତେ, ତା’ହେଲେ ବର୍ତ୍ତମାନ ସୁଦ୍ଧା ସମ୍ଭବତଃ ମହାରାଷ୍ଟ୍ରରେ ବିଜେପିର ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଥାଆନ୍ତେ ବୋଲି ଉଦ୍ଧବ ଠାକରେ କହିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନ ପରେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ହୋଇଥିଲା। […]

Uddhav-Thakrey

Uddhav-Thakrey

Hemant Lenka
  • Published: Friday, 01 July 2022
  • Updated: 01 July 2022, 04:33 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପିକୁ ପ୍ରଥମଥର ପାଇଁ ବାଣ ମାରିଛନ୍ତି ଉଦ୍ଧବ ଠାକରେ। ସେ ସିଧାସଳଖ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ଯଦି ଅମିତ ଶାହ ତାଙ୍କୁ ଦେଇଥିବା କଥା ରଖିଥାଆନ୍ତେ, ତା’ହେଲେ ବର୍ତ୍ତମାନ ସୁଦ୍ଧା ସମ୍ଭବତଃ ମହାରାଷ୍ଟ୍ରରେ ବିଜେପିର ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଥାଆନ୍ତେ ବୋଲି ଉଦ୍ଧବ ଠାକରେ କହିଛନ୍ତି।

୨୦୧୯ ବିଧାନସଭା ନିର୍ବାଚନ ପରେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ହୋଇଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଅଢ଼େଇ ବର୍ଷର ଫର୍ମୁଲା ଲାଗୁ କରିବାକୁ କହିବାରୁ ବିଜେପି ଏଥିରେ ରାଜି ହୋଇ ନଥିଲା। ଶେଷରେ ଶିବସେନା ସହଯୋଗୀ ବିଜେପି ହାତ ଛାଡ଼ି ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲା।

୨୦୧୯ରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ରାଜି ନଥିବା ବିଜେପି ଏବେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କୁ ଏହି ପଦରେ ବସାଇଛି। ଯଦି ବିଜେପି ଜଣେ ଦଳ ବାହାର ଲୋକଙ୍କୁ ଏବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ରାଜି ହେଲା, ତା’ହେଲେ ୨୦୧୯ରେ କାହିଁକି ସେମିତି କଲାନି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଏକଥାକୁ ଉଦ୍ଧବ ଠାକରେ ମଧ୍ୟ ଆଜି ଉଠାଇଛନ୍ତି।

ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ବୁଝାମଣା କରିଥିଲା। ଏହି ସମୟରେ ଅଢ଼େଇ ବର୍ଷ ଫର୍ମୁଲା ଲାଗୁ ହେବ ବୋଲି ଶ୍ରୀ ଶାହ କଥା ଦେଇଥିଲେ। ହେଲେ ନିର୍ବାଚନ ସରିବା ପରେ ବିଜେପି ଏଥିରେ ରାଜି ହୋଇ ନଥିଲା ବୋଲି ଉଦ୍ଧବ ଠାକରେ କହିଥିଲେ। ଏଥିପାଇଁ ବିଜେପି ସହ ୩୦ ବର୍ଷର ସମ୍ପର୍କକୁ ଶିବସେନା ଚ୍ଛିନ୍ନ କରିଥିଲା। ହେଲେ ବିଜେପି ନିର୍ବାଚନ ପୂର୍ବରୁ ଏପରି କୌଣସି ବୁଝାମଣା ହୋଇ ନଥିବା ବାରମ୍ବାର କହି ଆସିଛି।

ଆଜି ଶିବସେନା ଭବନରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଉଦ୍ଧବ ଠାକରେ କହିଛନ୍ତି, ଆମେ ଏକନାଥ ସିନ୍ଦେଙ୍କୁ ଶିବସେନାର ମୁଖ୍ୟମନ୍ତ୍ରୀ ଭାବେ ବିଚାର କରୁନାହୁଁ। ସେନା ବିନା ଜଣେ କେମିତି ଶିବସେନାର ମୁଖ୍ୟମନ୍ତ୍ରୀ ହେବେ? ବିଜେପି ମୋତେ ଧୋକ୍କା ଦେବା ଭଳି ଆଉ କାହାକୁ ଧୋକ୍କା ନ ଦେଉ। ଯଦି ୨୦୧୯ରେ ବିଜେପି ପୂର୍ବରୁ ଦେଇଥିବା କଥା ରଖିଥାଆନ୍ତା, ତା’ହେଲେ ମହାରାଷ୍ଟ୍ରରେ ଏମଭିଏ ସରକାର ଗଠନ ହୋଇ ନଥାଆନ୍ତା। ସେହିପରି ଏତେ ସବୁ ଘଟଣା ଘଟି ନଥାଆନ୍ତା।

ସେତେବେଳେ କଥା ରଖିଥିଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଥାଆନ୍ତେ ବୋଲି ସେ କହିଛନ୍ତି। ଦଳୀୟ ବିଧାୟକଙ୍କ ବିଦ୍ରୋହ ଗଣତନ୍ତ୍ରକୁ ପରିହାସ ଓ ଜନାଦେଶର ଅପଚୟ ବୋଲି ମଧ୍ୟ ଶ୍ରୀ ଠାକରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story