ସୁଷମା ଓ ଜେଟଲୀଙ୍କ ମୃତ୍ୟୁକୁ ନେଇ କରୁଣାନିଧିଙ୍କ ନାତି ଦେଲେ ବିବାଦୀୟ ମନ୍ତବ୍ୟ, ବିଜେପି କ୍ଷୁବ୍ଧ

ଚେନ୍ନାଇ/ନୂଆଦିଲ୍ଲୀ: ‘ବିଜେପିର ଦୁଇ ଦିବଂଗତ ବରିଷ୍ଠ ନେତା ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାପ ପକାଉଥିଲେ। ଏହି ଦୁଇ ନେତା ପ୍ରଧାନମନ୍ତ୍ରୀ ପକାଉଥିବା ଚାପକୁ ସହି ପାରିଲେନି ଓ ସେମାନଙ୍କର ମୃତ୍ୟୁ ହୋଇଗଲା।’ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କରୁଣାନିଧିଙ୍କ ନାତି ଉଦୟନିଧି ଷ୍ଟାଲିନ୍‌। ଆଉ ତାଙ୍କର ଏହି ମନ୍ତବ୍ୟକୁ ନେଇ ବିଜେପି କ୍ଷୁବ୍ଧ ହୋଇଛି ଓ […]

Udhayanidhi Stalin

Udhayanidhi Stalin

Jitendra Garnayak
  • Published: Friday, 02 April 2021
  • Updated: 02 April 2021, 10:00 PM IST

Sports

Latest News

ଚେନ୍ନାଇ/ନୂଆଦିଲ୍ଲୀ: ‘ବିଜେପିର ଦୁଇ ଦିବଂଗତ ବରିଷ୍ଠ ନେତା ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାପ ପକାଉଥିଲେ। ଏହି ଦୁଇ ନେତା ପ୍ରଧାନମନ୍ତ୍ରୀ ପକାଉଥିବା ଚାପକୁ ସହି ପାରିଲେନି ଓ ସେମାନଙ୍କର ମୃତ୍ୟୁ ହୋଇଗଲା।’ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କରୁଣାନିଧିଙ୍କ ନାତି ଉଦୟନିଧି ଷ୍ଟାଲିନ୍‌। ଆଉ ତାଙ୍କର ଏହି ମନ୍ତବ୍ୟକୁ ନେଇ ବିଜେପି କ୍ଷୁବ୍ଧ ହୋଇଛି ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ବିଧାନସଭା ନିର୍ବାଚନ ପାଇଁ ତାମିଲନାଡୁରେ ଏବେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଉଦୟନିଧି ଷ୍ଟାଲିନ୍‌ ଦେଇଛନ୍ତି ଏଭଳି ମନ୍ତବ୍ୟ। ଏହାକୁ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀ ଓ ଅରୁଣ ଜେଟଲୀଙ୍କ ଝିଅ ସୋନାଲୀ ଜେଟଲୀ ବକ୍ସୀ ତୀବ୍ର ସମାଲୋଚନା କରିଛନ୍ତି।

ବାଂଶୁରୀ ଟ୍ୱିଟ୍ କରି ଲେଖିଛନ୍ତି, ଉଦୟନିଧି ଷ୍ଟାଲିନ୍‌ଜୀ, ଦୟାକରି ନିର୍ବାଚନ ଜନିତ ନିହିତ ସ୍ୱାର୍ଥ ପାଇଁ ମୋ ମା’ଙ୍କ ନାମକୁ ବ୍ୟବହାର କର ନାହିଁ। ତୁମ ମନ୍ତବ୍ୟ ମିଛ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ମା’ଙ୍କୁ ବହୁତ ସମ୍ମାନ କରୁଥିଲେ। ଆମର ଖରାପ ସମୟରେ ପ୍ରଧାନମନ୍ତ୍ରୀ ଓ ଦଳ ଆମ ସହିତ ପାହାଡ଼ ଭଳି ଛିଡ଼ା ହୋଇଥିଲା। ତୁମ ମନ୍ତବ୍ୟ ଆମକୁ ଆଘାତ ଦେଇଛି।

ସେହିପରି ଅରୁଣ ଜେଟଲୀଙ୍କ ଝିଅ ସୋନାଲୀ କହିଛନ୍ତି, ଉଦୟନିଧି ଷ୍ଟାଲିନ୍‌ଜୀ, ମୁଁ ଜାଣେ ଏବେ ନିର୍ବାଚନ ଚାପ ରହିଛି। କିନ୍ତୁ ଯେତେବେଳେ ତୁମେ ମିଛ କହୁଛ ଓ ମୋ ବାପାଙ୍କ ସ୍ମୃତିକୁ ଅସମ୍ମାନିତ କରୁଛି, ସେତେବେଳେ ମୁଁ ଚୁପ୍ ବସିବି ନାହିଁ। ବାପା ଓ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମଧ୍ୟରେ ରାଜନୀତି ବାଦ୍ ଏକ ସ୍ୱତନ୍ତ୍ର ସଂପର୍କ ଥିଲା। ମୁଁ ପ୍ରାର୍ଥନା କରୁଛି ସେମାନଙ୍କ ବନ୍ଧୁତ୍ୱ ବିଷୟରେ ଜାଣିବା ପାଇଁ ତୁମକୁ ସୌଭାଗ୍ୟ ପ୍ରାପ୍ତି ହେଉ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ଦିଲ୍ଲୀରେ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ଶ୍ରୀ ଜାଭଡ଼େକର କହିଛନ୍ତି, ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜଙ୍କ ବିରୋଧରେ ଏମ୍‌କେ ଷ୍ଟାଲିନଙ୍କ ପୁଅ ବହୁତ ଖରାପ ଶବ୍ଦ ବ୍ୟବହାର କରିଛନ୍ତି। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁ ସେମାନେ ବହୁତ କଷ୍ଟ ସହିବା ପରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କିନ୍ତୁ ଏବେ ସେମାନଙ୍କ ମୃତ୍ୟୁକୁ ନେଇ ରାଜନୀତି କରାଯାଉଛି। ଏହା ଭୁଲ୍‌। ଆମେ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ।

ସେହିପରି ତାମିଲନାଡୁ ରାଜ୍ୟ ବିଜେପି ପକ୍ଷରୁ ଉଦୟନିଧି ଷ୍ଟାଲିନ୍‌ଙ୍କୁ ନିର୍ବାଚନ ପ୍ରଚାରରୁ ବ୍ୟାନ କରିବା ପାଇଁ ଦାବି କରାଯାଇଛି। ସୂଚନାଯୋଗ୍ୟ, ତାମିଲନାଡୁରେ ଏପ୍ରିଲ୍‌ ୬ ତାରିଖରେ ଭୋଟ୍ ଗ୍ରହଣ ହେବ। ମେ’ ୨ ତାରିଖରେ ଫଳାଫଳ ଘୋଷଣା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story