ଗୋଆରେ ବ୍ରିଟେନ ଗୃହମନ୍ତ୍ରୀଙ୍କ ସମ୍ପତ୍ତି ଜବରଦଖଲ, ତଦନ୍ତ ଆରମ୍ଭ

ପାଣାଜୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ଭାରତୀୟ ବଂଶୋଦ୍ଭବ ସୁଏଲ୍ଲା ବ୍ରାବରମନଙ୍କ ପୈତୃକ ସମ୍ପତ୍ତି ଉପରେ ବେଆଇନ ଭାବେ କବଜା କରାଯାଇଛି। ଭାରତର ଗୋଆରେ ଥିବା ତାଙ୍କର ଦୁଇଟି ପୈତୃକ ସମ୍ପତ୍ତିକୁ ଅଜଣେ ବ୍ୟକ୍ତି କବଜା କରି ନେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଗୋଆ ପୁଲିସ୍‌ର ଏସ୍‌ଆଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ରାବରମନ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ। ନୂଆ କରି […]

UK

  • Published: Saturday, 10 September 2022
  • , Updated: 10 September 2022, 07:57 PM IST

ପାଣାଜୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ଭାରତୀୟ ବଂଶୋଦ୍ଭବ ସୁଏଲ୍ଲା ବ୍ରାବରମନଙ୍କ ପୈତୃକ ସମ୍ପତ୍ତି ଉପରେ ବେଆଇନ ଭାବେ କବଜା କରାଯାଇଛି। ଭାରତର ଗୋଆରେ ଥିବା ତାଙ୍କର ଦୁଇଟି ପୈତୃକ ସମ୍ପତ୍ତିକୁ ଅଜଣେ ବ୍ୟକ୍ତି କବଜା କରି ନେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଗୋଆ ପୁଲିସ୍‌ର ଏସ୍‌ଆଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବ୍ରାବରମନ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ। ନୂଆ କରି ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିବା ଟ୍ରସଙ୍କ ସରକାରରେ ତାଙ୍କୁ ଗୃହ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି।

ତାଙ୍କ ବାପା ଖ୍ରୀଷ୍ଟି ଫର୍ଣ୍ଣାଣ୍ଡିଜ୍ କହିଛନ୍ତି, ଉତ୍ତର ଗୋଆର ଆସଗାଓଁରେ ଥିବା ତାଙ୍କର ଦୁଇଟି ସମ୍ପତ୍ତି ମୋଟ ୧୩,୯୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ରହିଛି। ହେଲେ ଏହାକୁ ଜମି ମାଫିଆମାନେ ବେଆଇନ ଭାବେ ଦଖଲ କରିନେଇଛନ୍ତି। ତାଙ୍କ ଅଭିଯୋଗ ପରେ ଏସଆଇଟି ଗୋଟିଏ ଏଫଆଇଆର ରୁଜୁ କରିଛି ଓ ଘଟଣାର ତଦନ୍ତ ଆରମ୍ଭ କରିଥିବା ଏସ୍‌ଆଇଟି ଏସ୍‌ପି ନିଧି ବସାନ ସୂଚନା ଦେଇଛନ୍ତି।

ଅଭିଯୋଗରେ ଖ୍ରୀଷ୍ଟି ଫର୍ଣ୍ଣାଣ୍ଡିଜ୍ ଦର୍ଶାଇଛନ୍ତି ଯେ ଆସଗାଓଁରେ ଜମି ମାଫିଆମାନେ ପାୱାର ଅଫ୍ ଆଟର୍ଣ୍ଣି ମାଧ୍ୟମରେ ଉକ୍ତ ଜମିକୁ ଦଖଲ କରିନେଇଛନ୍ତି। ସର୍ଭେ ନମ୍ବର ୨୫୩/୩ ଓ ୨୫୨/୩ ଜମି ତାଙ୍କର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ରହିଥିଲା। ହେଲେ ଏହି ଜମିକୁ ଅନ୍ୟମାନେ ଦଖଲ କରିଥିବା ଖ୍ରୀଷ୍ଟି ଫର୍ଣ୍ଣାଣ୍ଡିଜ୍ ଅଭିଯୋଗ କରିଛନ୍ତି।

ଫର୍ଣ୍ଣାଣ୍ଡିଜ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ପୁଲିସ ମହାନିର୍ଦ୍ଦେଶକ ଜସପାଲ ସିଂହ ଓ ଗୋଆର ଏନଆରଆଇ କମିଶନରଙ୍କ ନିକଟକୁ ଇମେଲ ମାଧ୍ୟମରେ ଏହି ଅଭିଯୋଗ ପଠାଇଛନ୍ତି। ଗୋଆର ଏନଆରଆଇ କମିଶନର ନରେନ୍ଦ୍ର ସାୱାଇକର କହିଛନ୍ତି ଯେ ତାଙ୍କ ବିଭାଗ ଗତ ସପ୍ତାହରେ ଏକ ଇମେଲ ପାଇଥିଲା ଯାହା ରାଜ୍ୟ ଗୃହ ବିଭାଗକୁ ପଠାଇ ଦିଆଯାଇଛି। ଏନଆରଆଇ କମିଶନଙ୍କ ତଦନ୍ତ ଅଧିକାର ନଥିବାରୁ ଏହାକୁ ଗୃହ ମନ୍ତ୍ରଣାଳୟ ନିକଟକୁ ପଠାଇ ଦିଆଯାଇଥିବା ସେ କହିଛନ୍ତି।

Related story