ଆମ ଆକାଶରେ ‘ନୋ ଫ୍ଲାଏ ଜୋନ୍‌’ ଲାଗୁ କର:  ପୁଣି ଚାପ ପକାଇଲେ ଜେଲେନସ୍କି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆଜି ୧୧ ଦିନରେ ପହଞ୍ଚିଛି। ତେବେ ଆକ୍ରମଣକାରୀ ରୁଷକୁ ଘେରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦମିର୍‌ ଜେନେଲସ୍କି ଉଦ୍ୟମ ଜାରି ରଖିଛନ୍ତି। ସେ ପୁଣି ଥରେ ୟୁକ୍ରେନ୍‌କୁ ‘ନୋ ଫ୍ଲାଏ ଜୋନ୍‌’ ଲାଗୁ କରିବାକୁ ବାହାର ଦେଶ ଗୁଡ଼ିକ ଉପରେ ଚାପ ପକାଇଛନ୍ତି। ନୋ ଫ୍ଲାଇ ଜୋନ୍‌ ଲାଗୁ ହେଲେ ବିଦେଶ ସାମରିକ ବାହିନୀ ପ୍ରବେଶ କରିବାରେ ସମସ୍ୟା ହେବ। ଅନ୍ୟପକ୍ଷରେ ୟୁକ୍ରେନ୍‌କୁ ସାମରିକ ସହାୟତା ନେଇ ଆମେରିକା ସମେତ ଅନ୍ୟ […]

zelensky

Tapas Behera
  • Published: Sunday, 06 March 2022
  • , Updated: 06 March 2022, 09:53 PM IST

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆଜି ୧୧ ଦିନରେ ପହଞ୍ଚିଛି। ତେବେ ଆକ୍ରମଣକାରୀ ରୁଷକୁ ଘେରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦମିର୍‌ ଜେନେଲସ୍କି ଉଦ୍ୟମ ଜାରି ରଖିଛନ୍ତି। ସେ ପୁଣି ଥରେ ୟୁକ୍ରେନ୍‌କୁ ‘ନୋ ଫ୍ଲାଏ ଜୋନ୍‌’ ଲାଗୁ କରିବାକୁ ବାହାର ଦେଶ ଗୁଡ଼ିକ ଉପରେ ଚାପ ପକାଇଛନ୍ତି। ନୋ ଫ୍ଲାଇ ଜୋନ୍‌ ଲାଗୁ ହେଲେ ବିଦେଶ ସାମରିକ ବାହିନୀ ପ୍ରବେଶ କରିବାରେ ସମସ୍ୟା ହେବ। ଅନ୍ୟପକ୍ଷରେ ୟୁକ୍ରେନ୍‌କୁ ସାମରିକ ସହାୟତା ନେଇ ଆମେରିକା ସମେତ ଅନ୍ୟ ୟୁରୋପୀୟ ଦେଶ ଗୁଡ଼ିକ ରାଜି ହୋଇଥିଲେ ମଧ୍ୟ ସେମାନେ ପଛଘୁଞ୍ଚା ଦେଇଛନ୍ତି।

ରବିବାର ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି ଯେ, ଆମ ଆକାଶପଥକୁ ବନ୍ଦ କରିବାକୁ  ବିଶ୍ୱର ଯଥେଷ୍ଟ କ୍ଷମତା ରହିଛି। କିନ୍ତୁ  ନୋ ଫ୍ଲାଏ ଜୋନ୍‌ ପ୍ରସ୍ତାବକୁ ନାଟୋ ଦେଶମାନେ ଅଗ୍ରାହ୍ୟ କରିଦେଇଛନ୍ତି। ଯଦି ୟୁକ୍ରେନ୍ ଅକାଶ ମାର୍ଗକୁ ନୋ ଫ୍ଲାଏ ଜୋନ୍‌ ଲାଗୁ କରାଯାଆନ୍ତା ତେବେ ଅବୈଧ ବିମାନ ଗୁଡ଼ିକ ଉଡ଼ିବାରେ ଅକ୍ଷମ ହୁଅନ୍ତା।

ଅନ୍ୟପଟେ ଏହି ପ୍ରସ୍ତାବକୁ ନେଇ ରୁଷ ଧମକ ଦେଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ଯଦି କେହି ତୃତୀୟ ପକ୍ଷକ୍ ନୋ ଫ୍ଲାଇ ଜୋନ୍‌ ସମ୍ପର୍କିତ ହସ୍ତକ୍ଷେପ କରନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ। ରୁଷ ଏହାକୁ ଯୁଦ୍ଧର ପ୍ରତିପକ୍ଷ ଶତ୍ରୁ ବୋଲି ବିବେଚନା କରି ଜବାବ ଦେବ।  ଗତକାଲି ୟୁକ୍ରେନ୍‌ରେ ’ନୋ ଫ୍ଲାଏ ଜୋନ୍’କୁ ଲାଗୁ ନେଇ ନାଟୋ ମନା କରିଦେବା ପରେ  ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନସ୍କି କ୍ଷୁବ୍ଧ ହୋଇଥିଲେ।  ୟୁକ୍ରେନ୍‌ର ରାଷ୍ଟ୍ରପତି ନାଟୋର ନିଷ୍ପତ୍ତିକୁ ସମାଲୋଚନା କରିଥିଲେ।  ସେ କହିଥିଲେ, ଏହାଦ୍ୱାରା ଏବେ ରୁଷକୁ ୟୁକ୍ରେନର ସହର ଓ ଗାଁ ଉପରେ ବୋମା ମାଡ କରିବା ପାଇଁ ସବୁଜ ସଙ୍କେତ ମିଳିଛି। ସେ କହିଥିଲେ  ଯେ, କିଭରେ ମୁଁ ରହିଛି । ୟୁକ୍ରେନ୍ ଛାଡିକି ଯିବିନି। ଯଦି ୟୁକ୍ରେନ୍‌ର ପତ୍ତନ ହୁଏ ତେବେ ପୁରା ୟୁରୋପର ମଧ୍ୟ ପତ୍ତନ ହେବ।

Related story