ଯୁଦ୍ଧ ଘନଘଟା: ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଲେ ମୋଦି  

ନୂଆଦିଲ୍ଲୀ: ଯୁଦ୍ଧ ସଙ୍କଟରେ ଫସିଥିବା ୟୁକ୍ରେନ୍‌ରେ ଏବେ ହାହାକାର ପରିସ୍ଥିତି। ରୁଷର ଘନ ଘନ ରକେଟ୍ ମାଡ଼, ବୋମା ବିସ୍ଫୋରଣ ଓ ପ୍ରଚଣ୍ଡ ଗୁଳିଗୋଳା ଶବ୍ଦରେ ପ୍ରକମ୍ପିତ ହେଉଛି ସମଗ୍ର ଦେଶ। ସବୁଠି ନୀରବତା। ଶୋକର ଛାୟା। ପୁଣି କାହାର ଆକୁଳ ଚିତ୍କାର। ଆକ୍ରମଣରୁ  ବର୍ତ୍ତିବା ପାଇଁ ଲୋକେ ବିକଳ ହୋଇ ଏଠିସେଠି ଆଶ୍ରୟ ନେବା ଅତ୍ୟନ୍ତ ହୃଦୟ ବିଦାରକ। ତେବେ ଏଭଳି ଏକ ଘୋର ବିପଦ ସମୟରେ ବିଶ୍ୱ ସମୂହକୁ ସାହାଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି […]

modi

Tapas Behera
  • Published: Saturday, 26 February 2022
  • , Updated: 26 February 2022, 09:03 PM IST

ନୂଆଦିଲ୍ଲୀ: ଯୁଦ୍ଧ ସଙ୍କଟରେ ଫସିଥିବା ୟୁକ୍ରେନ୍‌ରେ ଏବେ ହାହାକାର ପରିସ୍ଥିତି। ରୁଷର ଘନ ଘନ ରକେଟ୍ ମାଡ଼, ବୋମା ବିସ୍ଫୋରଣ ଓ ପ୍ରଚଣ୍ଡ ଗୁଳିଗୋଳା ଶବ୍ଦରେ ପ୍ରକମ୍ପିତ ହେଉଛି ସମଗ୍ର ଦେଶ। ସବୁଠି ନୀରବତା। ଶୋକର ଛାୟା। ପୁଣି କାହାର ଆକୁଳ ଚିତ୍କାର। ଆକ୍ରମଣରୁ  ବର୍ତ୍ତିବା ପାଇଁ ଲୋକେ ବିକଳ ହୋଇ ଏଠିସେଠି ଆଶ୍ରୟ ନେବା ଅତ୍ୟନ୍ତ ହୃଦୟ ବିଦାରକ। ତେବେ ଏଭଳି ଏକ ଘୋର ବିପଦ ସମୟରେ ବିଶ୍ୱ ସମୂହକୁ ସାହାଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି।

ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରି ସହାୟତା କରିବାକୁ ନିବେଦନ କରିଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି ଯେ, ‘ଆମ ମାଟିରେ  ଲକ୍ଷେରୁ ଅଧିକ ଆକ୍ରମଣକାରୀ ପ୍ରବେଶ କରିଛନ୍ତି। ସେମାନେ ଆମର ସାଧାରଣ ନାଗରିକ ଏବଂ ସେମାନଙ୍କ ବାଷଗୃହ ଗୁଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରୁଛନ୍ତି। ତେଣୁ ଜାତିସଂଘ ନିରାପତ୍ତା ପରିଷଦରେ ୟୁକ୍ରେନଙ୍କୁ ରାଜନୈତି ସମର୍ଥନ କରିବାକୁ  ସେ ନିବେଦନ କରିଛନ୍ତି। ସମସ୍ତେ ମିଳିମିଶି ଆକ୍ରମଣକାରୀ ରୁଷକୁ ଅଟକାଇବା ଉଚିତ ବୋଲି ସେ କହିଛନ୍ତି। ୟୁକ୍ରେନ୍‌ ଉପରେ ଯେତେବେଳେ ରୁଷ ଆକ୍ରମଣ କରୁଥିଲା ଠିକ୍ ସେତିବେଳେ ଫୋନ୍ ଆସିଥିଲା। ଏନେଇ ପିଏମଓ ପକ୍ଷରୁ ଏକ ବାର୍ତ୍ତା ଜାରି କରାଯାଇଛି।

https://twitter.com/ZelenskyyUa/status/1497555947023224836?s=20&t=eDzI0qmOIcm-mLHIAzHvBA

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଉପୁଜିଥିବା ସସଙ୍କଟ ବିଷୟରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା ହୋଇଛି। ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ପ୍ରଧାନମନ୍ତ୍ରୀ କଡ଼ା ନିନ୍ଦା କରିଛନ୍ତି । ଯୁଦ୍ଧରେ ନଷ୍ଠ ହୋଇଥିବା ଧନଜବନ ଓ ସମ୍ପତ୍ତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ମୋଦି। ତେବେ ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ ହେବା ଉଚିତ ବୋଲି ମୋଦି ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ  ମୋଦି ବ୍ୟକ୍ତିଗତ ଭାବେ ନିଜ ତରଫରୁ ଉଦ୍ୟମ କରିବେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ୟୁକ୍ରେନ୍‌ରେ ଫସିଥିବା ଭାରତୀରୟ ଛାତ୍ରମାନଙ୍କୁ  ସୁରକ୍ଷା ନେଇ ମୋଦି  ଚିନ୍ତା ପ୍ରକଟ କରିଛନ୍ତି । ଭାରତୀୟ ଛାତ୍ରଙ୍କୁ ସ୍ଥାନାନ୍ତର ପାଇଁ ସହାୟତା କରିବାକୁ ମୋଦି ମଧ୍ୟ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି।

Related story