ୟୁକ୍ରେନ୍‌ ସଙ୍କଟ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବି ଦେଖି ନଥିଲା : ଜାତିସଂଘ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକୟ୍ରେନ୍‌ର ଦୃଶ୍ୟ ଅତ୍ୟନ୍ତ ଦାରୁଣ ଓ ହୃଦୟ ବିଦାରକ। ଶତ୍ରୁପକ୍ଷ ରୁଷର ଘନ ଘନ ବୋମା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ଜନତା ଜୀବନ ବଞ୍ଚାଇବା ପାଇଁ ପଡ଼ୋଶୀ ଦେଶକୁ ଧାଇଁବାର ଦୃଶ୍ୟ ବେଶ ଦୁଃଖଦାୟକ। ଯୁଦ୍ଧ ଯୋଗୁ ପ୍ରାୟ ୨ ମିଲିଅନ୍‌ ୟୁକ୍ରେନ୍‌ ଲୋକ ଦେଶ ଛାଡ଼ିଥିବା ଜାତି ସଂଘ କହିଛି। ତେବେ  ଦ୍ୱିତୀୟ ବିଶ୍ୱଯୁଦ୍ଧ ସୟମରେ ଏଭଳି ସଙ୍କଟ ଉପପୁଜି ନଥିଲା ବୋଲି ଜାତି ସଂଘ କହିଛି। ଯୁଦ୍ଧ ଯୋଗୁ ଅଧିକ […]

war

Tapas Behera
  • Published: Thursday, 10 March 2022
  • , Updated: 10 March 2022, 04:57 PM IST

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକୟ୍ରେନ୍‌ର ଦୃଶ୍ୟ ଅତ୍ୟନ୍ତ ଦାରୁଣ ଓ ହୃଦୟ ବିଦାରକ। ଶତ୍ରୁପକ୍ଷ ରୁଷର ଘନ ଘନ ବୋମା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ଜନତା ଜୀବନ ବଞ୍ଚାଇବା ପାଇଁ ପଡ଼ୋଶୀ ଦେଶକୁ ଧାଇଁବାର ଦୃଶ୍ୟ ବେଶ ଦୁଃଖଦାୟକ। ଯୁଦ୍ଧ ଯୋଗୁ ପ୍ରାୟ ୨ ମିଲିଅନ୍‌ ୟୁକ୍ରେନ୍‌ ଲୋକ ଦେଶ ଛାଡ଼ିଥିବା ଜାତି ସଂଘ କହିଛି। ତେବେ  ଦ୍ୱିତୀୟ ବିଶ୍ୱଯୁଦ୍ଧ ସୟମରେ ଏଭଳି ସଙ୍କଟ ଉପପୁଜି ନଥିଲା ବୋଲି ଜାତି ସଂଘ କହିଛି। ଯୁଦ୍ଧ ଯୋଗୁ ଅଧିକ ଲୋକ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି। ପୋଲାଣ୍ଡରେ ୧୨ ଲକ୍ଷ ଲୋକ ଆଶ୍ରୟ ନେଇଥିବା ବେଳେ ହଙ୍ଗେରୀରେ ୧୯୧,୦୦୦, ସ୍ଲୋଭାକିଆରେ ୧୪୦,୦୦୦, ରୁଷରେ ୯୯,୦୦ ଏବଂ ମୋଲଡୋଭାରେ ୮୨,୦୦୦ ୟୁକ୍ରେନବାସର ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି।

ଯୁଦ୍ଧ ପରଠାରୁ କେବଳ ମାର୍ଚ୍ଚ ୭ରେ ୧.୭ ମିଲିଅନ୍‌ ଲୋକେ ସ୍ଥାନାନ୍ତର ହୋଇଛନ୍ତି। ଏହି ଶରଣାଥୀଙ୍କ ମଧ୍ୟରେ ଅଧା ଶିଶୁ ଅଛନ୍ତି। ୟୁରୋପରେ ଯୁଦ୍ଧ ସଙ୍କଟର ଦୟନୀୟ ପରିସ୍ଥିତି ଆଗରୁ କେବେ ଘଟି ନଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶରଣାର୍ଥୀ ଭାବେ ଯାତ୍ରା କରିବାର ଦୃଶ୍ୟ ୟୁକ୍ରେନ୍‌ରେ ଦେଖିବାକୁ ମିଳିଲା ବୋଲି ଜାତିସଂଘ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ୍‌ କହିଛି ଯେ, ମାଳା ମାଳ ଲୋକଙ୍କ ସ୍ଥାନାନ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଭୟଙ୍କର ବିପଦ ସାବ୍ୟସ୍ତ ହୋଇପାରେ।

ଏହି ମାନବ ଚାଲାଣ ୟୁକ୍ରେନରେ ମୃତ୍ୟୁର ତାଣ୍ଡବ ରଚିପାରେ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଛି। ଗତ ମାର୍ଚ୍ଚ ୬ରେ ୧.୫ ମିଲିଅନ୍‌ ଲୋକେ ୟୁକ୍ରେନ ଛାଡ଼ି ପଡ଼ୋଶୀ ଦେଶକୁ ଯାତ୍ରା କରିଥିବା ରୟେଟର ପ୍ରକାଶ କରିଛି। ଗତ କିଛି ଦିନ ଧରି ହଜାର ହଜାର ଲୋକେ ଦୟନୀୟ ଭାବେ ନିଜ ଦେଶ ଛାଡ଼ିବା ଅତି ଉଦ୍‌ବେଗଜନକ ବୋଲି କୁହାଯାଇଛି।

Related story