ବଜେଟ୍‌ ଉପସ୍ଥାପନ ପୂର୍ବରୁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦରେ ଫେବ୍ରୁଆରି ୧ରେ ଉପସ୍ଥାପନ ହେବ କେନ୍ଦ୍ରୀୟ ବଜେଟ୍‌ । ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଜାନୁଆରି ୩୧ ତାରିଖ ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏ ସଂକ୍ରାନ୍ତରେ ଯୋଶୀ ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ଆମନ୍ତ୍ରଣ କରି ଚିଠି ଲେଖିଛନ୍ତି। ସେଥିରେ  ଉଲ୍ଲେଖ ଅଛି, ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ନିମନ୍ତେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ଆମନ୍ତ୍ରଣ […]

Parliament session

Tapas Behera
  • Published: Wednesday, 26 January 2022
  • , Updated: 26 January 2022, 06:40 PM IST

ନୂଆଦିଲ୍ଲୀ: ସଂସଦରେ ଫେବ୍ରୁଆରି ୧ରେ ଉପସ୍ଥାପନ ହେବ କେନ୍ଦ୍ରୀୟ ବଜେଟ୍‌ । ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଜାନୁଆରି ୩୧ ତାରିଖ ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏ ସଂକ୍ରାନ୍ତରେ ଯୋଶୀ ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ଆମନ୍ତ୍ରଣ କରି ଚିଠି ଲେଖିଛନ୍ତି।

ସେଥିରେ  ଉଲ୍ଲେଖ ଅଛି, ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ନିମନ୍ତେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ଆମନ୍ତ୍ରଣ କରି ମୁଁ ଆନନ୍ଦିତ। ଉଭୟ ଗୃହର ସ୍ୱାଭାବିକ କାର୍ଯ୍ୟ ପାଇଁ ମୁଁ ଆପଣମାନଙ୍କୁ ସହଯୋଗ ଲୋଡୁଛି। ଏହି ବୈଠକ ୨୦୨୨ ଜାନୁଆରି ୩୧ ତାରିଖରେ ଭର୍ଚ୍ୟୁଆଲ୍‌ ଭାବେ ଅନୁଷ୍ଠିତ ହେବ।

ଠିକ୍ ସମୟରେ ବୈଠକର ଲିଙ୍କ୍‌ ସେୟାର୍‌ କରାଯିବ। ଆପଣମାନେ ଏହି ବୈଠକରେ ଯୋଗଦେବାକୁ ସେ ନିବେଦନ କରିଚନ୍ତି। । ଚଳିତ ବର୍ଷ ସଂସଦୀୟ ବଜେଟ୍‌ ଅଧିବେଶନର ଜାନୁଆରି ୩୧ରୁ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୧ରେ ଲୋକସଭାରେ ବଜେଟ୍‌ ଉପସ୍ଥାପନ କରାଯିବ। ବଜେଟ୍‌ର ଦ୍ୱିତୀୟ ଅଧିବେଶନ ମାର୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୮ ପର୍ଯ୍ୟନ୍ତ ଚାଲିବ।

Related story