ଟିକେଟ୍‌ ନମିଳିବାରୁ ଦେହରେ ପେଟ୍ରୋଲ ଢାଳି ନେତାଙ୍କ ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ନୌ: ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସରଗରମ ହେଉଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ଜୋର ଧରିଛି। ଟିକେଟ୍‌ ବଣ୍ଟାକୁ ନେଇ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା। ଏହାରି ଭିତରେ ଟିକେଟ୍‌ ନମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ସେ ଦଳୀୟ ଅଫିସ ବାହାରେ ହିଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଟିକେଟ ନମିଳିବାର ଅତ୍ୟନ୍ତ ଦୁଃଖିତ ହୋଇପଡିଛନ୍ତି। ଏପରିକି […]

Sp leader attempts self immolation

Sp leader attempts self immolation

Madhupriya Mistry
  • Published: Sunday, 16 January 2022
  • Updated: 16 January 2022, 12:39 PM IST

Sports

Latest News

ଲକ୍ଷ୍ନୌ: ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସରଗରମ ହେଉଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ଜୋର ଧରିଛି। ଟିକେଟ୍‌ ବଣ୍ଟାକୁ ନେଇ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା। ଏହାରି ଭିତରେ ଟିକେଟ୍‌ ନମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ସେ ଦଳୀୟ ଅଫିସ ବାହାରେ ହିଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଅଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଟିକେଟ ନମିଳିବାର ଅତ୍ୟନ୍ତ ଦୁଃଖିତ ହୋଇପଡିଛନ୍ତି। ଏପରିକି ସେ ସାମାଜବାଦୀ ପାର୍ଟି ଅଫିସ ବାହାରେ ହିଁ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ହେଲେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି।

ବାସ୍ତବରେ ଆଦିତ୍ୟ ଠାକୁର ଏଥର ଛର୍ରାରୁ ନିର୍ବାଚନ ଲଢ଼ିବେ ବୋଲି ଅଶା ରଖିଥିଲେ। ଦଳର ହାଇକମାଣ୍ଡ ତାଙ୍କୁ ଏଥିପାଇଁ ଟିକେଟ ମଧ୍ୟ ଦେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା। ହେଲେ ଯେତେବେଳେ ନିର୍ବାଚନୀ ଟିକେଟ୍‌ ବଣ୍ଟାଗଲା ସେତେବେଳେ ତାଙ୍କର ଏହି ଆଶା ମଉଳି ଯାଇଥିଲା। ତାଙ୍କୁ ସାମାଜବାଦୀ ପାର୍ଟି ମୁଖିଆ ଟିକେଟ୍‌ ଦେଇନଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ସାମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ପୁଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସେ ସୁସ୍ଥ ଥିବା ଜଣାପଡିଛି।

ସୂଚନା ମୁତାବକ, ଚଳିତ ବର୍ଷ ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ୧୦ ଫେବ୍ରୁଆରୀ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୪ ଫେବ୍ରୁଆରୀ, ୨୦ ଫେବ୍ରୁଆରୀ, ୨୩, ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ।

୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ୩୨୫ଟି ସିଟ୍‌ରେ ବିଜୟ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos